ବିରୋଧୀ ଦଳ ନଥିବା ନାଗାଲାଣ୍ଡ : ଗଣତନ୍ତ୍ରର ନୂଆ ପରିଚୟ

ବିରୋଧୀ ଦଳ ନଥିବା ନାଗାଲାଣ୍ଡ : ଗଣତନ୍ତ୍ରର ନୂଆ ପରିଚୟ

୨୦୨୧ରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ବିଧାନସଭାର ସବୁ ବିରୋଧୀ ସଦସ୍ୟ ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କୁ ସମର୍ଥନ କରିଥିଲେ । ଅର୍ଥାତ ୨୦୨୧ ପରେ ନାଗାଲାଣ୍ଡ ରାଜନୀତିରେ ବିରୋଧୀ ଦଳ ଆଉ ନଥିଲେ ୨୦୨୩ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ୧୦ରୁ ଅଧିକ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ନିର୍ବାଚନ ଲଢିଥିଲେ ସେମାନଙ୍କ ମଧ୍ୟରୁ କଂଗ୍ରେସ କୌଣସି ଆସନ ଜିତିନଥିବା ବେଳେ ବାକି ଦଳ ଗୁଡିକ ନିର୍ବାଚନ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ନେଫିଉ ରିଓଙ୍କୁ ସେମାନଙ୍କର ସମର୍ଥନ ଘୋଷଣା କରିଛନ୍ତି ନିର୍ବାଚନରେ ନେଫିଉ ରିଓଙ୍କ ଦଳ ନେସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି ୨୫ ଆସନ ଓ ତାଙ୍କର ସହଯୋଗୀ ବିଜେପି ୧୨ ଟି ଆସନ ପାଇଥିଲେ ୬୦ ସଦସ୍ୟ ବିଶିଷ୍ଟ ନାଗାଲାଣ୍ଡରେ ସରକାର ଗଢିବା ଲାଗି ଏତିକି ଆସନ ଯଥେଷ୍ଟ ତା ସତ୍ତ୍ୱେ ବିଜେପିକୁ ବାହାରେ ବିରୋଧ କରୁଥିବା ଶରଦ ପାୱାରଙ୍କ ଏନସିପି ଏବଂ ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ନେଫିଉ ରିଓଙ୍କୁ ସମର୍ଥନ ଦେଇଛନ୍ତି କାହିଁକି ?

ଏହାର ସରଲା ଏବମ ସହଜ ଉତ୍ତର ହେଉଛି, ନେଫିଉ ରିଓଙ୍କୁ ସମର୍ଥନ ନ କଲେ ସେଠାରେ ଏହି ସବୁ ଦଳର ଅସ୍ତିତ୍ଵ ରହିବ ନାହିଁ ଚାପ ଏବଂ ଲୋଭ ଦେଖାଇ ବିଧାୟକମାନଙ୍କୁ ସରକାର ନିଜ ଆଡକୁ ନେଇଆସିବେ ଅନ୍ତତଃ ସରକାରକୁ ସମର୍ଥନ ଦେଲେ ଦଳ ର ଅସ୍ତିତ୍ଵ ବଞ୍ଚିଯିବ ! ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଧାୟକ କିଣାବିକା ସବୁଠୁ ସହଜ ବ୍ୟବସ୍ଥା ପାଲଟି ଯାଇଛି ୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଗଠନ ହେବା ପରେ ପରେ ଅରୁଣାଚଳରେ ପୂର୍ଣ୍ଣ ବହୁମତ ପାଇ ସରକାର ଗଢିଥିବା କଂଗ୍ରେସ ଦଳର ସବୁ ସଦସ୍ୟଙ୍କୁ ବିଜେପିରେ ସାମିଲ କରିଦିଆଗଲା ଏହି ଘଟଣା ପରଠୁ ଉତ୍ତରପୂର୍ବ ରାଜ୍ୟରେ ବିରୋଧୀ ରାଜନୀତି ପ୍ରାୟ ନିଃଶେଷ ହୋଇଯାଇଛି

ଗୋଟେ ରାଜ୍ୟର ସବୁ ନିର୍ବାଚିତ ସଦସ୍ୟ ଯଦି ସରକାରକୁ ସମର୍ଥନ କରନ୍ତି ତା ହେଲେ, ଗଣତନ୍ତ୍ରର ଆବଶ୍ୟକତା କଣ ? ଗଣତନ୍ତ୍ରରେ ନିର୍ବାଚିତ ବିଧାୟକମାନଙ୍କ କିଣାବିକା ଏବେ ଏକ ସାଧାରଣ ଘଟଣା ପାଲଟି ଯାଇଛି ନିର୍ବାଚନ ପରେ କେନ୍ଦ୍ରୀୟ ଏଜେନ୍ସିର ଡର ଏବଂ  ପଇସାର ଲୋଭ ମାଧ୍ୟମରେ ସରକାର ଗଢାଯାଉଛି ଦଳବଦଳ ନିରୋଧ ଆଇନ କେବଳ ନାମକୁ ମାତ୍ର ଏକ ଆଇନ ହୋଇ ପଡିରହିଛି । ମହାରାଷ୍ଟ୍ରରେ ଉଦ୍ଧବ ଥାକରେ ସରକାର ଭାଙ୍ଗିବା ଲାଗି ଯେଉଁ ପ୍ରକାର ଉଦ୍ୟମ ହେଲା ଓ ସେଥିରେ ସୁପ୍ରିମ କୋର୍ଟ ଯେଉଁ ଭାବରେ ମୁକ ଦର୍ଶକ ଭାବରେ ଠିଆ ହୋଇ ରହିଲେ, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ଗଣତନ୍ତ୍ରକୁ ମାରିବା ଲାଗି ଆଉ ଅଲଗା କିଛି କରିବାର ଆବଶ୍ୟକତା ନାହିଁ ଗଣତାନ୍ତ୍ରିକ ଅନୁଷ୍ଠାନ ଜରିଆରେ ହିଁ ଗଣତନ୍ତ୍ରକୁ ହତ୍ୟା କରାଯାଇପାରିବ ! ନାଗାଲାଣ୍ଡରେ ଆଜି ଯାହା ଘଟିଛି, ଗୁଜରାଟରେ ତାହା ବହୁତ ଆଗରୁ ଘଟି ଆସୁଛି କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ରାଜସ୍ଥାନ, ମଧ୍ୟପ୍ରଦେଶ  ଭଳି ରାଜ୍ୟରେ ବିଧାୟକ ବିକାକିଣାର ନିରଳଜ ବଜାର ଆମେ ଦେଖିସାରିଛୁ

ଏ ବଜାରର ସବୁଠୁ ବଡ ଖରିଦଦାର କିଏ, ସେଟା ବି ଆମେ ଜାଣିଛୁ ତେଣୁ ଗଣତନ୍ତ୍ରକୁ ବଞ୍ଚାଇବା ଏବେ ଆଉ ରାଜନୈତିକ ଦଳଙ୍କ ସାମର୍ଥ୍ୟ ଭିତରେ ନାହିଁ !!