କର୍ଣ୍ଣାଟକ ନିର୍ବାଚନ; କିଏ ମାରିବ ବାଜି ??

କର୍ଣ୍ଣାଟକ ନିର୍ବାଚନ; କିଏ ମାରିବ ବାଜି ??

ଆସନ୍ତା ମଇ ୧୦ ତାରିଖ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଓ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ନିର୍ବାଚନ ପୃଥିବୀର ବହୁ ଦେଶରେ ଅନୁଷ୍ଠିତ ହୁଏ, ହେଲେ ଆମ ଦେଶର ନିର୍ବାଚନରେ ଗୋଟେ ଅଲଗା ମଜା ଅଛି ଆମର ନିର୍ବାଚନ ଗୋଟେ ଚମତ୍କାର ମହାନାଟକ ଅଥବା ଗୋଟେ ସୁପର ହିଟ ଚଳଚ୍ଚିତ୍ର ର ଦୃଶ୍ୟପଟ ପରି ନିର୍ବାଚନ କାହାଣୀରେ ଏତେ ପ୍ରକାର ଦ୍ଵନ୍ଦ୍ଵ ଓ ସଙ୍ଘାତ ରହିଥାଏ ଯେ, ତାକୁ ବୁଝିବା ଏତେ ସହଜ ନୁହେଁ ଯଦିଓ ନିର୍ବାଚନ ନାଟକରେ ଭରପୁର ମନୋରଞ୍ଜନ ରହିଛି, ତଥାପି ଏହା ସହ ଆମର ଭାଗ୍ୟ ଓ ଭବିଷ୍ୟତ ସହ ମଧ୍ୟ  ଜଡିତ ତେଣୁ ଏହାକୁ ହାଲୁକା ମନୋରଞ୍ଜନ ଭାବରେ ଗ୍ରହଣ କରି ହେବନାହିଁ  କର୍ଣ୍ଣାଟକ ବିଧାନସଭା ଲାଗି ହେବାକୁ ଥିବା ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଆଜିର ରାଜନୀତିକୁ ବୁଝିବାକୁ ପଡିବ

ଗତ କର୍ଣ୍ଣାଟକ ନିର୍ବାଚନର ଗଣିତ ବଡ ଜଟିଳ ଓ ସମୀକରଣ ଅତ୍ୟନ୍ତ କଠିନ ଥିଲା ଯାହାକୁ ସବୁଠୁ ବେଶୀ ଭୋଟ ମିଳିଥିଲା, ତାଙ୍କୁ ବେଶୀ ଆସନ ମିଳିନଥିଲା କଂଗ୍ରେସ ଦଳ ସେଠି ୩୮% ଭୋଟ ପାଇଥିବା ବେଳେ ଆସନ ଜିତିଥିଲା ମାତ୍ର ୭୮ ଟି ସବୁଠୁ ବଡ ଦଳ ଭାବରେ ବିଜେପି ୧୦୪ ଟି ଆସନ ଜିତିଥିବା ବେଳେ ତାଙ୍କର ଭୋଟ ହାର ଥିଲା ୩୬.୨% ଅର୍ଥାତ ବିଜେପି କଂଗ୍ରେସ ଠାରୁ ପ୍ରାୟ ୨% କମ ଭୋଟ ପାଇଥିଲା ତୃତୀୟ ଧର୍ମ ନିରପେକ୍ଷ ଜନତା ଦଳ ୧୮.୩% ଭୋଟ ପାଇ ୩୭ ଆସନରେ ଜିତିଥିଲା ଚୂଡାନ୍ତ ଫଳ ଅନୁସାରେ ପ୍ରଥମ ହେଉ ବା ଦ୍ଵିତୀୟ ଦଳ, ସେମାନେ ତୃତୀୟ ଦଳର ସାହାଯ୍ୟ ନନେଇ ସରକାର ଗଢି ପାରିଲେ ନାହିଁ ତୃତୀୟ ଦଳ ସବୁଠୁ କମ ଭୋଟ ପାଇ କୁମାରସ୍ଵାମୀଙ୍କ ନେତୃତ୍ବରେ ଓ କଂଗ୍ରେସ ସହଯୋଗରେ ସରକାର ଗଢିଥିଲା ଗଣତାନ୍ତ୍ରିକ ଗଣିତର ଏହା ହେଉଛି ସବୁଠୁ ବଡ ବୈଚିତ୍ର୍ୟ

କର୍ଣ୍ଣାଟକ ନିର୍ବାଚନର ସାହିତ୍ୟରେ ପ୍ରଚୁର ରସ, ରୋମାଞ୍ଚ ଓ ସଙ୍ଘାତ ରହିଥିଲା ନିର୍ବାଚନର ଚବିଶ ଘଣ୍ଟା ଭିତରେ ସେଠାରେ  ବିଧାୟକ ମାନେ ଘୋଡା ପାଲଟି ଯାଇଥିଲେଗଲେ ବିଧାୟକମାନଙ୍କ ଗୋପନ ଅଭିସାର ତଥା ସେମାନଙ୍କୁ କିଣିବା ଲାଗି ଚାଲିଥିବା ଷଡଯନ୍ତ୍ର ର ବହୁ ଚମତ୍କାର କାହାଣୀ ଆମେ ଦେଖିଲୁ ଓ ପଢିଲୁ ସେଠାରେ ଗତ ପାଞ୍ଚ ବର୍ଷରେ ତିନୋଟି ସରକାର ଗଢାହେଲା  କୁମାରାସ୍ଵାମୀ ସରକାର ସେଠି ଅଳ୍ପ କେଇମାସ ପରେ ଭାଙ୍ଗିଗଲା ଓ ବିଜେପି ସରକାର ଗଢିଲା  ଗତ ନିର୍ବାଚନ ଫଳ ବାହାରିଲା ପରେ ବିଜେପିର ସାଧାରଣ ସମ୍ପାଦକ ରାମ ମାଧବ, ସଂଖ୍ୟା ନଥାଇ କେମିତି ଜିତିବେ ପ୍ରଶ୍ନର ଉତ୍ତରରେ କହିଲେ,Don’t worry, we have Amit Shah” ସତେ ଅବା ଅମିତ ଶାହ କେହି ଜଣେ ସୁପରମ୍ୟାନ ଓ ତାଙ୍କ ହାତରେ ଯେମିତି ଏ ଦେଶର ଆଇନ ଓ ସମ୍ବିଧାନ ସମର୍ପିତ ହୋଇ ରହିଛନ୍ତି

ବାକି ରହିଲା ସମାଜଶାସ୍ତ୍ର ଯେ କୌଣସି ସମାଜଶାସ୍ତ୍ରୀ ଲାଗି କର୍ଣ୍ଣାଟକ ନିର୍ବାଚନ ର ବିଶ୍ଳେଷଣ ଅତ୍ୟନ୍ତ ଜଟିଳ ଜାତି, ଧର୍ମ ଓ ଲିଙ୍ଗଗତ ଶ୍ରେଣୀ ବିଭାଜନ କର୍ଣ୍ଣାଟକ ନିର୍ବାଚନର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ସରକାର ଗଠନରେ ମଧ୍ୟ ଜାତିର ପ୍ରଶ୍ନ କୁ କର୍ଣ୍ଣାଟକରେ ବେଶ ଗୁରୁତ୍ଵ ଦିଆଯାଇଥାଏ ଲିଙ୍ଗାୟତ ବନାମ ଭୋକଲିଙ୍ଗା, ହିନ୍ଦୁ ବନାମ ମୁସଲମାନ, ଦଳିତ ବନାମ ବ୍ରାହ୍ମଣ ଭୋଟର ବହୁ ବିଚିତ୍ର ସମୀକରଣ ଏଥିରେ ରହିଛି

ଆଜିର ତାରିଖରେ ବିଜେପି ଓ କଂଗ୍ରେସ ପାଇଁ କର୍ଣ୍ଣାଟକ ନିର୍ବାଚନ ଏକପ୍ରକାର “କର ବା ମର” ସ୍ଥିତିରେ ରହିଛି କର୍ଣ୍ଣାଟକ ବିଜେପିର ମୁଖିଆ ୟେଦୀୟୁରାପ୍ପାଙ୍କୁ ବିଜେପି କ୍ଷମତା ବାହାରେ ରଖିଛି ବିନା ୟେଦୀୟୁରାପ୍ପା ନେତୃତ୍ବରେ ବିଜେପି ଲାଗି କର୍ଣ୍ଣାଟକ ବିଜୟ ସହଜ ନୁହେଁ କଂଗ୍ରେସ ପାଇଁ କର୍ଣ୍ଣାଟକରେ ସ୍ଥିତି ଅନେକଟା ସହଜ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ପଦଯାତ୍ରା କର୍ଣ୍ଣାଟକରେ ବିପୁଳ ପ୍ରଭାବ ପକାଇଥିଲା ଜାତୀୟ କଂଗ୍ରେସର ସଭାପତି ଦାୟିତ୍ଵ ନେଇଥିବା ମଲ୍ଲିକାର୍ଜୁନ ଖର୍ଗେଙ୍କର ଏକ ବଡ ପ୍ରଭାବ କର୍ଣ୍ଣାଟକ ରାଜନୀତିରେ ରହିଛି ସମ୍ପ୍ରତି ରାହୁଲ ଗାନ୍ଧୀଙ୍କୁ ସଂସଦରୁ ବହିସ୍କାର କରିବାର ପ୍ରଭାବ ମଧ୍ୟ କର୍ଣ୍ଣାଟକ ନିର୍ବାଚନରେ ପଡିବ ବିଜେପି ଲାଗି କର୍ଣ୍ଣାଟକରେ ସବୁଠୁ ବଡ ସଙ୍କଟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ତାଙ୍କ ସାକାର ୪୦% ପିସି ନେଉଥିବା ସରକାର ଭାବରେ ନିନ୍ଦିତ ହୋଇଛି ବାଙ୍ଗାଲୋର ବନ୍ୟାରେ ସରକାରୀ ବିଫଳତାକୁ ଲୋକେ ସହଜରେ ଗ୍ରହଣ କରିନାହାନ୍ତି ।

ଅନ୍ୟ ରାଜ୍ୟ ତୁଳନାରେ କର୍ଣ୍ଣାଟକରେ କଂଗ୍ରେସ ସଂଗଠନ ଅଧିକ ଶକ୍ତିଶାଳୀ ପ୍ରଦେଶ କଂଗ୍ରେସ ସଭାପତି ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମଇୟା ଏବଂ ମଲ୍ଲିକାର୍ଜୁନ ଖର୍ଗେଙ୍କ ଭିତରେ ଯଦି ସମନ୍ଵୟ ତିଆରି ହୁଏ, ତାହେଲେ ସେଠାରେ କଂଗ୍ରେସର ବିଜୟକୁ ଅଟକାଇବା ବିଜେପି ପକ୍ଷରେ ସମ୍ଭବ ହେବନାହିଁ