ମୋଦୀ ନବୀନ ବୁଝାମଣା: ରାଜ୍ୟରେ ନବୀନ କେନ୍ଦ୍ରରେ ମୋଦୀ

ମୋଦୀ ନବୀନ ବୁଝାମଣା: ରାଜ୍ୟରେ ନବୀନ କେନ୍ଦ୍ରରେ ମୋଦୀ

 ବନ୍ଦେ ଭାରତ ରେଳ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଉପସ୍ଥିତିରେ କହିଲେ ଯେ, ମୋଦୀ ୨୦୨୫ରେ ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦରର ଶୁଭାରମ୍ଭ କରିବେ। ଏହି ବକ୍ତବ୍ୟ ପଛରେ ୨୦୨୪ରେ ଆପଣ ଜିତୁଛନ୍ତି ବୋଲି ଏକ ବାର୍ତ୍ତା ଅବଶ୍ୟ ରହିଥିଲା। ବିଜେପି ସହିତ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ଏବେ ୨୦୦୦ ବେଳର ଅନ୍ତରଙ୍ଗତାକୁ ମନେ ପକାଇଦେଇଛି। ନବୀନ ପଟ୍ଟନାୟକ ୨୦୦୯ରୁ ଏନଡିଏ ଛାଡିଥିଲେ ମଧ୍ୟ ଆଜି ମଧ୍ୟ ସେ ବିଜେପି ଓ ଆରଏସଏସର ସବୁଠୁ ବିଶ୍ବସ୍ତ ସହଯୋଗୀ। ଗତ ୧୦ବର୍ଷ ଭିତରେ ବିଜେପି ବିରୋଧରେ ସେ ନିର୍ବାଚନ ଯୁଦ୍ଧରେ ପ୍ରବଳ ପରିଶ୍ରମ କରୁଥିଲେ ହେଁ ବିଜେପି ତାଙ୍କ ଲାଗି ସବୁଠୁ ବଡ଼ ଶତ୍ରୁ ଭାବରେ ଓଡ଼ିଶା ରାଜନୀତିରେ କାମ କରୁଛି

ନବୀନ ଏବଂ ବିଜେପିର ସମ୍ପର୍କ ସବୁବେଳେ ଝଗଡା ଲାଗୁଥିବା ସ୍ଵାମୀ ସ୍ତ୍ରୀ ପରି । ସେମାନେ ପ୍ରତିଦିନ ଝଗଡା କରିବେ, ପାଟିତୁଣ୍ଡ କରିବେ, ହେଲେ କେହି କାହାକୁ ଛାଡି ରହିପାରିବେ ନାଇଁ ୨୦୦୭-୦୮ କନ୍ଧମାଳ ଡଙ୍ଗା ପରେ ନବୀନ ନିଜକୁ ଧର୍ମନିରପେକ୍ଷତାର ସବୁଠୁ ବଡ ଦିଗପାଳ ବୋଲି କହି ବିଜେପି ସହିତ ସମ୍ପର୍କ ଛିନ୍ନ କରିଥିଲେ ତେବେ ସେତେବେଳେ ବିଜେପି ସହିତ ସମ୍ପର୍କ ଛିନ୍ନ କରିବାର ଏକମାତ୍ର କାରଣ ଥିଲା ରାଜ୍ୟରେ କ୍ରମଶଃ କମି ଆସୁଥିବା ବିଜେପିର ଲୋକପ୍ରିୟତା କନ୍ଧମାଳ ଦଙ୍ଗା ପରେ ଓଡିଶାରେ ବିଜେପି ପ୍ରତି ଲୋକଙ୍କର ଅବିଶ୍ଵାସ ବଢିଥିଲା ଓ ସାମ୍ପ୍ରଦାୟିକ ରାଜନୀତିକୁ ଓଡିଶାର ଜନସାଧାରଣ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଏହା ସହିତ ସେତେବେଳେ କେନ୍ଦ୍ରରେ ମନମୋହନ ସିଂ ସରକାରକୁ ମଧ୍ୟ ନବୀନ ନିଜ ପକ୍ଷରେ ରଖିବାକୁ ଚେଷ୍ଟା କରୁଥିଲେ । ସେଥିପାଇଁ ସେତେବେଳେ ବିଜେପି ସହିତ ସମ୍ପର୍କ ଛିନ୍ନ କରିବା ନବୀନଙ୍କ ଲାଗି ଜରୁରୀ ଥିଲା ପୁନଶ୍ଚ ବିଜେପି ବିରୋଧୀ ଭୋଟ ଯେମିତି କଂଗ୍ରେସକୁ ଚାଲି ନଯାଏ ସେଥିପାଇଁ ନବୀନ ନିଜକୁ “ଅସ୍ଥି ମଜ୍ଜାରେ ଧର୍ମ ନିରପେକ୍ଷ” ବୋଲି ଘୋଷଣା କରିଥିଲେ । ନିଜକୁ ଯେତେ ଧର୍ମ ନିରପେକ୍ଷ କହିଲେ ମଧ୍ୟ ନିଜ ରାଜନୈତିକ ଜୀବନର ଆରମ୍ଭରୁ ନବୀନ ବିଜେପିର ସାମ୍ପ୍ରଦାୟିକ ରାଜନୀତିକୁ ସବୁବେଳେ ସମର୍ଥନ କରି ଆସୁଛନ୍ତି

ଆଜି ଯେତେବେଳେ ସବୁ ବିରୋଧୀ ଦଳ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଛିଡା ହୋଇଛନ୍ତି, ସେତେବେଳେ ନବୀନ ପଟ୍ଟନାୟକ ଅତି ଚତୁରତାର ସହିତ ବିଜେପି ଶିବିରରେ ତ୍ରାଣକର୍ତ୍ତା ଭୂମିକାରେ ସାମିଲ ହୋଇଛନ୍ତିସଂସଦ ଗୃହ ଉଦଘାଟନ ଏବଂ ସଂସଦର ପରବର୍ତ୍ତୀ ଅଧିବେଶନରେ ଆସିବାକୁ ଥିବା ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ କରିବା ଭଳି ପ୍ରସଙ୍ଗରେ ନବୀନ ମୋଦୀଙ୍କ ସମର୍ଥନରେ ଠିଆ ହେବାକୁ ଯାଉଛନ୍ତି

ବିଗତ ପାଞ୍ଚବର୍ଷ ଧରି ନରେନ୍ଦ୍ର ମୋଦୀଙ୍କ ସବୁଠୁ ନିଃସର୍ତ୍ତ ସମର୍ଥକଭାବରେ ଠିଆ ହେଲା ପରେ ନିର୍ବାଚନ ବେଳକୁ କିନ୍ତୁ ନବୀନ ବିଜେପି ବିରୋଧରେ ପ୍ରଚାର କରିବାକୁ ବାଧ୍ୟ ନିର୍ବାଚନ ଆସିଲେ ବିଜେପି ମଧ୍ୟ ଆଖିକାନ ବୁଜି ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ଆକ୍ରମଣ କରିବେତେବେ ତାହା କେବଳ ଲୋକଙ୍କୁ ଭୁଆଁ ବୁଲାଇବାକୁ ଏକ ନାଟକ ହିଁ ହେବ । ନିର୍ବାଚନ ପରେ ଯଦି ଆବଶ୍ୟକ ପଡେ ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦୀଙ୍କ ଶିବିରରେ ପହଞ୍ଚି ଯିବେ କିମ୍ବା ସମଦୂରତାର ଛଳନା କରି ବିଜେପିକୁ ପରୋକ୍ଷ ସମର୍ଥନ କରିବେ

ରାଜନୈତିକ ମହଲରେ ଏବେ ଆଉ ଏକ ସମ୍ଭାବନା ମଧ୍ୟ ବଢିଚାଲିଛି ଗତ ସାଧାରଣ ନିର୍ବାଚନରେ ଯେମିତି ପଶ୍ଚିମ ଓଡିଶା ସାରା “ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ” ଧାରା ଚାଲିଥିଲା, ଏଥର ହୁଏତ ତାହା ଆଉ ଟିକେ ବ୍ୟାପକ ହୋଇପାରେ କେନ୍ଦ୍ରରେ ସଂଖ୍ୟା ବଳ ପାଇବାକୁ ହେଲେ ଓଡିଶାରୁ ଗତଥର ବିଜେପି ପାଇଥିବା ୮ଟି ଆସନ ଗୁରୁତ୍ୱପୂର୍ଣ୍ଣ ଏହା କମିଗଲେ ଜାତୀୟ ରାଜନୀତିରେ ବିଜେପିର ହିସାବ ଗଡବଡ ହୋଇଯିବତେଣୁ ନବୀନ-ମୋଦୀ ବୁଝାମଣାରେ ଅତିକମରେ ଓଡିଶାରୁ ୮-୧୦ଟି ଆସନ ବିଜେପି ପାଇବାକୁ ନିଜର ରଣନୀତି ପ୍ରସ୍ତୁତ କରୁଛି ବିଜେପିର ଏହି ଲକ୍ଷ୍ୟ ହାସଲରେ ନବୀନ ପଟ୍ଟନାୟକ ହିଁ ବିଜେପିକୁ ସହାୟତା କରିବେ