ପ୍ରେମଭୋଗ

ପ୍ରେମଭୋଗ

ମୋ ପ୍ରେମ ପାଇଁ ତୋ ଅଙ୍ଗୀକାର 
ନିହାତି ଲୋଡା ପଡେନି ମ , 

ଯେମିତି ତୋତେ ଛୁଇଁ ଦେବାକୁ ମୋତେ 
ଲାଜ ଲାଗେନା  ! 

ତୋ ପ୍ରେମ ହିଁ ମୋର ଅହଂକାର । 

ଯେ ମୋତେ  ଏକାତ୍ମ କରେ , ବାନ୍ଧିରଖେ ,ଶାନ୍ତ କରେ 
ଆଉ ପରସ୍ତ୍ ପରସ୍ତ   ଖୋଲେ , 

ମୁଁ  ମୁକୁଳିତ ହୁଏ ଆଉ 
ପୁଣି ମରିଯାଏ , 

ତୁ ମୋର ମୁଗ୍ଧ ଆରୋହଣ 
ଆଉ ଅନ୍ୟମାନଙ୍କ ଆଖିରୁ ଲୁଚିଠିବା  
ଗୋଟେ ଗୋପନ କ୍ଷତ , 

ତୁ ଏମିତି ରୁଗରୁଗ୍ ହୋଇ ପୋଡୁଥା' 
ମୋ ଭିତରୁ ନେଇ ବାହାର , 

ଆଉ ମୁଁ  ତୋ ନିରୀହ ଆଖିରେ 
ତୋ ପ୍ରେମ ଆଉ ତୋ ଡର କୁ 
ଭୋଗି ଚାଲିଥାଏ ଚିରନ୍ତନ କାଳ ।