ଅଗଷ୍ଟ

ଯେଉଁ ମାସରେ ମୁଁ ଜନ୍ମିଥାଏ ନା କାହିଁକି
କାଗଜ ବି କହୁ ଯେଉଁ ମାସ
ମୋର ଜନ୍ମମାସ ଅଗଷ୍ଟ ଅଗଷ୍ଟ ।
ମୁଁ ଜନ୍ମିଥାଏ ଅଂଧାର ରାତି ଭିତରୁ
ଯେବେ ସୂର୍ଯ୍ୟ ପରି
ଜନ୍ମ ନିଏ ମୋର ଦେଶ ।
ସାରା ରାତି ବର୍ଷା
ଭୋରରେ ସବୁ ଧୁଆ ପୋଛା
ସବୁ ତାଜା ପତ୍ରଫୁଲ ଗାଁର ରାସ୍ତା ।
ମୁଁ ଅଟକିଯାଏ
କ୍ୟାଲେଣ୍ଡର ପୃଷ୍ଠା ପାଲଟେ ପାହାଡ଼
ନଦୀ ,ହିଡ଼ , ଜମି ମୋର ମାତୃଭୂମି
ଟଗରତୋଳା ଭୋରଭୋର ଦିନରେ ଗଢା
ଅଗଷ୍ଟ ଏକ ଦର୍ପଣ ।
ମୁଁ ଅଟକିଯାଏ
ସବୁଠୁ କୁନି ହାତ ଧରିଥାଏ
ସବୁଠୁ ବଡ଼ ପତାକା
ଚାଲିଥାଏ ସବା ଆଗରେ ।
ଦୁଇ ମୋଟା ବେଣୀ ଲମ୍ବାଇଥିବା
ସେଇ ଝିଅ ସାମ୍ନାରେ
ସମୟ ଅଟକିଯାଏ ।
ପତାକାକୁ ଥଣ୍ଟରେ ନେଇ
ଉଡ଼େ ଭୋର ପକ୍ଷୀ
ଘାସର ଶିଶିରରେ ପ୍ରତିଫଳିତ ହୁଏ
ମୋର ସ୍ୱପ୍ନର ଦେଶ
ଅଗଷ୍ଟ ଅଗଷ୍ଟ ଅଗଷ୍ଟ ।