ସମର୍ପଣ : ଦ୍ଵିତୀୟ ସନ୍ଧ୍ୟାରେ ବାଉଲ ଏବଂ ଅଭଙ୍ଗର ମାଧୁରୀ

ସମର୍ପଣ : ଦ୍ଵିତୀୟ ସନ୍ଧ୍ୟାରେ ବାଉଲ ଏବଂ ଅଭଙ୍ଗର ମାଧୁରୀ

ଓଡ଼଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୧ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ "ସମର୍ପଣ"ର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା ପାରମ୍ପାରିକ ବଙ୍ଗଳା ଲୋକ ସଙ୍ଗୀତ ବାଉଲ ସହିତ ମହାରାଷ୍ଟ୍ରର ଲୋକ ସଙ୍ଗୀତ ଅଭଙ୍ଗ । 


ସଂଧ୍ୟାର ପ୍ରଥମ ସଙ୍ଗୀତ କାର୍ଯ୍ୟକ୍ରମ ଥିଲା ସନତ୍‍ ଦାସ ବାଉଲ ଓ ସାଥୀଙ୍କ ଦ୍ୱାରା ବଙ୍ଗଳା ଲୋକ ସଙ୍ଗୀତ ବାଉଲ ପରିବେଶଣ । ଏହି ସଙ୍ଗୀତକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିରନ୍ତର ରୂପେ ଯାଇ ସଙ୍ଗୀତ ଦ୍ୱାରା ଲୋକମାନଙ୍କର ଭଲପାଇବା ଓ ଚିରନ୍ତନ ପ୍ରେମର ପ୍ରଚାର କରିଥାଏ । ସନତ୍‍ ଦାସଙ୍କ ଦ୍ୱାରା ପରିବେସିତ ବାଉଲ ଦର୍ଶକମାନଙ୍କୁ ଏକ ଆଧ୍ୟାତ୍ମିକ ଓ ଭାବପୂର୍ଣ୍ଣ ପରିବେଶକୁ ଟାଣି ନେଇଯାଇଥିଲା । ତାଙ୍କ ସହ ଶ୍ରୀଖୋଳରେ ଆଶିଷ କରମାକର, ଦୋତାରାରେ ଗୋସ୍ତା ଗୋପାଲ ଥଣ୍ଡାର ଓ ବଂଶୀରେ ଧରଣୀ ମାଝୀ ଥିଲେ ।


ସଂଧ୍ୟାର ଶେଷ ଉପସ୍ଥାପନା ଥିଲା ଓମ୍‍କାର ଦାଦରକର୍‍ ଓ ସାଥୀଙ୍କ ଦ୍ୱାରା ଅଭଙ୍ଗ ସଙ୍ଗୀତ ପରିବେଶଣ । ଅଭଙ୍ଗ ସଙ୍ଗୀତ ଭଗବାନ ଭିଥଲାଙ୍କ ପାଖରେ ଗାନ 
କରାଯାଇଥାଏ । ଭଗବାନ ଭିଥଲା ହେଉଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ଶ୍ରୀକୃଷ୍ଣଙ୍କର ଅନ୍ୟମାନ । ଆକ୍ଷରିକ ଭାବରେ ଏହାର ଅର୍ଥ ହେଉଛି ଏକ ନିଖୁଣ ଏବଂ ନିରବଚ୍ଛିନ୍ନ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ । ଓମ୍‍କାର ଦାଦରକର ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଏବଂ ଭକ୍ତି ସଙ୍ଗୀତ କ୍ଷେତ୍ରରେ ଆନ୍ତର୍ଜାତୀୟ କ୍ଷାତିସମ୍ପର୍ଣ୍ଣ ସୁପରିଚିତ କଳାକାର । ତାଙ୍କୁ ତବଲାରେ ଗୌରବ ଚାଟାର୍ଜୀ ଏବଂ ହାରମୋନିୟମରେ ଅଶୋକ ମୁଖାର୍ଜୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଉପସ୍ଥିତ ରହି ତାଙ୍କର ଏହି ସଙ୍ଗୀତକୁ ମନଭରି ଉପଭୋଗ କରିଥିଲେ ।


ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା; ଆଇ.ସି.ସି.ଆରର ନିର୍ଦ୍ଦେଶିକା ମିନାକ୍ଷୀ ମିଶ୍ର; ବିଶିଷ୍ଟ ବାଉଲ ସଙ୍ଗୀତ ଗାୟକ ସନତ୍‍ ଦାସ ବାଉଲ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ପରିଚାଳନାରେ ସାହାଯ୍ୟ କରିଥିଲେ ଡ଼ଃ. ସଙ୍ଗୀତା ଗୋସାଇଁ ଓ କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ରାଜଶ୍ରୀ ପାତ୍ର ।