ବାସ୍ତବ ଶବ ସୁମାରି
ଯାହା ଏଠି ହେବା ଏବେ ଦରକାର
ବୋଲି କହଂତି ଲୋକେ
ତାହା ସତେ ହୋଇଥିବାର ଦୃଶ୍ୟ
କିଏ ବା କେଉଁଠି ଦେଖେ ?
' ଏହା ହେଉ, ତାହା ହେଉ ' ନ କହି
ଯେ ଯାହା ପାରିବା କରି
ସତକୁସତ କରିଦେଲେ ଏବେ
ସତ ପଡ଼ଂତା ବାହାରି
କଥାଳୁ ମଣିଷ ମିଛ ହିଁ କହେ
କର୍ମଠ କରିଲେ କାମ
ତାକୁ କେବେ ବି ମିଳି ପାରେନାହିଁ
କହିବା ପାଇଁ ବିଶ୍ରାମ
ଯୋଜନା ଘୋଷଣା ଶବ୍ଦର ଖେଳ
ହୁଏନାହିଁ କାର୍ଯକାରୀ
ଘୋଷଣା-ଭରା ବିଶାଳ ଦେଶରେ
ହେଉନାହିଁ ଧୈର୍ଯ ଧରି
ଦଳ ଦଳ ଲୋକ ରହଂତି ଏଠି
କୌଣସି କାମ ନ କରି
ସମୂହ ଭାବେ ଆଶା ଓ ବିଶ୍ବାସ
ଯାଆଂତି ନିତି ମରି
ପରସ୍ପର ସହ ସଂଗ୍ରାମ କରି
ସଭିଏଁ ଯାଆଂତି ହାରି
ସ୍ଥଗିତ ହୁଏ ଅକାରଣେ ଏଠି
ବାସ୍ତବ ଶବ ସୁମାରି