ଉଡନ୍ତା ଚୁମା ଓ ବୁଡି ଯାଉଥିବା ସଂସଦୀୟ ଗରିମା

ଉଡନ୍ତା ଚୁମା ଓ ବୁଡି ଯାଉଥିବା ସଂସଦୀୟ ଗରିମା

ଆମ ଲୋକସଭାରେ ବର୍ତ୍ତମାନ ମିଳିତ ବିରୋଧୀ ଦଳ ନରେନ୍ଦ୍ର ମୋଦୀ ସରକାର ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଗତ କରିଛନ୍ତି ଓ ତା'ରି ଉପରେ ଲୋକସଭାରେ ବିତର୍କ ଚାଲିଛି। ସଂସଦୀୟ ଇତିହାସରେ ବିଶ୍ବାସ କିମ୍ବା ଅବିଶ୍ବାସ ପ୍ରସ୍ତାବ ଆଲୋଚନା ସମୟରେ ଆମ ସଂସଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଆମେ ଶୁଣିଆସିଛୁ । ପ୍ରଥମ ଥର ଲାଗି ଏ ପ୍ରସଙ୍ଗରେ ଆଲୋଚନା ଶୁଣିବାକୁ ଦେଶବାସୀ ପ୍ରାୟତଃ ଆଗ୍ରହ ପ୍ରକାଶ କରୁନାହାନ୍ତି । ସଂସଦ ଟିଭିର ଦର୍ଶକ ଆକଳନ ଦେଖି ଆମେ ଗୋଟିଏ କଥା ବୁଝିଯିବା ଉଚିତ ଯେ ଦେଶବାସୀ ଏବେ ଆଉ ସଂସଦୀୟ ଭାଷଣ ପ୍ରତି ଆକୃଷ୍ଟ ନୁହନ୍ତି । ଲୋକସଭାର ଅବିଶ୍ବାସ ପ୍ରସ୍ତାବ ବିତର୍କରେ କେବଳ ରାହୁଲ ଗାନ୍ଧୀଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ରାଜନେତାଙ୍କ ଭାଷଣକୁ ଲୋକ ଶୁଣିନାହାନ୍ତି । ରାହୁଲଙ୍କ ଭାଷଣକୁ ସଂସଦ ଟିଭିରେ ପ୍ରାୟ ୩ଲକ୍ଷ ଲୋକ ଦେଖିଥିବା ବେଳେ ଅମିତ ଶାହାଙ୍କୁ ମାତ୍ର ଲକ୍ଷେ ଲୋକ ଶୁଣିଛନ୍ତି । ସଂସଦରେ ମର୍ଯ୍ୟାଦାଜନକ ବିତର୍କ ଅପେକ୍ଷା ନିମ୍ନରୁଚିର ଆକ୍ଷେପ ଓ ଆକ୍ରମଣ ଲୋକଙ୍କୁ ଯେ ବ୍ୟଥିତ କରୁଛି, ଏକଥା ଆମର ମାନ୍ୟବର ସାଂସଦମାନେ ବୁଝିବା ଉଚିତ।

ଗତକାଲି ୯ ଅଗଷ୍ଟ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅବିଶ୍ବାସ ପ୍ରସ୍ତାବ ଉପରେ ନିଜର ମତ ରଖିଥିଲେ। ରାହୁଲଙ୍କ ପରେ ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜର ବକ୍ତବ୍ୟ ରଖିବାକୁ ଯାଇ ହଠାତ ରାହୁଲ ଗାନ୍ଧୀ ସଂସଦ ଭିତରେ ଉଡନ୍ତା ଚୁମା ବା ଫ୍ଲାଇଂ କିସ ଦେଇ ସଂସଦର ସବୁ ମହିଳାଙ୍କୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ସଂସଦର ସବୁ କୋଣରେ କ୍ୟାମେରା ରହିଥିଲା ଓ ରାହୁଳଙ୍କ ବକ୍ତବ୍ୟ ଲାଇଭ ଦେଶବାସୀ ଶୁଣୁଥିଲେ ରାହୁଲଙ୍କ ଆଚରଣ ବା ବ୍ୟବହାରରେ ସେମିତି କିଛି ଅସଙ୍ଗଟି ଦେଶବାସୀ ଦେଖିନଥିବା ବେଳେ ତାଙ୍କ ଉପରେ ହଠାତ ଏ ପ୍ରକାର ଆକ୍ରମଣର ଅର୍ଥ କଣ ? ଏ ପ୍ରସଙ୍ଗରେ ବିଜେପି ସାଂସଦ ହେମା ମାଳିନୀ ଏମିତି କିଛି ଘଟିଥିବାର ସେ ଦେଖିନଥିଲେ ବୋଲି କହିଛନ୍ତି, ହେଲେ ରାହୁଲଙ୍କ ବିରୋଧରେ ବାଚସ୍ପତିଙ୍କୁ ଲେଖା ଯାଇଥିବା ଚିଠିରେ ସେ ଦସ୍ତଖତ କରିଛନ୍ତି ଏମିତି ବିଚିତ୍ର ଅଭିଯୋଗ ସଂସଦ ଭିତରେ କେବେ ହୋଇନଥିଲା ।

ବିରୋଧୀ ଦଳର ପ୍ରମୁଖ ସାଂସଦଙ୍କ ବିରୋଧରେ ଶାସକ ଦଳର ଜଣେ ମନ୍ତ୍ରୀ ଏମିତି ମିଛ ଅଭିଯୋଗ କରିଥିବାର ରେକର୍ଡ ଅନ୍ତତଃ ସଂସଦରେ କେହି କେବେ ଦେଖି ନଥିଲେ ରାହୁଲ ଗାନ୍ଧୀଙ୍କୁ “ମିଶୋଜିନିଷ୍ଟ” ବା ନାରୀ ବିଦ୍ଵେଷୀ ବୋଲି ସ୍ମୃତି ଇରାନୀ ଆକ୍ଷେପ କରିଛନ୍ତି ଏ ସମ୍ପର୍କରେ ବାଚସ୍ପତିଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଥିବାରୁ ସେ ଏହାର ତୁରନ୍ତ ସ୍ପଷ୍ଟୀକରଣ ଦେବା କଥା । ହେଲେ ଏ ସମ୍ପର୍କରେ ଲୋକସଭା ସଚିବାଳୟ ଏଯାଏ କିଛି କହିନାହାନ୍ତି

ଫ୍ଲାଇଂ କିସ ବା ଉଡନ୍ତା ଚୁମା ପୃଥିବୀର ସବୁଠି ସ୍ନେହ ବା ଭଲପାଇବା ପ୍ରକଟ କରିବାର ଏକ ସଙ୍କେତ ଭାବରେ ବ୍ଯବହୃତ ହୋଇଆସିଛି । ଆମ ଦେଶରେ ମଧ୍ୟ ଚିତ୍ରତାରକା, ଖେଳାଳୀ ଓ ରାଜନେତାମାନେ ଏହା ବ୍ୟବହାର କରିଥାନ୍ତିଏହାକୁ ନାରୀ ବିଦ୍ଵେଷୀ ବୋଲି କହିବାର କାରଣ କଣ ? ହଠାତ ସଂସଦ ଭିତରେ ବାସ୍ତବ ପ୍ରସଙ୍ଗ ଉପରେ ଆଲୋଚନା ନକରି ରାହୁଲ ଗାନ୍ଧୀଙ୍କ ଉପରେ ମିଛ ଅଭିଯୋଗ ଆଧାରରେ ଆକ୍ରମଣ କରିବା, ସଂସଦର ଗରିମାକୁ କ୍ଷୁଣ୍ଣ କରୁଛି ।