ବିବିସି ଉପରେ ପ୍ରତିବନ୍ଧକ ଲଗାଇବାକୁ ଆସିଥିବା ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ବିବିସି ଉପରେ ପ୍ରତିବନ୍ଧକ ଲଗାଇବାକୁ ଆସିଥିବା ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ଭାରତରେ ବ୍ରିଟିଶ ବ୍ରଡକାଷ୍ଟିଙ୍ଗ କର୍ପୋରେସନ ବା ବିବିସିକୁ ନିଷିଦ୍ଧ ଘୋଷଣା କରିବା ପାଇଁ ହିନ୍ଦୁ ସେନା ସଭାପତି ବିଷ୍ଣୁ ଗୁପ୍ତା ସୁପ୍ରିମ କୋର୍ଟରେ ଦାୟର କରିଥିବା ମାମଳାକୁ ମାନ୍ୟବର ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି । ଏକ ଗଣତାନ୍ତ୍ରିକ ଦେଶରେ କୌଣସି ଗଣମାଧ୍ୟମ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗା ଯାଇପାରିବ ନାହିଁ ବୋଲି ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଛନ୍ତି । ଗୁଜରାଟ ଦଙ୍ଗା ଉପରେ ବିବିସି ନିର୍ମାଣକରିଥିବା ବୃତ୍ତଚିତ୍ରକୁ ଭାରତ ବିରୋଧୀ ବୋଲି ଦର୍ଶାଇ ହିନ୍ଦୁ ସେନା ବିବିସିକୁ ଭାରତରେ ନିଷିଦ୍ଧ ଘୋଷଣା କରିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା । ଇତି ମଧ୍ୟରେ ଭାରତ ସରକାର ବିବିସି ଦ୍ଵାରା ପ୍ରସାରିତ "ଇଣ୍ଡିଆସ ମୋଦୀ କୋଶ୍ଚେନ" ବୃତ୍ତଚିତ୍ରକୁ ଭାରତରେ ପ୍ରଦର୍ଶନ କରିବାକୁ ଅନୁମତି ଦେଇନାହାନ୍ତି । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ଅନ୍ୟ ଏକ ମାମଲା ବିଚାରାଧୀନ ରହିଛି ।