କେନ୍ଦ୍ର ବିଜେପିର ବୁଝାମଣା, ରାଜ୍ୟ ବିଜେପି ଲାଗି ପ୍ରତାରଣା

କେନ୍ଦ୍ର ବିଜେପିର ବୁଝାମଣା, ରାଜ୍ୟ ବିଜେପି ଲାଗି ପ୍ରତାରଣା

ଗତକାଲି ଓଡିଶା ଗସ୍ତରେ ଆସିଥିବା ବିଜେପିର ଦ୍ଵିତୀୟ କ୍ଷମତାକେନ୍ଦ୍ର ତଥା ଗୃହମନ୍ତ୍ରୀ ଅମିତ ଶାହ ଓଡିଶାର ବିଜେପି କର୍ମୀଙ୍କୁ ସିଧା ସିଧା କହିଦେଇଗଲେ ଯେ, ତମେ ତମର ଲଢାଲଢି ହୁଅ । କେନ୍ଦ୍ରର ଷ୍ଟ୍ରାଟେଜି ଦେଖି ତମେ ଚିନ୍ତା କରନାହିଁ । ଏହାର ଅର୍ଥ ଏୟା ଯେ ବିଜେପି କେନ୍ଦ୍ରୀୟ ନେତୃତ୍ଵ ବିଜେଡି ସାଙ୍ଗରେ ରହିବାକୁ ବାଧ୍ୟ- ହେଲେ ତମେ କର୍ମୀମାନେ ନିଜ ସ୍ତରରେ ବିଜେପିକୁ ସରକାରରେ ଆଣିବାକୁ ସଂଘର୍ଷ କର । ଏହା ଏକପ୍ରକାର ଚମତ୍କାର ପ୍ରବଞ୍ଚନା ଆମେ ବିଜେଡି ସାଙ୍ଗେ ବୁଝାମଣା କରିବୁ ହେଲେ ତମେ ବିଜେଡି ବିରୋଧରେ ଲଢେଇ କର ବୋଲି କହି- ଅମିତ ଶାହ ଓଡିଶା ବିଜେପିକୁ ଏକପ୍ରକାର ଦିଶାହୀନ ଅବସ୍ଥାରେ ଛାଡି ଯାଇଛନ୍ତି । ମୁହଁଟାଣ ଦେଖାଇବାକୁ ଯାଇ ରାଜ୍ୟ ବିଜେପି ସଭାପତି ଏବଂ ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ଆମେ ବିଜେଡି ବିରୋଧରେ ଏକୁଟିଆ ଲଢିବୁ ବୋଲି କହୁଥିଲେ ମଧ୍ୟ ସେମାନଙ୍କ ସ୍ଵରରେ ଆଗର ଦମ୍ଭ ଆଉ ନାହିଁ ଅମିତ ଶାହ ନିଜେ ଓଡିଶା ଆସି ରାଜ୍ୟ ବିଜେପିର ସ୍ଵାଭିମାନ ଓ ଅସ୍ତିତ୍ଵକୁ ନବୀନ ପଟ୍ଟନାୟକଙ୍କ ପାଖରେ ବନ୍ଧା ପକେଇଦେଇ ଯାଇଛନ୍ତି । ତେଣୁ ଆଗକୁ ଓଡିଶା ବିଜେପି ନାମକୁ ମାତ୍ର ବିଜେଡି ବିରୋଧରେ ଲଢିବ, ହେଲେ ଅସଲ ଲଢେଇରେ ବିଜେପି ଏଠି ବିଜେଡ଼ିର “ବି ଟିମ” ହୋଇ କାମ କରିବାକୁ ବାଧ୍ୟ

୨୦୨୪ ସାଧାରଣ ନିର୍ବାଚନ ବିଜେପି ଲାଗି ଆଦୌ ସହଜ ନୁହେଁ ବିରୋଧୀ ଦଳଙ୍କ ମହାମେଣ୍ଟ “ଇଣ୍ଡିଆ” ଗଠନ ହେବା ପରେ  ସେଥିଲାଗି ବିଜେପି ଆଗତୁରା ନିଜର ପୁରୁଣା ମେଣ୍ଟ ଏନଡିଏକୁ ସକ୍ରିୟ କରିବାକୁ ଚେଷ୍ଟା କରୁଛି ହେଲେ ଏନଡିଏ ମେଣ୍ଟରେ ଏଆଇଡିଏମକେକୁ ବାଦ ଦେଲେ ଏମିତି କୌଣସି ପ୍ରଭାବଶାଳୀ ରାଜନୈତିକ ଦଳ ନାହାନ୍ତି ଯେଉଁମାନେ ମୋଦୀଙ୍କୁ ସଂସଦରେ ସୁରକ୍ଷା ଦେଇପାରିବେ ୨୦୨୪ ନିର୍ବାଚନରେ ନିଜ ଚୌକି ବଞ୍ଚାଇବା ଲାଗି ଏବେ ବିଜେପି ଓଡିଶାର ବିଜୁ ଜନତା ଦଳ ଏବଂ ଆନ୍ଧ୍ରର ୱାଇଏସଆର କଂଗ୍ରେସକୁ ନିଜ ପକ୍ଷରେ ରଖିବାକୁ ଏକରକମ ବାଧ୍ୟ ହୋଇଛି

ବିରୋଧୀମେଣ୍ଟରୁ ଶାରଦା ପାୱାର ଏବଂ ନୀତିଶ କୁମାରଙ୍କୁ ଛଡାଇ ଆଣି ଏନଡିଏରେ ସାମିଲ କରିବାକୁ ବିଜେପି ପ୍ରାଣାମୂର୍ଚ୍ଛା ଉଦ୍ୟମ କରୁଛି ଏ ପ୍ରସଙ୍ଗରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ମନାଇବା ଲାଗି ମଧ୍ୟ ଭିତିରି ଉଦ୍ୟମ ଚାଲିଛି ତେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବା ବିଜେପି ପାଇଁ ସହଜ ହୋଇଛି କାରଣ ନବୀନ ନିଜର ବୟସାଧିକ୍ୟ ଯୋଗୁଁ ଅଧିକ ମୁହାଁମୁହିଁ ରାଜନୀତି କରିବା ଅବସ୍ଥାରେ ନାହାନ୍ତି । ବିଜେପି ସହିତ ବୁଝାମଣାରେ ବିଜେଡ଼ିର ବିଶେଷ କିଛି କ୍ଷତି ହେବାର ନାହିଁ ବିଜେପି ସହିତ ବିଜେଡ଼ିର ବୁଝାମଣା ରାଜ୍ୟ ବିଜେପିକୁ ସ୍ଥାଣୁ କରିଦେବ ଓ ସେଥିରେ ବିଜେଡ଼ିର ଲାଭ ସର୍ବାଧିକ ୨୦୨୪ ସାଧାରଣ ନିର୍ବାଚନରେ ଉଭୟ  ବିଧାନସଭା ଏବଂ ଲୋକସଭାରେ ବିଜେଡି ନିଜ ପାଇଁ  କ୍ଷେତ୍ର ପ୍ରସ୍ତୁତ କରିସାରି ଏବେ ନିଜର ସବୁଠୁ ଶକ୍ତିଶାଳୀ ବିରୋଧୀକୁ ନିଜ ଜାଲରେ ପକାଇଛି ବାସ୍ତବରେ ବିଜେପି ଏବେ ନିଜର ଭବିଷ୍ୟତକୁ ସୁରକ୍ଷା ଦେବାକୁ ଯାଇ ଓଡିଶାରେ ନିଜର ବର୍ତ୍ତମାନକୁ ବଳି ପକାଇଦେଇଛି ।

କିଛି ରାଜନୈତିକ ସମୀକ୍ଷକ କହୁଛନ୍ତି, ହୁଏତ ଲୋକସଭାରେ ବିଜେଡି ବିଜେପି ପାଇଁ ଅଧିକ ଆସନ ଛାଡି ଦେଇପାରେ ୨୦୧୯ରେ ଓଡିଶାରେ ବିଜେପିର ପ୍ରଦର୍ଶନ ସବୁଠୁ ଭଲ ଥିଲା ଓ ସେଥିରୁ ଅଧିକ ଭଲ ପ୍ରଦର୍ଶନ ବିଜେପି କରିବାର କୌଣସି ସମ୍ଭାବନା ଆଉ ନାହିଁ ଗତ ନିର୍ବାଚନରେ ପଶ୍ଚିମ ଓଡିଶାର ପାଞ୍ଚୋଟି ଯାକ ଲୋକସଭା ଆସନ ବିଜେପି ଜିତିଥିଲା ଯଦି ବିଜେପି –ବିଜେଡି ବୁଝାମଣା ହୋଇ ଏହି ସବୁ କ୍ଷେତ୍ରରେ ବିଜେଡି ଦୁର୍ବଳ ପ୍ରାର୍ଥୀ ଦିଏ, ତା ହେଲେ ସେଥିରେ କଂଗ୍ରେସ ଅଧିକ ଲାଭବାନ ହେବ । ବିଜେପିକୁ ହରାଇବାକୁ ଚାହୁଁଥିବା ବିରୋଧୀ ଭୋଟ ସବୁବେଳେ ବିଜେଡି ସପକ୍ଷରେ ଯାଉଥିଲା

ବିଜେଡି-ବିଜେପି ବୁଝାମଣାରେ ଏହି ଭୋଟ କଂଗ୍ରେସକୁ ଫେରିବା ନିଶ୍ଚିତ । ଓଡିଶାରେ ବିଜେଡି-ବିଜେପିର ଏହି ଖୋଲା ବୁଝାମଣା କଂଗ୍ରେସକୁ ରାଜ୍ୟରେ ନୂଆ ଜୀବନ ଦେଇଛି ।