ଚନ୍ଦ୍ର ହରଣ

( ପ୍ରିୟତମ କବି ସୌମ୍ୟଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ ଜନ୍ମଦିନେ କେକ୍ ଛାଡ଼ି କବିତା-
ଏକ ଉଲଗ୍ନ ଉପହାର)
ବନଜା ଆପାର୍ଟମେଣ୍ଟର ପ୍ରଥମ ମହଲାର
କୋଠରୀ ନଂ ଏତେ (ମନେନାଇଁ କେତେ)ରୁ ବାହାରେ ଜଣେ
ବେଶ୍ ଡେଙ୍ଗା,ସାଇଜ୍ କରା ଦାଢ଼ି,ମଣ୍ଡଳାକୃତି ଟୋପି ନାଇ ମୁଣ୍ଡରେ
ଓହ୍ଲାଏ ଲିଫ୍ଟରେ,
ଗର୍ଜୁଥାଏ ନିଶା, ସାଇଁସାଇଁ ବହୁଥାଏ ପବନ
ଥାନା ଘଣ୍ଟା ଜଣାଏ ଢଂ ଢଂ ରାତି ଦିଇଟା;
କଳା ଵିଏମଡବ୍ଲ୍ଯୁ ଛୁଟିଆସି ଠିଆହଏ ଲୋକଟା ପାଖରେ
ଦ୍ଵାର ଖୋଲେ, ବନ୍ଦ ହଏ ଓ ଛୁଟିଯାଏ ପୁଣି ସିଧା।
ସାତ ଜାଗାରେ ସରେ ମାତ୍ର ଦୁଇ ସେକେଣ୍ଡରେ !
ମିଡ୍ ନାଇଟ୍ ବ୍ରେକିଂ ବୁଲେଟିନ୍ ଜଣାଏ ଗୋଟେ
ଅଜବ୍ ଚୋରି ବାବଦରେ !
ପ୍ରାୟ ଦେଖି ନ ଥିଲେ ଲୋକେ ସେଇଟା କୋଉ ଚ୍ୟାନେଲରେ,
ଦେଖିବା ଲୋକ ଯୋଉ ଥିଲେ ଜଣେଅଧେ ଭାବିଥିଲେ
ଟି ଆର୍ ପି ବଢ଼େଇବା ପାଇଁ ଏଇଟା ମାଲିକଙ୍କ ମସୁଧା ହେଇପାରେ !
ଘୋଷଣା କିନ୍ତୁ ହେଇଥିଲା ବାରମ୍ବାର ସେଥିରେ:
ଚୋରି କରି କି କୌତୁକରେ
ନେଇଯାଇଚି କିଏ ଚନ୍ଦ୍ରକୁ ଆଜି, ଦେବସ୍ନାନ ପୂର୍ଣ୍ଣିମାରେ !
ଯିଏ ଦେଖିଲା ଆକାଶ ଦେଖିଲା-ମେଘ ହିଁ ମେଘ !
ଘୋଡ଼େଇ ରଖିଚି କଟନ୍ ଏମ୍ପେରର୍ କଳା କମ୍ବଳ ,
କେଇ ଘଣ୍ଟା ପରେ ତମାମ ପୃଥିବୀ ଜାଗିଉଠିଲା ଯେତେବେଳେ
ଲୋକେ ଶୋଇପଡ଼ିଥିଲେ ଗଭୀର ନିଦରେ
ସାଇଲେନ୍ସ୍ ଲଗା ରିଭଲଭରରୁ
ଯେମିତି ଗୁଳି ଫୁଟିଚି ଠିକ୍ କପାଳ ମଝିରେ !
ମୋର କାମ ବିଶେଷ ଯେଣୁ ନଥାଏ କୌଣସି ସମୟରେ
ଚୁପ୍ ଦେଖି ଚୁପ୍ ଛପି ଚାଲେ ଛାଇ ହେଇ ଅଜବ୍ ଢଙ୍ଗରେ,
ଲୋକ ହଉ କି ସାଥୀ ସବୁଗୁଡା ବୋକା ଗୋଟେ ଗୋଟେ !
ଶ୍ରେଷ୍ଠ ଗୋଇନ୍ଦା ଯେତେ ସବୁ ମୋର ହିଁ ଚେଲା, ମାନନ୍ତି ସମସ୍ତେ।
ଡ୍ରୋନ୍ ଉପଗ୍ରହ ଆଉ ଯେତେ ଯା ଯନ୍ତ୍ର
ଫେଲ୍ ହେଇଗଲେ ହପ୍ତେ।
ଶେଷରେ, ମାଙ୍କଡ଼ଚିତ୍ ମାରିଲା ପରେ ସବୁ ଦେଶ ସବୁ ପୋଲିସ୍
ଖୋଜିଲେ ମୋତେ !
ଟେକ୍'ଅପ୍ କଲି କେଶ୍,
ବିଶଦ ବିବରଣୀ ପାଇବା ଓ ପଚାରିବା ଅନ୍ତେ ।
ଅବଶ୍ୟ,
ମିଶନ୍ ଗୋଟିଏ ଦିନରେ କରିଦେଲି ଶେଷ !
ମୋ ଭଲପାଇବାକୁ ଚିପି ଦାନ୍ତ ମଝିରେ ଆଲପିନ୍ ପରି
ବାଧ୍ୟ ଦେଲି ଫ୍ଲାଟ୍ ନଂ ଓ ନାଆଁ:
ଜାଣିବା ଛାଡ଼ ଭାବନା ନ ଥିଲା ବି କାହାରି
କବି ଜଣେ ରାଜେନ୍ଦ୍ର କିଶୋର ପଂଡା ନାମଧାରୀ
ପିନ୍ଧିପାରେ ଚନ୍ଦ୍ରକୁ ଟୋପି କରି !
ସସମ୍ମାନେ,ଇଣ୍ଟରପୋଲ୍
ଗାଡ଼ି ଗଲାପରେ ହସିଲି ମନଭରି:
ଏଗୁଡ଼ା କିଶୋର ରାଜେନ୍ଦ୍ରଙ୍କୁ ଯାଉଚନ୍ତି ଧରି,
ଗୁରୁଙ୍କୁ ବେପଚାର୍ !
ଏତେ ହିମ୍ମତ ଏମାନଙ୍କର ପୁଣି !!
ଓଠେ କୌତୁକ ଓଠରେ ମାରି ଇନ୍ଦ୍ରରାଜ ଗଲେ ଥିଇରି
ସାବାସ୍ ! କହି, ମୋ ମୁଣ୍ଡରେ ଟୋପିଟି ଥାପି !!
କବିକୁ ପାରିଲେଣି କେବେ କିଏ କୋଉଠି ଥରେ ବି ଟପି ?
****
ଦଇତାପଡ଼ା ସାହି, ପୁରୀ-୧