ବର୍ଷା ସାହିତ୍ୟ ସମ୍ମାନ-୨୦୨୩ ପାଇବେ ସତ୍ୟବାଦୀ ରାଉତ ଏବଂ ପ୍ରଦୀପ୍ତ କୁମାର ମିଶ୍ର

ବର୍ଷା ସାହିତ୍ୟ ସମ୍ମାନ-୨୦୨୩ ପାଇବେ ସତ୍ୟବାଦୀ ରାଉତ ଏବଂ ପ୍ରଦୀପ୍ତ କୁମାର ମିଶ୍ର

ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବର୍ଷା ପବ୍ଲିକେଶନ ତରଫରୁ ଅଗଷ୍ଟମାସ ୧୧ ତାରଖ ଦିନ ବର୍ଷା ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଏହି ଉତ୍ସବ ଅବସରରେ ପ୍ରାଚୀନ ଓଡ଼ିଆ ସାହିତ୍ୟ ସମ୍ବନ୍ଧିତ ଆଲୋଚନାଚକ୍ର, ପାରମ୍ପରିକ କବିତାକୁ ନେଇ ସଙ୍ଗୀତ କାର୍ଯ୍ୟକ୍ରମ , ପୁସ୍ତକ ଉନ୍ମୋଚନ ଓ ବର୍ଷା ସାହିତ୍ୟ ସମ୍ମାନ ପ୍ରଦାନର ଆୟୋଜନ କରା ଯାଇଛି ବୋଲି ପବ୍ଲିକେଶନର ନିର୍ଦ୍ଦେଶକ ବାଦଲ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। 

ଏହି ଉତ୍ସବ ଅବସରରେ ପ୍ରଖ୍ୟାତ କଥାକାର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଗଳ୍ପ ପୁସ୍ତକ "ଛଦ୍ମଘଟ"କୁ ବର୍ଷା କଥା ସମ୍ମାନ, ବରିଷ୍ଠ କବି ସତ୍ୟବାଦୀ ରାଉତଙ୍କ କବିତା ପୁସ୍ତକ 'ମୁଁ ନଥିବି ଏ ନଈ ଥିବ'କୁ ବର୍ଷା କବିତା ସମ୍ମାନ ଓ ଯୁବକବି ତପନ କୁମାର ବାରିକଙ୍କ କବିତା ପୁସ୍ତକ ' କେଇ ଫର୍ଦ୍ଦ ଜହ୍ନ ରାତି'କୁ ବର୍ଷା ଉନ୍ମେଷ ସମ୍ମାନ ପ୍ରଦାନ କରାଯିବ। ଗୀତ ଗୋବିନ୍ଦ ସଦନରେ ଆୟୋଜିତ ହେବାକୁ ଯାଉଥିବା ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲେଖକ, ପାଠକ, ବୁଦ୍ଧିଜୀବୀ ଓ ଶ୍ରୋତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।