ନବୀନ ଓ ମମତା କଥାବାର୍ତ୍ତା : ଜାତୀୟ ରାଜନୀତି ପାଇଁ କଣ ରହିବ ବାର୍ତ୍ତା

ନବୀନ ଓ ମମତା କଥାବାର୍ତ୍ତା : ଜାତୀୟ ରାଜନୀତି ପାଇଁ କଣ ରହିବ ବାର୍ତ୍ତା

ଆଜି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି ସରକାରୀ ଭାବରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା ବେଳେ ରାଜନୀତି ଦୃଷ୍ଟିରୁ ଏହା ଭିନ୍ନ ଏକ ସଙ୍କେତ ଦେଉଥିବା ଭେଟଘାଟ ମମତା ବାନାର୍ଜୀ ନବୀନଙ୍କୁ ଭେଟିବାର ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜନୀତିରେ ନିଜର ପତିଆରା ବଢାଇବାକୁ ମମତା  ବାନାର୍ଜୀ ବର୍ତ୍ତମାନ କଂଗ୍ରେସ ଏବଂ ବିଜେପି ଠାରୁ ସମ ଦୂରତାରେ ରହି ଏକ ତୃତୀୟ ସାମ୍ମୁଖ୍ୟ ଗଠନ ଯୋଜନାରେ ଲାଗି ପଡିଛନ୍ତି ସବୁ ବିଜେପି ବିରୋଧୀ ଶକ୍ତି ଏକାଠି ହୋଇ ନିର୍ବାଚନ ଲଢିବା ଆଦୌ ସମ୍ଭବ ନୁହେଁ ଏବଂ ପ୍ରାକ ନିର୍ବାଚନ ମେଣ୍ଟ ଅପେକ୍ଷା ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ନେଇ ଏବେ ଅଙ୍କକଷା ବ୍ୟାପକ ହୋଇଚାଲିଛି

ନବୀନଙ୍କୁ ଭେଟିବା ପୂର୍ବରୁ ମମତା ବାନାର୍ଜୀ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କୁ ଭେଟି ସାରିଛନ୍ତି ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି, ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି ଏବଂ ତୃଣମୂଳ ଭିତରେ ଏକ ପ୍ରକାର ପ୍ରାକ ନିର୍ବାଚନୀ ବୁଝାମଣା ସରିଛି ଏହି ତିନୋଟି ଦଳ କେହି କାହର ବିରୋଧୀ ନୁହନ୍ତି କିମ୍ବା ଏମାନେ ପ୍ରତିଦ୍ବନ୍ଦ୍ବୀ ଭାବରେ କେଉଁଠି ନିର୍ବାଚନ ଲଢିବାର ସମ୍ଭାବନା ନାହିଁ ସଂଖ୍ୟା ଦୃଷ୍ଟିରୁ ଏହି ତିନୋଟି ରାଜ୍ୟର ଲୋକସଭା ଆସନ ଜାତୀୟ ରାଜନୀତିରେ ସମୀକରଣ ବଦଳାଇଦେବାର ସାମର୍ଥ୍ୟ ରଖେ । ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ଲୋକସଭା ଆସନ ସଂଖ୍ୟା ୧୩୯ ଏଥିରେ ଓଡିଶାର ୨୧ ଟି ଆସନ ମିଶିଲେ ମୋଟ ସଂଖ୍ୟା ହେବ ୧୬୦ ଯଦି ମେଣ୍ଟ ଭାବରେ ଏହି ଦଳ ଗୁଡିକ ପରଷ୍ପରକୁ ସହଯୋଗ ଦେଇ ଭଲ ଆସନ ଜିତନ୍ତି, ତା ହେଲେ ୨୦୨୪ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ସରକାର ଗଢିବାର ଲଗାମ ଏମାନଙ୍କ ହାତରେ ରହିବ ।  ନିଜ ନିଜ ଭିତରେ ଏମାନେ କେହି କାହାର ବିରୋଧୀ ହୋଇନଥିବାରୁ ଏକ ବୁଝାମଣା ଭିତ୍ତିକ ମେଣ୍ଟ ଏମାନଙ୍କ ମଧ୍ୟରେ ସମ୍ଭବ ହୋଇପାରେ

କଂଗ୍ରେସ ଏବଂ ବିଜେପି ମଧ୍ୟରୁ ଯିଏ ଜିତିଲେ ମଧ୍ୟ ମମତା-ଅଖିଳେଶ-ରାଓ ମେଣ୍ଟ “କିଙ୍ଗ ମେକର” ଭୂମିକାରେ ନିଜକୁ ରଖିବାକୁ ଚାହାନ୍ତି ସେମାନଙ୍କ ସହିତ ନବୀନ ସହଯୋଗ କଲେ, ସ୍ଥିତି ଆହୁରି ମଜବୁତ ହେବାର ସମ୍ଭାବନା ରହିଛି । ସେହି ଦୃଷ୍ଟିରୁ ମମତା ନବୀନ ଭେଟଘାଟର ବିଶେଷ ଗୁରୁତ୍ଵ ରହିଛି । ମମତାଙ୍କ ନେତୃତ୍ବରେ ଆମ ଆଦମୀ ପାର୍ଟି ଏବଂ ଉଦ୍ଧବ ଥାକରେଙ୍କ ଶିବସେନା ମଧ୍ୟ ରହିଛନ୍ତି ଇତିମଧ୍ୟରେ ଆପ ଦିଲ୍ଲୀ, ଗୁଜରାଟ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ନିଜର ସଂଗଠନ ବଢାଇଛି ଏହା ସହିତ ଆବଶ୍ୟକତା ଦୃଷ୍ଟିରୁ କଂଗ୍ରେସ ସାଙ୍ଗରେ ରହିଥିବା ଶରଦ ପାୱାର ଏବଂ ନୀତିଶ କୁମାରଙ୍କ ସହିତ ମମତା ଯୋଗାଯୋଗରେ ଅଛନ୍ତି କର୍ଣ୍ଣାଟକ ବିଧାନସଭା  ନିର୍ବାଚନ ପରେ କଂଗ୍ରେସର ମତିଗତିକୁ ଦେଖି ସର୍ବଭାରତୀୟ ସ୍ତରରେ ମେଣ୍ଟ କଥା ଅନ୍ୟ ଦଳ ମାନେ ଚିନ୍ତା କରିବେ ତେବେ ଜାତୀୟ ସ୍ତରରେ ଆଞ୍ଚଳିକ ଦଳଗୁଡିକ ସହିତ କଂଗ୍ରେସର ପ୍ରାକ ନିର୍ବାଚନୀ ବୁଝାମଣାର ସମ୍ଭାବନା ପ୍ରାୟ ନାହିଁ

ମମତା, କେସିଆର ଏବଂ ନବୀନ ଏବେ ଏକ “ମିତ୍ରଗୋଷ୍ଠୀ” ଭାବରେ ନିଜର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବେ ମମତା-ନବୀନ ଭେଟଘାଟ ପରେ ଏହି ମେଣ୍ଟକୁ ଏକପ୍ରକାର ନୈତିକ ବଳ ମିଳିବ । ଯଦିଓ ଆଜିର ଦେଖାରେ ଉଭୟ ପକ୍ଷ ରାଜନୈତିକ ଦୃଷ୍ଟିରୁ ନୀରବ ରହିପାରନ୍ତି, କିନ୍ତୁ ଜାତୀୟ ରାଜନୀତିରେ ଏହି ଭେଟଘାଟକୁ ନେଇ ଅଧିକ ଆକଳନ ଆରମ୍ଭ ହୋଇଯିବ