ରାଜ୍ୟମାନଙ୍କ ଉପରେ ବନ୍ଦ ହେବ କି କେନ୍ଦ୍ର ସରକାରର ଗୁଣ୍ଡାଗିରି ?

ରାଜ୍ୟମାନଙ୍କ ଉପରେ ବନ୍ଦ ହେବ କି  କେନ୍ଦ୍ର ସରକାରର ଗୁଣ୍ଡାଗିରି ?

ଆଜି ଭାରତର ମାନ୍ୟବର ସୁପ୍ରିମକୋର୍ଟ ଦୁଇଟି ଐତିହାସିକ ରାୟ ଦେଇଛନ୍ତି ଦେଶର ସଙ୍ଘୀୟ ବ୍ୟବସ୍ଥା ଏବଂ ଏହାକୁ ନେଇ କେନ୍ଦ୍ର ସରକାର ଖେଳୁଥିବା ବିପଜ୍ଜନକ ଖେଳ ଉପରେ ଏହି ରାୟର ଗଭୀର ପ୍ରଭାବ ପଡିବ ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଟି ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତ୍ତିରେ ମହାରାଷ୍ଟ୍ର ଏବଂ ଦିଲ୍ଲୀକୁ ନେଇ ଦୁଇଟି ରାୟ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଉଦ୍ଧବ ଥାକରେଙ୍କ ସରକାରକୁ ୨୦୨୨ରେ ବିନା କାରଣରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ କହିବା ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି ଆସ୍ଥାଭୋଟର ସମ୍ମୁଖୀନ ନହୋଇ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ତାଙ୍କୁ ନିଜ ପଦରେ ଅବସ୍ଥାପିତ କରିବା ସମ୍ଭବ ନୁହେଁ ବୋଲି କହିବା ସହିତ ସରକାର ଗଠରେ ରାଜ୍ୟପାଳ ଏବଂ ବାଚସ୍ପତିଙ୍କ ଭୂମିକାକୁ ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ଉଦ୍ଧବ ଥାକରେଙ୍କୁ କହିବା ଲାଗି ରାଜ୍ୟପାଳଙ୍କ ପାଖରେ କୌଣସି ଅଧିକାର ନଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ସେହିପରି ବିଧାନସଭାରେ ମୁଖ୍ୟ ଛାଟିଆ ଏବଂ ବିଧାୟକ ଦଳ ନେତା ସମ୍ପୃକ୍ତ ରାଜନୈତିକ ଦଳ ବାଛିବାର ଅଧିକାର ରହିଛି ଏହି ଅଧିକାର ବିଧାୟକ ଦଳର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଅନ୍ୟ ଏକ ରାୟରେ ଦିଲ୍ଲୀ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ନିଜ ନିୟନ୍ତ୍ରଣ ଜାହିର କରିବାର ଅଧିକାରକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ ବିଧାନସଭାର ସ୍ଵତନ୍ତ୍ର କ୍ଷମତା ରହିଛି ଏହା ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ପରି ସଂପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ପୁଲିସ, ଆଇନ ଶ୍ରୁଙ୍ଖଳା ଏବଂ ଜମିଜମାକୁ ଛାଡିଦେଲେ ଅନ୍ୟ ସବୁ ବିଭାଗର ଅଧିକାରୀଙ୍କ ଉପରେ ଦିଲ୍ଲୀ ସରକାରଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିବ ଦିଲ୍ଲୀ ସରକାରଙ୍କ ଦୈନନ୍ଦିନ ବ୍ୟାପାରରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ସଙ୍ଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ସୁପ୍ରିମକୋର୍ଟ କହିଛନ୍ତିକେବଳ  ପୁଲିସ, ଆଇନ ଶ୍ରୁଙ୍ଖଳା ଏବଂ ଜମିଜମା ବ୍ୟାପାରରେ ଉପ ରାଜ୍ୟପାଳଙ୍କ କର୍ତ୍ତୃତ୍ତ୍ଵ ରହିବ ଅନ୍ୟ ସବୁ ମାମଲାରେ ଉପ ରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନି କାମ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ସୁପ୍ରିମକୋର୍ଟ ଆଜି ଦେଇଥିବା ଦୁଇଟି ଯାକ ରାୟରେ ରାଜ୍ୟମାନଙ୍କରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବରେ କାମ କରୁଥିବା ରାଜ୍ୟପାଳ/ଉପ ରାଜ୍ୟପାଳମାନଙ୍କରେ କାର୍ୟକଳାପ ଉପରେ ତୀବ୍ର କଟାକ୍ଷ କରିଛନ୍ତି ବସ୍ତୁତଃ ବିରୋଧୀ ଶାସିତ ରାଜ୍ୟଗୁଡିକରେ ରାଜ୍ୟପାଳମାନେ ଏକପ୍ରକାର ବିରୋଧୀଦଳ ନେତା ଭଳି କାମ କରୁଛନ୍ତି ସମ୍ବିଧାନ ଦେଇଥିବା କ୍ଷମତା ଓ ପଦବୀର ଦୁରୁପଯୋଗ କରୁଥିବା ରାଜ୍ୟପାଳମାନଙ୍କ ପାଇଁ ଏହି ଦୁଇଟି ରାୟ ଏକପ୍ରକାର ସତର୍କ ଘଣ୍ଟି

ଉଦ୍ଧବ ଥାକରେ ସରକାରକୁ ଭାଙ୍ଗି ମହାରାଷ୍ଟ୍ରରେ ବିଜେପି ସମର୍ଥିତ ସରକାର ଗଠନରେ ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କର ଅନୈତିକ ଭୂମିକା ସୁପରିମକୋର୍ଟଙ୍କ ରାୟରେ ସ୍ପଷ୍ଟ ହୋଇଯାଇଛି ସେହିପରି ଆଇନକୁ ଭୁଲ ଭାବରେ ତର୍ଜମା କରି ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଗୁଡାଏ ଅସିମ୍ବିଧାନିକ ଅଧିକାର କେନ୍ଦ୍ର ସରକାର ଦେଇଥିଲେ ୨୦୧୫ରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ବଳରେ ଦିଲ୍ଲୀ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ “ବଡବାପା” ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ, ଯାହାକି ବେଆଇନ ଏବଂ ସମ୍ବିଧାନ ବିରୋଧୀ

 ଏକ ନିର୍ବାଚିତ ସରକାର ଓ ବିଧାନସଭାର ଅଧିକାରକୁ କ୍ଷୁଣ୍ଣ କରିବା ଲାଗି କେନ୍ଦ୍ର ସରକାରଙ୍କ ହାମବଡା ନୀତିକୁ  ସୁପ୍ରିମକୋର୍ଟ ଆଜି ଖାରଜ କରିବା ସହିତ ସଙ୍ଘୀୟ ଢାଞ୍ଚାରେ ଦିଲ୍ଲୀ ସରକାରଙ୍କୁ ନିଜର ଅଧିକାର ଫେରାଇଛନ୍ତି

ଏହି ଦୁଇଟି ରାୟ ଆସିବା ପରେ ରାଜ୍ୟପାଳ/ଉପରାଜ୍ୟପାଳମାନଙ୍କ ଜରିଆରେ କେନ୍ଦ୍ର ସରକାର ରାଜ୍ୟ ସରକାର ଗୁଡିକ ଉପରେ ଯେଉଁ ଗୁଣ୍ଡାଗିରି କରୁଥିଲେ, ତା ଉପରେ ଅଙ୍କୁଶ ଲାଗିବାର ଏକ ସୁଯୋଗ ସୃଷ୍ଟି ହୋଇଛି