ଆମ ଦୁଃଖ ମହକିବ

ଆମ ଦୁଃଖ ମହକିବ

: ସମ୍ବରଟା ବାସି ନା? ସେଥିପାଇଁ କେମିତି ଗୋଟେ ଅଲଗା ଲାଗୁଚି

: ଲାଗୁଚି? ହଁ ବୋଧେ ଲାଗୁଚି! ମୁଁ ଠିକ୍ରେ ଜାଣିପାରୁ ନାଇଁ

: ଠିକ୍ ରେ ଜାଣିପାରୁନାହୁଁ? ସେଇଟା ତୋଅରି ପାଟି ତୋଅରି ଜିଭ ଟି!

ସମ୍ବର ତାଟିଆରେ ନିଜ ହାତର ଚାମୁଚଟିକୁ ପୁରାପୁରି ଛାଡ଼ିଦେଇ କହିଥିଲା ସେଜୁତୀ ଖୁବ୍ ବିରକ୍ତ ହୋଇ ପଡ଼ିଥିବା ଭଳି ଅସ୍ଥିର କଣ୍ଠରେ

 

ମୁଣ୍ଡ ଉପରେ ଶରତର ଖୋଲା ଆକାଶ ଚାରିପାଖରେ ସୋୟା, ଲଙ୍କା ଏବଂ ଟମାଟୋ ସସ୍ର ସୁଗନ୍ଧ ତା ସହିତ ଆଇସୋ ପ୍ରୋପାଇଲର ବାସ୍ନା ମଧ୍ୟ ଖାଇବା ଜାଗାରେ ଲୋକଙ୍କର ଅଳ୍ପ ଗହଳି ଥିଲା ତା’ ସହିତ ଥିଲା ଦି’ପାଖର ଉଚ୍ଚ ବାରଣ୍ଡାରେ ମୁହଁ ଶୁଖେଇ ଆତଯାତ ହଉଥିଲା ଲୋକଙ୍କର ଦୀର୍ଘଶ୍ୱାସ

 

ସତ କହିଲେ, ସେଜୁତୀର ଏଇଭଳି ହାକିମାତି ଦେଖେଇବା ମାନବକୁ ସବୁବେଳେ ଭଲ ଲାଗେ ମୂଳରୁ ହିଁ ଭଲ ଲାଗେ ଆଜି ବି ଭଲ ଲାଗିଲା ମନଟା ହୁଏତ ଚାହୁଁଥିଲା ସେ ସେମିତି ଆହୁରି ଚାରି ପଦ କହୁ

 

କିନ୍ତୁ! ଭୁଲ୍ ସଂଳାପଟି କହିଦେଇଛି ଭୁଲ୍ ପରିସ୍ଥିତି ଆଉ ମଣିଷ ସାମ୍ନାରେ ଏଇଭଳି ଆଶଙ୍କାରେ ସେଜୁତୀ ଏବେ ସାମ୍ନା ମଣିଷଟି ଆଡ଼କୁ କ୍ଷଣକ ପାଇଁ ଚାହିଁଦେଇ ପୁରାପୁରି ଚୁପ୍ ହେଇଯାଇଥିଲା ନୀରବରେ ସାରିବାକୁ ଲାଗିଥିଲା ତା ଥାଳିର ଖାଦ୍ୟତକ ସମ୍ବର ସେ ଆଦୌ ଖାଇଲା ନାହିଁ ବରଂ ଥାଳି କଡ଼ରେ ଦିଆଯାଇଥିବା ଅଳ୍ପ ବିଲାତି ଚଟଣୀରେ ଥାପିଥାପି ସାରିବାକୁ ଲାଗିଲା ସାଧା ଦୋସା ଖଣ୍ଡିକ

ଅନ୍ୟଦିନ ହେଇଥିଲେ ଅବଶ୍ୟ ଦୃଶ୍ୟ ଅଲଗା ଛବି ଦେଖେଇଥାନ୍ତା ଏବେ ସିଏ ନିଜ ଖାଇବା ଥାଳିଟିକୁ ଉଠେଇ ନେଇ ସିଧା ସିଧା କାଉଣ୍ଟର ପାଖକୁ ଚାଲିଯାଇଥା’ନ୍ତା ସେଠାରେ ହିସାବ କିତାବ ରଖୁଥିବା ପିଲାଟିକୁ ଜୁଲମ କରି କହିଥାନ୍ତ, “ଭାଇନା! ଏଇ ସମ୍ବର ପରଶିବା ଆଗରୁ ନିଜେ ଥରେ ଚାଖିକି ଦେଖୁନାହଁ କାହିଁକି? ଦେଖିଲ, ଇଏ ଖାଇବା ଯୋଗ୍ୟ! ନିଅ ଚାମୁଚ ନିଅ, ଚାଖିକି ଦେଖ ଭାଇ; ଇଏ ପୁରାପୁରି ବାସି ।”

 

ତାର ଏଇଭଳି କରିବାରେ ମାନବ ଟିକିଏ ବିଚଳିତ ହୋଇ ପଡ଼ିଥାନ୍ତା ଅବଶ୍ୟ ନିଜ ଖାଇବା ସାରିବ ନା କାଉଣ୍ଟର ପାଖକୁ ଯାଇ ତାକୁ ସମ୍ଭାଳିବ! ଶେଷରେ କିଛି ଠିକଣା କରି ନପାରି ନିଜ ଥାଳି ଛାଡ଼ି ଉଠି ଯାଇଥାନ୍ତା ଆଉ ତା’ ହାତ ଧରି ତାକୁ ସେଠି ଟାଣି ଆଣିବାକୁ ଚେଷ୍ଟା କରିଥାନ୍ତା ହାତ ଧରି ଟାଣିବା ଭିତରେ ତାକୁ ବୁଝେଇ ଥାନ୍ତା, “ହଉ ହେଲାରେ ବାବା! ତୁ ଛାଡ଼୍ ଏବେ ସେ ଦୋସା ଖାଇଲେ ଖାଆ ନହେଲେ ରହିଥା, ମୁଁ ତୋ ପାଇଁ ଆଉ କ’ଗୋଟେ ରହ ଆଣିଦିଏଁ ।”

 

କିନ୍ତୁ ଆଜିକାର ସମୟ ଭିନ୍ନ ପରିସ୍ଥିତି ଭିନ୍ନ ଭିନ୍ନ ବି ପ୍ରସ୍ତାବିତ ଆଦବକାଇଦା

 

ହସ୍ପିଟାଲର କୌଣସି ଗୋଟିଏ ମହଲାରୁ ସାନପିଲାର ବିକଳ କାନ୍ଦ ଶୁଭୁଥିଲା  କ’ତା’କାରଣ ସଠିକ୍ ଜଣା ନଥିଲେ ମଧ୍ୟ ପିଲାଟି ଯେ ଯନ୍ତ୍ରଣାରେ ଚିକ୍ରାର କରି କାନ୍ଦୁଛି ତାହା ସ୍ପଷ୍ଟ ଜଣା ପଡ଼ି ଯାଉଥିଲା ତେବେ ଏହା ସହିତ ତା କାନ୍ଦ ଠୁଁ ଉଚ୍ଚରେ  ଜଣେ ସ୍ତ୍ରୀଲୋକର କଣ୍ଠସ୍ୱର ବରାବର ଶୁଭୁଥିଲା ପିଲାଟିକୁ ବୋଧ ଦେଇ ଆଦର ଭଲପାଇବାରେ କ’କ’କହି ଚାଲିଥିବା ଆନ୍ତରିକତାର କଣ୍ଠସ୍ୱର ସେ ନିଶ୍ଚୟ ପିଲାଟିର ମାଆ ହେଇଥିବେ ଏଇ ଭିତରେ ପିଲାଟି କିନ୍ତୁ ମୁହୂର୍ତ୍ତ କେତୋଟି ପାଇଁ ପୁରାପୁରି କାନ୍ଦ ବନ୍ଦ କରିଦେଉଥିଲା ବୋଧହୁଏ ମାଆର ଗେହ୍ଲା, ଭଲ ପାଇବା ପାଇ ଯନ୍ତ୍ରଣାକୁ ଭୁଲି ଯାଇଥିଲା

 

ବାସ୍ତବିକ୍ ଭଲପାଇବାଟା ଗୋଟାଏ ବଡ଼ କାମିକା ଜିନିଷ ଅଥଚ ଦେଖ ! ଆମେ ନିଜ ଅଜାଣତରେ ସେଇ କାମିକା ଚିଜଟିକୁ ହିଁ କେମିତି ହାତଛଡ଼ା କରି ବସୁ ହଁ, ଏଇଟା କୋଉ ଅମୂଲ୍ୟ ମୂଲ୍ୟ ଜିନିଷ ଆଜି ନାହିଁ କାଲିକି ଆସିବ!!

 

ସମ୍ବର ତାଟିଆରେ ଥରେ ଚାମୁଚ ବୁଲେଇ ଛାଡ଼ିଦବା ପରେ ମାନବ ଏବେ ସେଜୁତୀର ମୁହଁକୁ ଚାହିଁଲା ଚାହିଁଲା, ତା’ସେଇ ହାତଟିକୁ ଯାହାକୁ ଧରି ଟାଣି ଆଣିବାର ଦୃଶ୍ୟ ସଂପର୍କରେ ସେ ଏବେ କଳ୍ପନା କରୁଥିଲା

 

ଲମ୍ବା ଲମ୍ବା ଆଙ୍ଗୁଳିର ସୁନ୍ଦର ସେଇ ଗୋରା ହାତ କେଜାଣି ସେ ହାତଟିର କି ଅଦ୍ଭୁତ ଆକର୍ଷଣ ଥିଲା ଏବେ ତା’ ମନକୁ ଏକା ଏକ ଭାବନାଟିଏ ପଶିଆସିଲା ଯେ: ଏଇ ହାତ! ଏଇ ହାତଟି ହାତଛଡ଼ା ହେଇଯିବା ଦିନ ଠାରୁ ତା’ ପାଇଁ ଜୀବନରେ କେବଳ ଦୁର୍ଦ୍ଦିନ ହିଁ ଦୁର୍ଦ୍ଦିନ ମାଡ଼ି ଆସିଛି ସିଗାରେଟ ଟାଣିବା ବଢ଼ିଯାଇଛି ବଢ଼ିଯାଇଛି ବି ରାତି ଅନିଦ୍ରା, ଆସିଡିଟି ଆଉ ସୀମା ଅତିକ୍ରାନ୍ତ ପିଆପିଇ

 

ପାଦରୁ ବେକଯାଏଁ ଧଳାଚାଦର ଯୋଡ଼ି ହେଇଥିବା ରୋଗୀଟି ଚାଲିଗଲା ବାରଣ୍ଡାରେ ଶୀଘ୍ର ଶୀଘ୍ର ଚାଲି ଯାଉଥିବା ଚକଲଗା ଗାଡ଼ିର ଶବ୍ଦ ସହିତ ସେଥିରେ ମିଶି ଯାଉଥିଲା ପାଖ ଲୋକଟିର ଅସ୍ଥିର ପାଦ ଶବ୍ଦ ଏବଂ କ୍ଷୀଣ ଦୀର୍ଘଶ୍ୱାସ ସେ ଆଡ଼କୁ ଚାହିଁଦେଇ ସେଜୁତୀ ଟିକିଏ ବିଚଳିତ ହୋଇପଡ଼ିଲା ସତେ ଯେମିତି ତା’ ମନରେ ଆଶଙ୍କାଟିଏ ଉଙ୍କି ମାରିଦେଇ ଚାଲିଗଲା ତାହା ଦେଖି ମାନବ ହଠାତ୍ ପଚାରିଲା, “ଆଚ୍ଛା! ତମେମାନେ ଏଠିକି କେତେଦିନ ହେଲା ଆସିଲଣି?”

 

: ପାଖାପାଖି ସାତ ଆଠ ଦିନ ତମେମାନେ?

: ପ୍ରାୟ ସେତିକି ଦିନ ହବ

  ଆଶ୍ଚର୍ଯ୍ୟ! ନୁହେଁ?

ଏକା ହସ୍ପିଟାଲ, ଏକା ପ୍ରବେଶ ଦ୍ୱାର, ଏକା ଅଭ୍ୟର୍ଥନା ଅଞ୍ଚଳ ଅଥଚ ତାଆରି ଭିତରେ ଦୁଇ ଅତି ପରିଚିତ ମଣିଷଙ୍କର ଏଠ ଥରେ ସାମ୍ନାସାମ୍ନି ଭେଟ ହବାକୁ ଏତେ ଦିନ ଲାଗିଗଲା!

 : ଚା’ ପିଇବୁ କି? ହେଲେ କଫି!

ନୀରବତା କାଟି ମାନବ କହିଲା ହାତଘଡ଼ିକୁ ଥରକ ପାଇଁ ଚାହିଁ ସାରି

: ନାଇଁ, ଇଚ୍ଛା ହଉନି

ଏତିକି କଥାବାର୍ତ୍ତା ତା’ପରେ ସେମାନେ ଦୁହେଁ ନୀରବ ହୋଇଗଲେ ପୁରାପୁରି ନୀରବ ସତେ ଯେମିତି ପରସ୍ପରର ଧାର ଦେଇ ଦୁଇ ବିପରୀତ ଦିଗରେ ବହିଯାଉଥିବା ସମୟର ଧାରକୁ ନିରୀକ୍ଷଣ କରି ଦେଖିବାରେ ବୁଡ଼ିଗଲେ

 

ଦୁହିଁଙ୍କ ଆଖି ସାମ୍ନାରେ ଛବି ପରି ବିସ୍ତରି ଯାଉଥିଲା ଗୋଟାଏ ବିଶାଳ ୟୁନିଭରସିଟି କ୍ୟାମ୍ପ୍ସ ଏବଂ ଆହୁରି ବିଶାଳ ଲାଇବ୍ରେରୀ ଖୋଲାମେଲା ପ୍ରଶସ୍ତ କ୍ୟାଣ୍ଟିନ କ୍ୟାଣ୍ଟିନ ସାମ୍ନା ଲମ୍ବା ରାସ୍ତା ଏବଂ ସେଠି ପବନ ପରି ଉଡ଼ି ବୁଲୁଥିବା ଗୋଟେ ଝିଅ ଯିଏ ବାଗାନଭିଲ୍ଲା ପରି ହସୁଥିଲା ୱୋ ସାମ୍ କୁଚ୍ଛ ଅଜୀବ୍ ଥି... ଗୀତଟିକୁ ବଡ଼ପାଟିରେ ଗାଉଥିଲା ସମସ୍ତଙ୍କ ସହିତ ହସି ହସି ସାଙ୍ଗ ହଉଥିଲା ଅଳକା ମାର୍କେଟରେ ସେମାନଙ୍କ ସହ ସଞ୍ଜବେଳାର ଦୋସା ପାର୍ଟିରେ ଲମ୍ବ ଗପ ପେଡ଼ି ଫିଟଉଥିଲା

 

ଓୟେ ମହାପାତ୍ର ବାବୁ! କ’ଖବର” - ଦେଖାହବା ମାତ୍ରେ ହସି ହସି ପଚାରୁଥିଲା ଛୁଟି ଦିନମାନଙ୍କରେ ଘରକୁ ଆସୁଥିଲା ବାପାଙ୍କ ପାଇଁ ସାହି ଗଳିମୁଣ୍ଡ ପ୍ରମୋଦ ଭାଇ ଦୋକାନରୁ ଗୋପାଳ ଜର୍ଦ୍ଦା ପାନ ଆଣୁଥିଲା ମାଆଠୁଁ ବାଡ଼ିଆ ପିଆଜି ଖାଇବାକୁ ବରାଦ କରୁଥିଲା ରୋଷେଇ ଘରକୁ ଚାଲିଯାଇ ପିଆଜ, ଲଙ୍କା କାଟି ପକଉଥିଲା ଅଦା ଛେଚୁଥିଲା ଚା’ ବସଉଥିଲା ବାପା, ମାଆ, ପୁଅଙ୍କର ତିନି ଜଣିଆ ଛୋଟିଆ ପରିବାରରେ ଜଣେ ପାଲଟି ଯାଇଥିଲା

 

: ତୁ ଯେତେ ଯାହା କହିଲେ ବି ସେ କିନ୍ତୁ ଆମ ଘରର ବୋହୂ ହୋଇପାରିବ ନାଇଁ ଜାଣିଥା

: କାହିଁକି ମାଆ?

: ଝିଅ ପିଲାଟା ସଦାବେଳେ ୟେ’ ମୁହଁଖୋଲା ହସ ଗୋଟାଏ କ’? ଖୋଲାମେଲା ବେଭାର ଆଚାର କ’? କାଲିକି ବାହା ହେଇ ଆସିବ ସେଇ ଅଭ୍ୟାସ ରହିଯିବ କାହାରିକି ମାନିବନି ସମ୍ମାନ ଦବନି ସ୍ତ୍ରୀ ହଉ କି ବୋହୂ ତା ପାଖରେ ଗୋଟାଏ ମାର୍ଜିତ ସଂଯମ ରହିବା ଦରକାର

: ମାଆ ଦେଖ ମୁଁ ମାନୁଚି ସେ ଟିକିଏ ଅଧିକ ଏକ୍ସଟ୍ରୋଭର୍ଟ କିନ୍ତୁ ଏକଥା ବି ତମ ଜାଣିଛ ଯେ ସେ ଆଜେବାଜେ ଝିଅ ନୁହଁ

: ଆଜେବାଜେ କଥା ନୁହଁ ମୁଁ କହୁଚି ମାର୍ଜିତ ସଂଯମ ଯୋଉଟା ମୋର ନିହାତି ଦରକାର ବାକି ତା’ପରେ ତୋର ଯାହା କରିବା କଥା କର୍

- ମାର୍ଜିତ ସଂଯମ!!

ସତରେ କ’ଏତିକିରେ ବଳି ପଡ଼ିଯାଏ ଯୋଡ଼ିଏ ନିରୀହ ସାଙ୍ଗ ମନ ଏତିକି ଇତର କଟକଣା ସାମ୍ନାରେ!!

 

ହଁ, ବଳିପଡ଼ିଯାଏ ବଳି ପଡ଼ିଯିବାକୁ ବାଧ୍ୟ ହୁଏ କାରଣ ୟା’ମୋଟେ ଦି ଦିନ ପରେ ସଜୁତୀ ସେଦିନ କ୍ଲାସ ସରିବା ପରେ ସିଟି ବସ୍ରେ ଘରକୁ ଫେରିବାକୁ ଗଲା ମାନବ ସହିତ ସେଣ୍ଟ୍ରାଲ୍ ଅଫିସ୍ ସାମ୍ନା କଲଭର୍ଟ ଉପରେ ଦଖାହେଲା ତ’ କହିଲା, “ତୁ ଯାଆ! ମୁଁ ଆଜି ବସ୍ରେ ଘରକୁ ଯିବି ।”

: କାହିଁକି ତୋର କ’ଏକ୍ସଟ୍ରା କ୍ଲାସ ଅଛି?

: ନାଇଁ ମୋର ଅଲଗା କାମ ଅଛି ବହୁତ ଡେରି ହବ

: କୋଉ କାମ?

: ପର୍ସନାଲ!

: ପର୍ସନାଲ୍? କୋଉ ପର୍ସନାଲ୍ କାମ?

: ତୋର କ’ଗଲା ସେଠୁ?

: ମୋର କ’ଯିବ ଯିବ ଜାଣିପାରୁନୁ? ଜାଣିପାରୁଚୁ ସିଧା କହିଦେ ତୁ ବାହାରି ଯାଆ ମତେ ବି ଯିବାକୁ ଦେ

 

ହସ୍ପିଟାଲର ସେଇ ଖୋଲା ଖାଇବା ଜାଗାଟିରେ ସେତେ ଭିଡ଼ ଥିଲା ନିଦାନ ପାଇଁ ଘଣ୍ଟା ଘଣ୍ଟାର ଅପେକ୍ଷା, ଆଶଙ୍କା, ମନସ୍ତାପ, ଅସ୍ଥିରତା ଭିତରେ କ’ଟିକିଏ ଖାଇଦବାର କଥା ମୁଣ୍ଡ ଉପରେ ଶରତର ସେଇ ଖୋଲା ଆକାଶରେ ଭେଳା ଭେଳା ମେଘମାନେ ବଡ଼ ଚିରାଚରିତ ଭାବରେ ସେମାନଙ୍କର ଭାସି ବୁଲିବା ଜାରି ରଖିଥିଲେ କେବେ ସମାନ ଆନ୍ତରିକତାରେ ପାଖକୁ ଚାଲି ଆସୁଥିଲେ କେବେ ପୁଣି କେହି କାହାରିକି ଚିହ୍ନିଲା ପରି ପରସ୍ପରଠୁଁ ଅଲଗା ହେଇ ନିଜ ନିଜ ରାସ୍ତାରେ ଭାସି ଚାଲିଯାଉଥିଲେ

ପାଖ ବାରଣ୍ଡାରେ ଏବେ ହଠାତ୍ କାଇଁକି କେଜାଣି ଲୋକଙ୍କ ଆତଯାତ ଆଉ ଗହଳି ଟିକେ ବଢ଼ି ଯାଇଥିଲା ଚାରିପାଖର ଆଇସୋପ୍ରୋପାଇଲ ବାସ୍ନା ଆଉରି ଟିକିଏ ଗାଢ଼ ହେଇ ପାଖକୁ ଭାସି ଆସିଥିଲା

 

: ଅଂଶୁମାନ... ତାଙ୍କର ଅକ୍ସିଜେନ୍ କେତେ ରହୁଚି?

ଢିଲା ପିନ୍ଧା ଯାଇଥିବା ଘଣ୍ଟାର ବେଜେଲ୍ଟା ବାରମ୍ବାର ନିଜ ଜାଗାରୁ ତଳକୁ ଚାଲିଯାଉଥିଲା ତାକୁ ପୁଣିଥରେ ମଣିବନ୍ଧ ଉପରେ ସଜାଡ଼ି ରଖି ପଚାରିଲା, ମାନବ

: ଏପଟ ସେପଟ ହଉଚି ହେଲେ ସେ ଠିକ୍ ଅଛନ୍ତି ଡାକ୍ତର କହିଛନ୍ତି, ଆଉ ଅଳ୍ପଦିନ ଲାଗିବ ଆମେ ଡିସଚାର୍ଜ ହେଇଯିବା ଶୀଘ୍ର

: ଡିସ୍ଚାର୍ଜ! ଛୁଟି!! ମୁକ୍ତି!!!

ଏଇଟା ଏତେ ସହଜ କି?

ଏବେକା କଥା ନିଅ ସଂକ୍ରମଣରେ ଗୁରୁତର ହବା ଯୋଗୁଁ ଏଠି ଆସି ଭର୍ତ୍ତି ହେଇଥିବା ମଣିଷ ଜଣେ ସେଥିରୁ ମୁକ୍ତି ପାଇବା ଏତେ ସହଜ ନୁହେଁ ଅନ୍ତତଃ ଅଳ୍ପ ଦିନ ଭିତରେ ଆଦୌ ନୁହେଁ

: ତୋ ୱାଇଫ୍ର ଦେହ; ଏବେ କେମିତି ଅଛି?

ନିଜ ହାତର ସୁନା ଚୁଡ଼ି ଦି’ପଟକୁ ଧୀରେ ଛୁଇଁବା ଭିତରେ ପଚାରିଲା, ସେଜୁତୀ ଏଇ ଜାଗାଟି ହିଁ ସେମିତି ତେଣୁ ସେ ପଚାରିଥିବା ଚିରାଚରିତ ପ୍ରଶ୍ନର ଯେ କିଛି ଗୋଟାଏ ଅଣପାରମ୍ପରିକ ଉତ୍ତର ମିଳିବ ନାଇଁ ତାହା ଅନୁମେୟ ମାତ୍ର ଉତ୍ତର ଦବାକୁ ଯାଇ ଉତ୍ତରଦାତାଟି ଯେ’ ଏତେ ଭାଙ୍ଗିପଡ଼ିବ ତାହା ଅନୁମାନ କରାଯାଇ ନଥିଲା

 

: ସେ ମୋଟେ ଭଲ ନାହିଁ ତା’ ସହିତ କିଛି ଠିକ୍ ନାହିଁ

 

ଏଇ ଦୁଇଟି ଧାଡ଼ି କହିବା ବେେଳେ ମାନବର କଣ୍ଠ ପୁରାପୁରି ଥରି ଉଠିଥିଲା ସତେ ଯେମିତି ସେ ତାର ସବୁତକ ଜୋର୍ ଲଗେଇ ଏଇତକ କହିପାରୁଛି କାରଣ ଭିତରଟା ତାର ସତେ କି ଭାଙ୍ଗିରୁଜି ଚୁର୍ମାର ହେଇଯାଉଛି ଏବଂ ସେଇ ମୁହୂର୍ତ୍ତରେ ହିଁ ସେଜୁତୀ ଏତିକି ସମୟ ଭିତରେ ପ୍ରଥମ କରି ତା’ ମୁହଁକୁ ଚାହିଁଲା ସିଧା ଆଖିରେ ରଖି ଆଉ ଦେଖିଥିଲା ଦୁଇବୁନ୍ଦା ଲୁହ ଢଳଢଳ ମାନବର ଆଖିଯୋଡ଼ିକୁ ତାର ମନେହେଲା କେଜାଣି କେମିତି ଏଇ ଲୁହ ଢଳଢଳ ଆଖିଯୋଡ଼ିକ ଛିଣ୍ଡିଯାଇଥିବା ମାଳାର ମୋତିପରି ଗଡ଼ିଗଡ଼ି ଚାଲିଯାଉଛି ସିଧାସିଧା ତା’ନିବୁଜ ହୃଦୟ ଭିତରକୁ କେମିତି!!

 

ଆଚ୍ଛା; ୟେ’ ଗୁଲଜାର ଜଣେ କେମିତିକା କବି କେବେ ତ’ କହିଲେ ସଂପର୍କ ଖରାପ ହେଇଯାଇଛି ତ’ ସେଇ ଭଙ୍ଗାତୁଟା ସଂପର୍କକୁ କବର ଦେଇଦିଅ ସାଙ୍ଗରେ ନିଅନାହିଁ ପୁଣି କେବେ କହିଲେ, ହାତ ଛଡ଼ା ହେଇଯାଇଛି ତ’ କ’ହେଇଗଲା! ଜାଣିଥା; ସଂପର୍କ କେବେ ହେଁ ଭାଙ୍ଗି ତୁଟି ଯାଏ ନାହିଁ

 

ସତ ବୋଧେ ସତ ହେଇଥିବ ନିଶ୍ଚୟ କାରଣ ଛିଣ୍ଡି ଯାଇଥିବା ମାଳାର ମୋତିମାନେ ଏବେ ଗଡ଼ି ଗଡ଼ି ଆସି ନିବୁଜ ହୃଦୟ ଭିତରେ ଧାଡ଼ି ବାନ୍ଧି ଛିଡ଼ା ହବା ଆରମ୍ଭ କରିଦେଇଥିଲେ ସୂତା ଟିକିଏ ଲୋଡ଼ା ଏମାନେ ସାଙ୍ଗେ ସାଙ୍ଗେ ମାଳା ପାଲଟି ଯିବେ ସେଇ ଅଭିପ୍ରାୟ ବା ପ୍ରୟାସରେ

 

: ଚା’ ଟିକିଏ ପିଇବା କାଇଁକି ମନା କରୁଚୁ ପିଇ, ଭଲ ଲାଗିବ

 

ଦିନ ବଢ଼ୁଥିଲା ଛାତ ଖୋଲା ସେଇ ଖାଇବା ଜାଗାଟିରେ ଗୁଳୁଗୁଳି ବି ବଢ଼ି ଯାଇଥିଲା ଏଣୁ ଦେଖିବାକୁ ଗଲେ ଏଇଟା ଚା’ ପିଇବା ସମୟ ନୁହଁ ମାତ୍ର ମାନବ ବୋଧହୁଏ ଚାହୁଁଥିଲା, ସେଜୁତୀ ସହିତ ବିତେଇବା ପାଇଁ ଆଉ କିଛି ସମୟ ତେଣୁ ସେ ଅଳ୍ପ ସଂକୋଚ ସହିତ ନିଜ ଆଡ଼ୁ କହିଥିଲା ଏତିକି

 

ଦି ଚାଖଣ୍ଡ ସୂତା ପାଇଁ ସେଠି ଆସି ଧାଡ଼ିରେ ଛିଡ଼ା ହେଇଥିବା ସେଇ ମୋତିମାନଙ୍କ ଆଡ଼କୁ ଥରଟିଏ ଚାହିଁଦେଇ ସେଜୁତୀ ଏବେ ଚୁପ୍ ହେଇ ବସି ରହିଲା, ନୀରବରେ ସମ୍ମତି ଦବା ପରି

 

ସେଇଠି ପାଖରେ ହସ୍ପିଟାଲ ତରଫରୁ ସଜେଇ ରଖାଯାଇଥିବା ବଡ଼ ବଡ଼ ଫୁଲକୁଣ୍ଡଗୁଡ଼ିକୁ ଚାହିଁଥିଲା ଦେଖିବାକୁ ଲାଗିଥିଲା ସେଥିରେ ଲାଗିଥିବା ଗଛଗୁଡ଼ିକୁ ଏମିତିରେ ସେଗୁଡ଼ିକ ଥିଲା କେବଳ ପତ୍ରଗଛ କିନ୍ତୁ ଆଶ୍ଚର୍ଯ୍ୟ! ସେଥିରେ କେତୋଟି ଫୁଲ ବି ଫୁଟିଥିଲା ଗାଢ଼ ଗୋଲାପି ରଙ୍ଗର ଛୋଟ ଛୋଟ ଫୁଲ କେତାଟି ସେଠି ସଂକୋଚରେ ଫୁଟି ଯାଇଥିଲେ ସତେ ଯେମିତି ଏଇଟା ସେମାନଙ୍କ ଜାଗା ନୁହେଁ କିନ୍ତୁ ସେମାନେ ଫୁଟିଯାଇଛନ୍ତି ତ’

 

: ମୁଁ କଫି ଅଧାକପ୍ ପିଇବି

 

ସେଜୁତୀ କହିଥିଲା ମାନବ ଆଡ଼କୁ ଚାହିଁ, ବହୁତ ସମୟ ପରେ ବଦଳରେ ମାନବ ହସିଥିଲା ଅଳ୍ପ ଏବଂ ଉଠିଯାଇ ଦୁଇ କପ୍  କଫି ନେଇ ଆସି ପହଞ୍ଚôଥିଲା ଶୀଘ୍ର ଯଦିଓ କଫି ନୁହଁ ଚା’ ତା’ପସନ୍ଦ କିନ୍ତୁ କୌଣସି ପ୍ରତିକି୍ରୟା ବ୍ୟତିରେକ ସେ ବରଂ ଆଗ୍ରହରେ ଯାଇ ଆଣିଥିଲା ଦୁଇ କପ୍ ବାମ୍ଫଉଠା ଗରମ କଫି

 

ଯଦି ସତ କୁହାଯିବ, ତାହାଲେ ଆଜି ସେମାନେ ଦୁହିଁଙ୍କ ମଧ୍ୟରେ ନୀତିଗତ ସଂପର୍କ ଶୂନ ସଇ ଯାହା ବହୁବର୍ଷ ତଳେ ଦୁହେଁ ପରସ୍ପରଠାରୁ ବିଦାୟ ନଇ ଚାଲିଯାଇଥିଲେ ଗୋଟିଏ ବିକଟ ଖରାଦିନିଆ ଦ୍ୱିପ୍ରହରରେ ତା ପରଠାରୁ କେହି କେବେ ଅପରକୁ ଥରଟିଏ ଦେଖା କରିବାକୁ ସୁଦ୍ଧା ଚେଷ୍ଟା କରିନଥିଲେ ବରଂ କୌଣସି ଏକ ଅଜଣା ସରାଇ ଘର ବାରଣ୍ଡାରେ କେମେ ଦିନେ କେତୋଟି ଘଣ୍ଟା ଏକାଠି ବିତେଇବାକୁ ପଡ଼ିଥିଲା ତା ପରଠୁଁ ନିଜ ବାଟରେ ଚାଲିଯିବାର ଥିଲା ସେହିପରି ସେମାନେ ନିଜ ନିଜ ରାସ୍ତା ଧରି ପରସ୍ପର ଠାରୁ ଅଲଗା ଚାଲିଯାଇଛନ୍ତି ଏବଂ ସରାଇଘର ପରମ୍ପରାକୁ ମନଧ୍ୟାନ ଦେଇ ପାଳନ କରି ଚାଲିଛନ୍ତି ନିଜ ସହିତ ବଳବତ୍ତର ରଖିଛନ୍ତି

ସରାଇଘର ପରମ୍ପରା!!

 

ବାଟଚଲା ଯାତ୍ରୀଙ୍କ ପାଇଁ କିଛି ସମୟ ବିତେଇବାର ବଢ଼ିଆ ରହଣୀସ୍ଥଳ ସେଇଟା ବେଶୀଠୁଁ ବେଶୀ ସେଠି ମିଳିପାରିବ ଖର୍ଚ୍ଚହେବ ଲୋକଙ୍କ ପାଇଁ ମୁନ୍ଦାଏ ପାଣି ଘଡ଼ିଏ ଶାନ୍ତରେ ବସି ନିଃଶ୍ୱାସ ମାରିବା ପାଇ ଅରାଏ ସଫାସୁତୁରା ଚଟାଣ ଆଉ ଅଧିକା କିଛି ନୁହଁ ବାକି, କିଛି ସମୟ ପରେ ତମକୁ ସେଠା ଛାଡ଼ି ଚାଲିଯିବାକୁ ହବ ଅନ୍ୟ ସହଯାତ୍ରୀଙ୍କୁ ମନରୁ ପୋଛିଦେଇ

 

ମାନବର ମଣିବନ୍ଧ ଉପରେ ଘଣ୍ଟାର ବେଜେଲ୍ଟା ତା ଜାଗାରୁ ବାରମ୍ବାର ଖସି ଯାଉଥିଲା ସ୍ମରଣ କରି ଦଉଥିବା ପରି ଯେ ସମୟ ହେଇଯାଉଛି ଚଞ୍ଚଳ ସାର୍ ଯଦି କିଛି କହିବା ଶୁଣିବାର ଅଛି

 

: ଟିଣ୍ଡରରେ କ’କେମିତି? କେବେଠୁଁ?... ମାନେ ଆଗରୁ ଥିଲୁ କି ଏବ ଆସିଛୁ?

କଫି କପ୍ ସହିତ ଆସିଥିବା କାଗଜର ଚିନି ପକଟ୍ଟିକୁ ଚିରି କପ୍ରେ ଢାଳିବା ଭିତରେ ମାନବ ପଚାରିଲା କିମ୍ବା କୁହାଯାଇପାରେ ହୁଏତ ତା ପାଟିରୁ ବହୁତ ବେଳୁ ପଚାରିବାକୁ ଚାହୁଁଥିବା କଥାଟି ଏକାଏକ୍ ବାହାରିଗଲା

 

ନିଜ ଭାଗକ ଚିନି ତକ ସେଜୁତୀ ସତେବେଳେ ତା’କପ୍ରେ ଢାଳି ସାରିଥିଲା ଚାମଚରେ ଥରଟିଏ ଗୋଳେଇ ନେଇ ପିଇବାକୁ ଯାଉଥିଲା ମାନବର ପ୍ରଶ୍ନର ସେ ମୁହୂର୍ତ୍ତକ ପାଇଁ ଅଟକିଗଲା ଦକ୍ଷ ଅନୁଶାସନ, ବ୍ୟବସ୍ଥିତ ଦେଖାରଖା ସହ ଯତେ ଚେଷ୍ଟା କରାଯାଇଥିଲେ ମଧ୍ୟ ହସ୍ପିଟାଲଟା କେବେହେଁ ଗୋଟେ ପ୍ରୀତିକର ଜାଗା ନୁହଁ କାରଣ ଯୋଉ ସମସ୍ୟାଟି ନେଇ ତମେ ନିଜେ ଏଠିକି ଆସିଚ ବା ଆସିଚ କୋଉ ଘନିଷ୍ଠ ସଂପର୍କୀୟଟି ସହ ସେତେବେଳେ ତମ ମନରେ ଲାଗିରହିଥିବା ଅବିଶ୍ରାନ୍ତ ଉଦ୍ବେଗ, ଆଶଙ୍କାକୁ ତମେ କ’କହିବ କୁହ!! କିନ୍ତୁ ବେଳେବେଳେ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଚାଲିଆସି ବଦଳେଇ ଦିଏ ନିୟତିର କ୍ରମ ବଦଳେଇ ଦିଏ କପାଳର ବଳିରେଖା ବରଂ ସେଠି ଫୁଟି ଉଠେ ଧାରଟିଏ ଅଲିଖିତ ଆଶ୍ୱାସନା

 

: ଏବେ ଆସିଛି ଅଳ୍ପ ଦିନ ତଳେ

: ଯଦି କିଛି ଭାବିବୁ ଗୋଟେ କଥା ପଚାରିବି?

: କହ, ପଚାର

: ଆସିବାଟା ଏମିତି ହେଇଛି ନା କିଛି ବିଶେଷ କାରଣ ଅଛି?

: କାରଣ କହିଲେ ତୋର ବିଶ୍ୱାସ ହବନି

: କହ ଥରେ ଅନ୍ତତଃ ଥରେ ଶୁଣିକି ଦେଖେଁ

 

ନିବୁଜ ହୃଦୟ ପାଖରେ ମାଳା ବନ୍ଧା ହବାପାଇଁ ଧାଡ଼ି ଲଗେଇଥିବା ମୋତିମାନଙ୍କ ସହିତ ଏବେ ସେଠି ଆସି ପହଞ୍ଚô ଯାଇଥିଲେ, ହସ୍ପିଟାଲ ତରଫରୁ ବଡ଼ବଡ଼ କୁଣ୍ଡମାନଙ୍କରେ ଲାଗିଥିବା ଗଛର ସଇ ଗାଢ଼ ଗୋଲାପି ରଙ୍ଗର ଫୁଲମାନେ ମଧ୍ୟ ସେମାନଙ୍କ ଚୁପ୍ଚାପ୍ ସଂଗୁପ୍ତ ହସରେ ଚାରିପାଖକୁ ମୁଖରିତ କରି ବୁଲୁଥିଲେ ନିଅ, ଆମକୁ ବି ନିଅ ମୋତିମାନଙ୍କ ସହ ଗୁନ୍ଥିକି ଦେଖ ଗୋଟିଏ ମୋତି ପରେ ଗୋଟିଏ ଫୁଲ ନିଅ, ଗୁନ୍ଥ ଦେଖିବ କେଡ଼େ ବଢ଼ିଆ ମାଳାଟିଏ ହବ

 

: ଅଂଶୁମାନ ଆର୍ଯ୍ୟ ବେଡ୍ ନମ୍ବର ସାତଶହ କିଏ ଆଟେଣ୍ଡାଣ୍ଟ ଅଛନ୍ତି ବେଡ୍ ପାଖକୁ ଆସନ୍ତୁ ଏଠି ଆପଣଙ୍କୁ ଦରକାର ହଉଚି

ହସ୍ପିଟାଲ ପକ୍ଷରୁ ପ୍ରାୟ ଚାରିଆଡ଼େ ଲଗାଯାଇଥିବା ସୂଚନା ପ୍ରଦାନକାରୀ ଲାଉଡ୍ ସ୍ପିକରକୁ ଗୁମ୍ଗୁମ୍ ଗମ୍ଭୀର ସ୍ୱର.... ଶୁଭିଯାଇଥିଲା, ଠିକ୍ ସେତିକିବେଳେ ସେତକ କାନରେ ପଡ଼ିବା ମାତ୍ରେ ସେଜୁତୀ ସାଙ୍ଗେ ସାଙ୍ଗେ ବସିବା ଛାଡ଼ି ଉଠିପଡ଼ିଲା ତେବେ ସେଠା ଛାଡ଼ି ଚାଲିଯିବା ପୂର୍ବରୁ ହସ୍ପିଟାଲ କୁଣ୍ଡମାନଙ୍କର ସେଇ ଗାଢ଼ ଗୋଲାପି ଫୁଲମାନଙ୍କୁ ଥରଟିଏ ସୋହାଗରେ ଚାହିଁଲା ତା’ପରେ କଣ୍ଠରେ ଯଥେଷ୍ଟ ସ୍ଥିରତା ରଖି ମାନବକୁ ଚାହିଁ କହିଲା, “ଜାଣିନି ତୋର ବିଶ୍ୱାସ ହବ କି ନା, କିନ୍ତୁ ଜାଣିଥା, ଟିଣ୍ଡରକୁ ଆସିବାର କେବଳ ଗୋଟିଏ ମାତ୍ର କାରଣ ତୋତେ ଖୋଜିବା ।”

 

- ଇଏ କ’କେବଳ ଗୋଟିଏ ଅଭିବ୍ୟକ୍ତି ନା’ ଅସଲରେ ଗୋଟିଏ ବିସ୍ମୟକର ଦମ୍ଭାକ୍ତି

 

ଘୋ ଘୋ ରାଣୀ ଖେଳର ଅଭିଜ୍ଞ ଖେଳାଳୀମାନଙ୍କ ପରି ମୋତି ଏବଂ ସେଇ ଗାଢ଼ ଗୋଲାପି ଫୁଲମାନେ ଏବେ ପାଖକୁ ଚାଲି ଆସିଥିଲେ ନିଜକୁ ନିଜ, ଜଣକ ପରେ ଜଣେ ସଜାଡ଼ି ହେଇ ଛିଡ଼ା ହେଇ ଯାଇଥିଲେ ଏବଂ ପରସ୍ପରର ହାତ ଧରାଧରି ହେଇ ସେଇ ଚାରିପାଖରେ ଘୂରିବାକୁ ଲାଗିଥିଲେ

 

ସେମାନଙ୍କ ମଝିରେ ସେଜୁତୀ ସାମ୍ନାରେ ଛିଡ଼ାହେଇ ମାନବର ମନେହେଲା, ସତେ ଯେମିତି ତା ଦେହର ହାଡ଼ମାନଙ୍କ ଅର୍ଗଳି ମଝିଦେଇ ହାବୁକାଏ କାଲୁଆ ପବନ ଚାଲିଗଲା ଯାଉ ଯାଉ ସେଇ ପବନ ହସ୍ପିଟାଲର ସେ’ କେବଳ ପତ୍ର ଗଛମାନଙ୍କର ଫୁଟିଥିବା ଗାଢ଼ ଗୋଲାପି ଫୁଲମାନଙ୍କ ଉପରେ ଆଞ୍ଜୁଳାଏ ଅତର ଛିଞ୍ଚି ଦେଇଗଲା ଯାହାର ମଧୁର ବାସ୍ନା ଚାରିପାଖକୁୁ ପ୍ରାଣବନ୍ତ କରି ପକେଇଲା ତାହାକୁ ସ୍ମିତ ହସଟିଏ ସହ ନିଜ ଭିତରକୁ ପାଛୋଟି ନବାବେଳକୁ ସେ ଭାବୁଥିଲା, ପ୍ରଚ୍ଛନ୍ନର ବର୍ଷ ବର୍ଷ ଧରି ସହି ବୋହି ଆସିଥିବା ଦୁଃଖମାନଙ୍କର ବି ବେଧେ ଗୋଟିଏ ଅଲଗା ସୁଗନ୍ଧ ଥାଏ ଥାଏ ବୋଲି ତା’ ଦିନେ କୁହୁକ ଖେଳେଇ ମହକି ଉଠ

 

ଜଗନ୍ନାଥ ସାହି, ଇନ୍ଦିରାଗାନ୍ଧୀ କଲେଜ ପାଖ

ଚାନ୍ଦିନୀଚୌକ, କଟକ-

ମୋ : ୯୪୩୭୬୦୪୨୮୦