ଜ୍ୟୋତି ମୌର୍ୟ୍ୟା କେସକୁ ଏତେ ପ୍ରଚାର କାହିଁକି?

ଜ୍ୟୋତି ମୌର୍ୟ୍ୟା କେସକୁ ଏତେ ପ୍ରଚାର କାହିଁକି?

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଆଲୋଚନା, ମହାରାଷ୍ଟ୍ର ରାଜନୀତି, ଫ୍ରାନ୍ସ ହି°ସା ଏବଂ ମଧ୍ୟପ୍ରଦେଶର ପରିଶ୍ରା କାଣ୍ଡ ଛଡା ବର୍ତ୍ତମାନ ଦେଶରେ ଯଦି ଆଉ କୌଣସି ଟ୍ରେଣ୍ଡି° ଖବର ଥାଏ ତା' ହେଲେ ସେ ହେଉଛି "ଜ୍ୟୋତି ମୌର୍ୟ୍ୟା କେସ୍"। ଆପଣ ବି ଏଇ ନାଁଟିକୁ ଗତ ସପ୍ତାହେ ଦଶ ଦିନ ହେବ ଖୁବ୍ ଦେଖୁଥିବେ। ସବିଶେଷ ବିବରଣୀ ପଢି ଏବଂ ଦେଖି ମଧ୍ୟ ଥାଇ ପାରନ୍ତି। ଏହି ଖବରଟି ପ୍ରଥମେ ଯେବେ ପ୍ରଚାର ଧରିବା ବା ଭାଇରାଲ୍ ହେବା ଆରମ୍ଭ ହେଲା ମୁଁ ଏ ବିଷୟରେ ଆଦୌ ଅବଗତ ନଥିଲି (so called mainstream media/ ନ୍ୟୁଜ୍ ଚ୍ୟାନେଲ୍ ଦେଖିବା ମୁଁ ୨୦୧୨-୧୩ରୁ ଛାଡି ସାରିଲିଣି)। ଖବରଟି ଭାଇରାଲ୍ ହେବାର ୨ -୩ ଦିନ ହେବା ପରେ, ଉତ୍ତରପ୍ରଦେଶ ନିବାସୀ, ମୋର ଜଣେ ସ୍କୁଲ ଜୁନିଅର ଗୋଟିଏ ମିମ୍ ସେୟାର କରିଥିଲା। ମିମରେ ଜଣେ ଝିଅ ତା' ବୟଫ୍ରେଣ୍ଡକୁ ମେସେଜରେ କହୁଛି "ମେ' SDM ବନନା ଚାହତି ହୁଁ।" ତାପରେ ପୁଅଟି ଝିଅକୁ "ବ୍ଲକ୍" କରି ଦେଉଛି। ପ୍ରଥମେ ତ ମୁଁ ମିମଟି ବୁଝି ପାରିଲି ନାହିଁ, ତେଣୁ କୌଣସି ପ୍ରତିକ୍ରିୟା ନଦେଇ, ଦେଖି ରଖିଦେଲି (ସେତେବେଳକୁ ମୁଁ ଜ୍ୟୋତି ମୌର୍ୟ୍ୟା କେସ୍ ବିଷୟରେ ଅବଗତ ନଥିଲି, ଆଉ ଭାବିଲି SDM ବୋଧହୁଏ କୌଣସି ଏକ phrase ର ମେସେଜ ଲାଙ୍ଗୁଏଜ୍ ହୋଇଥିବ)। ତା' ପର ଦିନ ମଧ୍ୟ ସୋସିଆଲ ମିଡିଆରେ ସମାନ ମିମଟି ଅନେକ ଯୁବକ ସେୟାର କରିଥିବାର ଦେଖିଲି। ଭାବିଲି ସର୍ଚ୍ଚ କରି ଦେଖେ, କ'ଣ ଏ SDM meme? Googleରେ SDM type କରୁକରୁ ସେ ମୋତେ ସିଧା SDM Jyoti Maurya ଦେଖେଇଲା (ଏବେ ମଧ୍ୟ ଆପଣ ପରୀକ୍ଷା ସ୍ବରୂପ Google search bar ରେ ଟାଇପ୍ କରି ଦେଖି ପାରନ୍ତି କେବଳ SDM  କିମ୍ବା meme ଟାଇପ୍ କଲେ ହିଁ କ'ଣ ଦେଖଉଛି)। ସର୍ଚ୍ଚ ରେଜଲ୍ଟରେ ଏହାକୁ ନେଇ ଖବର ଗଦା ହୋଇ ପଡିଲା। କେବଳ ହେଡି° ଗୁଡିକ ଦେଖି, ମନେମନେ "କି ବେକାର କଥା ସବୁ" ଭାବି ରଖିଦେଲି। ଗୋଟିଏ ପରିବାର ବା ଦୁଇଜଣ ମଣିଷଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କ'ଣ ଏତେ ଉତ୍ସାହ ମୁଁ ଜାଣି ପାରିଲି ନାହିଁ। ଗାଁର ଗାଧୁଆ ତୁଠରେ, କଲୋନୀର ସନ୍ଧ୍ୟା ଆସରରେ, ପାରିବାରିକ ଅନୁଷ୍ଠାନରେ ଲୋକେ ଏମିତି ପରଚର୍ଚ୍ଚା କରିବା ସାଧାରଣ କଥା। ହେଲେ ଖବର ପ୍ରଦାନକାରୀ ସ°ସ୍ଥା ଏବଂ ଆମ ଦେଶର ଯୁବ ସମାଜ କାମଧନ୍ଦା ଛାଡି ଏବେ କାହା ଘରେ ଜୀରା ଫୁଟିଲା କି ସୋରିଷ ସେ ବିଷୟ ଉପରେ ଆଲୋଚନାରେ ମାତିଛନ୍ତି, ଆଶ୍ଚର୍ଯ୍ୟ କରେ ନିହାତି।

        ସବୁ ତାମଝାମ୍ ଆଉ ବିକାରଗ୍ରସ୍ତ ଆଲୋଚନାକୁ ଟିକେ ଆଡେଇ ରଖି ଯଦି ଆମେ ଭାବିବା ତା' ହେଲେ ଏମିତି ଜ୍ୟୋତି ମୌର୍ୟ୍ୟା ପରି ଘଟଣା ଆମ ଦେଶରେ ଏକଦମ୍ ଗୋଟିଏ ଅର୍ଖ ନୂଆ ବା ଅଦ୍ଭୁତ କିମ୍ବା ଏକମାତ୍ର ବା ସର୍ବପ୍ରଥମ ଘଟଣା ନୁହେଁ। କେବଳ ପୁରୁଷ ନୁହେଁ ବିବାହିତ ମହିଳାଙ୍କର ପରକୀୟା ପ୍ରୀତିର ଲକ୍ଷ ଲକ୍ଷ ଉଦାହରଣ ଥିବ। ଉଭୟ ବର୍ଗର ବିବାହିତ ବ୍ୟକ୍ତି ମାନେ ଛାଡପତ୍ର ନେବା, ଆଉ ଜଣଙ୍କୁ ପ୍ରେମ କରି ଘର ଛାଡି ଚାଲିଯିବା, ଶାରୀରିକ ଏବଂ ମାନସିକ ଯାତନା ଦେବା ଏମିତିକି ହତ୍ୟା କରିବା ଘଟଣା ଆମେ ଆଗରୁ ମଧ୍ୟ ଦେଖିଛେ ଏବଂ ଶୁଣିଛେ। ଅନେକ ବର୍ଷ ତଳେ 'ମନୋହର କାହାନିଆଁ' ଏବଂ 'ମନୋହର କଲିଆଁ' ନାମକ ଦୁଇଟି ହିନ୍ଦୀ ମାସିକ ପତ୍ରିକା ଦେଖିଥିଲି। ସେଥିରେ କେବଳ ହିନ୍ଦୀ ଭାଷାଭାଷୀ ରାଜ୍ୟ, ଖାସ୍ କରି ଉତ୍ତରପ୍ରଦେଶର ଘଟିଥିବା ଏହି ପରକୀୟା ପ୍ରୀତିକୁ ନେଇ ହତ୍ୟା, ଅପହରଣ ପରି ଅପରାଧର ଏତେ ଘଟଣା ବର୍ଣ୍ଣନା ଥାଏ, ଆମର ବାକି ଦେଶ ବିଷୟରେ ଭାବିବା ଆବଶ୍ୟକ ପଡିବନି। ତା' ଅର୍ଥ ମୁଁ ଆଦୌ କହୁନି ଯେ, ଏମିତି ଘଟଣା ବର୍ଷବର୍ଷ ଧରି ଘଟି ଆସୁଛି ମାନେ ଏମିତି ଘଟୁଥାଉ! ଏମିତି ପ୍ରେମକୁ ନେଇ ଅପରାଧ ଆଦୌ ଘଟିବା କଥା ନୁହେଁ। ଅବଶ୍ୟ ଏଠି ଅପରାଧ ଅଲଗା ପ୍ରକାରର। ଜ୍ୟୋତିଙ୍କ ସ୍ବାମୀ ଯିଏକି ରାଜ୍ୟର ପଞ୍ଚାୟତରାଜ ଅଧୀନରେ ଜଣେ ସଫେଇ କର୍ମଚାରୀ, ତାଙ୍କ କହିବା ଅନୁସାରେ, ଜ୍ୟୋତି UP-PSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ SDM ହେବା ପରେ ଆଉ ତାଙ୍କୁ ପଚାରୁ ନାହାନ୍ତି, ଅନ୍ୟ ଜଣଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ରହିଛି। ଏସବୁ ଭିତରେ ଅନେକ ଟିଭି ଚ୍ୟାନେଲ ଜ୍ୟୋତିଙ୍କ ସ୍ବାମୀ କାନ୍ଦି କାନ୍ଦି ବୟାନ ଦେବା ଠାରୁ ଆରମ୍ଭ କରି, ତାଙ୍କର ଫେକ୍ ସାର୍ଟିଫିକେଟ, ତାଙ୍କ ଫୋନ୍ ବାର୍ତ୍ତାଳାପର ଭାଇରାଲ୍ ଅଡିଓ, ତାଙ୍କ ତଥାକଥିତ ବର୍ତ୍ତମାନର ପ୍ରେମିକଙ୍କ ଫଟୋ ଏସବୁ ପ୍ରଚାର କରୁଛନ୍ତି (ସତରେ ଆମ ମିଡିଆର ମାନସିକତା ଆଉ ବିଚାରବୁଦ୍ଧି ବିଷୟରେ ଥରେ ଭାବିଲେ)! ଏସବୁ ଭିତରେ ପୁଣି ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ଖାନ୍ ସାରଙ୍କ (ତାଙ୍କ ଭିଡିଓ ମୁଁ ପର୍ସନାଲି କେବେ ମଧ୍ୟ ଦେଖି ନାହିଁ, ତେଣୁ ତାଙ୍କ କାମ ଉପରେ ମୁଁ କୌଣସି ମତ ରଖି ପାରିବି ନାହିଁ) ବୟାନ୍ ଭାଇରାଲ୍ ହେବାକୁ ଲାଗିଲା ଯେ ତାଙ୍କ କୋଚିଂ ସେଣ୍ଟରରୁ ଅନେକ ବ୍ୟକ୍ତି ନିଜ ସ୍ତ୍ରୀ ମାନଙ୍କ ନାମ କଟେଇ ନେଉଛନ୍ତି। ସେମାନେ ଯୁକ୍ତି ଦେଖାଉଛନ୍ତି ଯେ କମ୍ପିଟେଟିଭ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ତାଙ୍କ ସ୍ତ୍ରୀ ମଧ୍ୟ ଜ୍ୟୋତିଙ୍କ ପରି ବ୍ୟବହାର କରିବ। ଏମିତିକି ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଠାରୁ ଷ୍ଟାମ୍ପ୍ ପେପରରେ "ଚାକିରୀ ପାଇଲେ ଧୋଖା ଦେବି ନାହିଁ" ଲେଖେଇ, ଦସ୍ତଖତ ନେଇଥିବା ଖବର ମଧ୍ୟ ନଜରକୁ ଆସିଛି। ତା' ହେଲେ କ'ଣ ଜ୍ୟୋତି ମୌର୍ୟ୍ୟାଙ୍କ ସ୍ବାମୀ ହେଉଛନ୍ତି ଭାରତର ପ୍ରଥମ ଏବଂ ଏକମାତ୍ର ସ୍ବାମୀ ଯିଏ ନିଜ ପତ୍ନୀକୁ ପାଠ ପଢିବା ଏବଂ PSC ପାଇବା ପାଇଁ ପ୍ରେରଣା ଦେଇଛନ୍ତି?

        ଏସବୁ ଭିତରେ ଏବେ ଜ୍ୟୋତିଙ୍କର ବୟାନ ଆସିଛି। ହୁଏତ ଅନେକ ଏହାକୁ ମିଛ କହି ପାରନ୍ତି, କିନ୍ତୁ possibilityକୁ ସମ୍ପୂର୍ଣ୍ଣ ମନା କରା ଯାଇ ପାରିବନି। ଜ୍ୟୋତିଙ୍କ ବୟାନ ମୁତାବକ ସେମାନଙ୍କର ପାରିବାରିକ କଳହ ଏବଂ ମନୋମାଳିନ୍ୟ ଚାଲିଥିଲା, ଆଶାନ୍ତି ଲାଗି ରହୁଥିଲା, ତେଣୁ ସେ ଛାଡପତ୍ର ଚାହୁଁ ଥିଲେ। ଏ ଦିଗଟିକୁ ଆମେ କୌଣସି ପ୍ରକାରେ ନଜରଅନ୍ଦାଜ କରି ପାରିବା ନାହିଁ। ଥରେ ବିଚାର କଲେ, ଜ୍ୟୋତି ୨୦୧୭ରେ UP-PSC ପାଇବା ପରେ କ'ଣ କେବେ ବି ତାଙ୍କ ସ୍ବାମୀ ଓ ପରିବାର ପାଇଁ ସହଯୋଗ କରି ନଥିବେ? ଜଣେ ସଫେଇ କର୍ମଚାରୀ ସ୍ବାମୀର ତା' SDM ସ୍ତ୍ରୀକୁ ନେଇ inferiority complex ଆସୁଥିବାର ସମ୍ଭାବନା ରହିଛି ନା' ନାଇଁ? ଆଉ ଏହି ମାନସିକତାରେ ପୀଡିତ ବ୍ୟକ୍ତିର ବ୍ୟବହାର ବିଷୟରେ କ'ଣ ଆମକୁ ଅଜଣା? ସତରେ କ'ଣ ଆମ ସମାଜରେ ପୁରୁଷ ମାନେ ଏତେ ଉଦାର ଯେ ଏହି ପଦବୀଗତ ତାରତମ୍ୟକୁ ସହଜରେ ସ୍ବୀକାର କରିନେବେ? ଜ୍ୟୋତିଙ୍କ ଉପରେ ଟଙ୍କା ଦାବିର ଚାପ ରହୁଥିବ ନା' ନାଇଁ? ସ୍ବାମୀଙ୍କ ପରିବାର ଦ୍ବାରା ଅଯଥା କଟାକ୍ଷ ଶୁଣିବାକୁ ପଡୁଥିବ ଏ ସମ୍ଭାବନାକୁ ମନା କରା ଯାଇ ପାରିବ କି? ଅନେକ ହୁଏତ ଭାବି ପାରନ୍ତି ଯେ ମୁଁ ମହିଳାଟେର ପକ୍ଷ ନେଉଛି, ନା' ସେ ପ୍ରକାର pseudo feminism ରେ ମୁଁ ବିଶ୍ବାସ କରେନି। ମୁଁ କେବଳ ଘଟଣାର ଆଉ ଗୋଟିଏ ସମ୍ଭାବିତ ପକ୍ଷ ରଖୁଛି। ହଉ ଠିକ୍ ଅଛି, ଆମେ ସେ ସବୁ ସମ୍ବାବନାର ଥିଓରୀକୁ ଭୁଲିଯିବା ଏବଂ ମାନି ନେବା ଯେ ନ୍ୟୁଜ୍ ଚ୍ୟାନେଲ୍ ଏବଂ ମିମରେ ଯାହା ପ୍ରସ୍ତୁତ କରାଯାଉଛି ତାହା ସତ୍ୟ। ଜ୍ୟୋତି ମୌର୍ୟ୍ୟା ହିଁ ଏ ସମ୍ପୂର୍ଣ୍ଣ ଘଟଣାରେ ଦୋଷୀ। କିନ୍ତୁ କ'ଣ ଏହାର ଅର୍ଥ ସମାଜର ସବୁ ନାରୀ ଜ୍ୟୋତିଙ୍କ ପରି? କ'ଣ ସବୁ ଉଚ୍ଚଶିକ୍ଷିତ, ଉଚ୍ଚ ପଦସ୍ଥ, କର୍ମଜୀବୀ ମହିଳା ନିଜ ପରିବାର ପ୍ରତି ତଥାକଥିତ ଅପମାନଜନକ ବ୍ୟବହାର କରନ୍ତି? ତା' ହେଲେ କ'ଣ ଆମର ପ୍ରତ୍ୟେକ ସା°ସଦ ବ୍ରିଜଭୂଷଣ ଶରଣ ସି° ପରି, ସବୁ ବ୍ୟବସାୟୀ ମେହୁଲ ଚୋକସି ପରି, ସବୁ ବାବା ଆଶାରାମ୍ ବାପୁ ପରି ଆଉ ସବୁ ସ୍ବାମୀ ବ୍ୟଭିଚାରୀ? ନିଶ୍ଚିତ ଏହାର ଉତ୍ତର ହେଉଛି "ନା"। ଜଣଙ୍କ ପାଇଁ ସମ୍ପୂର୍ଣ୍ଣ ସାମାଜ ଉପରେ ଆରୋପ ଲଗାଯାଇ ପାରିବ ନାହିଁ। ତା' ହେଲେ ଥରେ ଭାବିଲେ କ'ଣ ପାଇଁ ଜ୍ୟୋତି ମୌର୍ୟ୍ୟା କେସକୁ ଏତେ ଜୋରସୋରରେ ପ୍ରଚାର କରା ଯାଉଛି? କ'ଣ ପାଇଁ ଟିକିନିଖି ଟିପ୍ପଣୀ ଆଉ ଫଟୋ ସେୟାର, ରିସେୟାର ଚାଲିଛି? ଏହା ଖାଲି ଜ୍ୟୋତି ମୌର୍ୟ୍ୟା ଆଡଲ୍ଟରି କେସ୍ ନା' ଏଇ କେସକୁ ବଜାରକୁ ଆଣି ଆଉ କୌଣସି ପ୍ରପୋଗାଣ୍ଡା ଓ ବିଚାରଧାରାକୁ ପ୍ରଚାର କରିବାକୁ ଚେଷ୍ଟା କରା ଯାଉଛି?

         ହୁଏତ ଘଟଣାର ଏ ଦିଗ ବିଷୟରେ ମୁଁ କଦାପି ଭାବି ନଥାନ୍ତି ଯଦି ଖାନ୍ ସାରଙ୍କ ବୟାନ ଆଉ ଓଡ଼ିଶାର ଗୋଟିଏ ପ୍ରତିଷ୍ଠିତ ଖବରକାଗଜରେ ୯ ଜୁଲାଇ ୨୦୨୩ ପ୍ରକାଶିତ ସମ୍ପାଦକୀୟ ବିଷୟରେ ଚର୍ଚ୍ଚା ଶୁଣି ପଢି ନଥାନ୍ତି। ଖାନ୍ ସାରଙ୍କ ବୟାନ ତ ଶୁଣିଲେ ଯେ, କେମିତି ମହିଳା ମାନଙ୍କୁ ଶିକ୍ଷା ଗ୍ରହଣ ଓ କୋଚିଂରୁ ବଞ୍ଚିତ କରା ଯାଉଛି (ଏପର୍ଯ୍ୟନ୍ତ ତାଙ୍କ କୋଚିଂ ସେଣ୍ଟରରୁ ୯୩ ମହିଳାଙ୍କ ନାମ କଟା ସରିଲାଣି)। ଏଥର "ମନରେ ସତୀତ୍ବ ଦେହରେ ନାହିଁ" ଶୀର୍ଷକ ଥିବା ସେହି ସମ୍ପାଦକୀୟରେ ପ୍ରୟୋଗ କରାଯାଇଥିବା ଭାଷା ଓ ବିଚାର ଉପରେ ଥରେ ନଜର ପକାଇବେ ନିହାତି ସେଥିରେ ଗୋଟିଏ ଜାଗାରେ ଲେଖା ଯାଇଛି, "ଏବେ ବିବାହ ଓ ତା' ପାଇଁ ତିଆରି ଆଇନରେ ବାସ୍ତବତା ଓ କଳନା ଭିତରେ ଢେର୍ ପ୍ରଭେଦ ସମାଜରେ ନାନା ବିଶୃଙ୍ଖଳାର କାରଣ ହୋଇଛି ପାଶ୍ଚାତ୍ୟ ସଭ୍ୟତା ଆମ ସ°ସ୍କାର, °ସ୍କୃତିକୁ ବାଟବଣା କରିଦେଉଛି ଗଛରେ ସବୁ ଫଳ ଯେ ସମାନ ଭାବରେ ପାଚିବ ତା' ' ସମ୍ଭବ? ଯେଉଁ ଫଳ ଆଗ ପାଚିଗଲା, ଅନ୍ୟ ଫଳ ପାଚିନି ବୋଲି ତା'କୁ ତୋଳା ନ' ଗଲେ, ସେ ବ୍ୟବହାର ପାଇଁ ରହି ପାରିବ ତ? ସାବାଳିକା ଓ ନାବାଳିକା ନିର୍ଦ୍ଧାରଣ ସେମିତି ଏକ ଖିଆଲ ଉପରେ ବା ଭିନ୍ନ ଭାବର କେତକଙ୍କ ମାନସିକତା ଉପରେ ନିର୍ଦ୍ଧାରିତ ବାରବର୍ଷ ତେର ବର୍ଷରେ ଗୃହଯୋଗ୍ୟା ହୋଇଥିବା ଜଣଙ୍କୁ ଷୋହଳ ବର୍ଷ ବା ଅଠର ବର୍ଷ ଯାଏ ଘୋଷାରିବାକୁ ଆଇନ? ନାବାଳିକା ବା ସାବାଳିକା ଅବସ୍ଥା ସହ ବିବାହକୁ, ଶିକ୍ଷାକୁ ବା ସାମାଜିକ ଚଳଣିକୁ କେମିତି ଓ କାହିଁକି ଯୋଡା ଯାଇଛି, ବିକୃତିକରଣ କରା ଯାଉଛି?"  ଭାବାର୍ଥ ଛାଡନ୍ତୁ, ପ୍ରଥମେ ମହିଳାଙ୍କ ପାଇଁ ଭାଷାର ପ୍ରୟୋଗ ଦେଖିଲେ "ପାଚିଲା ଫଳ", "ବ୍ୟବହାର ଯୋଗ୍ୟ"! ତା' ଅର୍ଥ ଲେଖକର ନଜରରେ ମହିଳାମାନେ କେବଳ ବସ୍ତୁ! ଆଉ ପୁରୁଷ ମାନେ ସେମାନଙ୍କୁ ମନଇଚ୍ଛା ବ୍ୟବହାର କରିପାରିବେ!! ଆଉ ଯେତିକି ପ°କ୍ତି ମୁଁ ଉଦ୍ଧୃତ କଲି, ସେଥିରେ "ବାଲ୍ୟବିବାହ"କୁ ପୂର୍ଣ୍ଣ ସମର୍ଥନ ଦିଆଯାଇଛି। ଏମାନେ ବୋଧେ ଲେଖିବା ପୂର୍ବରୁ ବିଶ୍ବରେ ବାଲ୍ୟ ବିବାହ ଏବଂ ନାବାଳିକା ଗର୍ଭଧାରଣ ଜନିତ ବିକଟାଳ, ଭୟଙ୍କର ପରିଣତି ବିଷୟରେ ଡାଟା ସ°ଗ୍ରହ କରି ନାହାନ୍ତି। ଅବଶ୍ୟ ଏ ବିଚାରଧାରାର ଲୋକ କେବେ ସତ୍ୟତା କିମ୍ବା ଫ୍ୟାକ୍ଟ ଚେକ୍ ନକରି ଏମିତି ଗପିବାରେ ଓସ୍ତାଦ। ଆଜି ଯେଉଁଠି ଦେଶରେ UCC ଲାଗୁକରି "ତିନ୍-ତଲାକ୍" ହଟାଇ ସମାଜର ଗୋଟିଏ ବର୍ଗର ମହିଳାମାନଙ୍କ ଉନ୍ନତି କରିବାର ଚେଷ୍ଟା ପାଇଁ ଜୋର୍ ଦିଆଯାଉଛି, ସେଇଠି "ବାଲ୍ୟବିବାହ" ପ୍ରଥାର ପୁନଃରୁଥାନ ପାଇଁ ପ୍ରୟାସ ବି ଚାଲିଛି। ବାଃ! ସେଇ ଲେଖାରେ ପୁଣି କ'ଣ ଗୋଟିଏ ସମାଜ ସ°ସ୍କାର, ଆଚାର ସ°ହିତା ବିଷୟରେ ଉଲ୍ଲେଖ କରା ଯାଇଛି। ଅବଶ୍ୟ ସେଠି କେଉଁ ବିଚାରଧାରାରେ ପ୍ରେରିତ ହୋଇ କେଉଁ ସ°ସ୍କାର କଥା କୁହାଯାଇଛି ଆପଣ ଲେଖାର ପ୍ରଥମାର୍ଦ୍ଧ ପଢିଲେ ଠିକ୍ ବୁଝି ପାରିବେ।

        ଏବେ ଏହି ଲେଖାର ଭାବାର୍ଥ, ଖାନ୍ ସାରଙ୍କ ବୟାନ ଏବଂ ଜ୍ୟୋତି ମୌର୍ୟ୍ୟା କେସକୁ ସମାନ୍ତରାଳରେ ରଖି ବିଚାର କରନ୍ତୁ! ଏବେ ବୁଝନ୍ତୁ, ଜ୍ୟୋତି ମୌର୍ୟ୍ୟା କେସକୁ ଏ ପ୍ରକାର ଟ୍ରେଣ୍ଡି° ନ୍ୟୁଜ୍ ଆଉ ପ୍ରସାର କରିବା ପଛର ଉଦ୍ଦେଶ୍ୟ! ଜ୍ୟୋତି ମୌର୍ୟ୍ୟା କେସ୍ ମାଧ୍ୟମରେ କେଉଁ ପ୍ରପୋଗାଣ୍ଡା ପ୍ରଚାର କରା ଯାଉଛି! ଇତିହାସକୁ ଯାଇ ରାଣୀ ଅହଲ୍ୟାବାଈ କିମ୍ବା ରାଣୀ ଲକ୍ଷ୍ମୀବାଈଙ୍କ ଉଦାହରଣ ଖୋଜିବା ଦରକାର ନାହିଁ। ଏଇଠି ବର୍ତ୍ତମାନ ଆମ ସାମ୍ନାରେ ଆମ ଦେଶର ଶାସନମୁଖ୍ୟ, ପ୍ରଥମ ନାଗରିକ ଜଣେ ମହିଳା। ୨୦୧୯ ଲୋକସଭା ନିର୍ବାଚନର ସମୁଦାୟ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ୧୪% ମହିଳା ଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବେଳେ ୭ ଜଣ ମିନିଷ୍ଟର ଅଫ୍ ଷ୍ଟେଟ୍ସ। ତିନିଟି ରାଜ୍ୟର ରାଜ୍ୟପାଳ ମଧ୍ୟ ମହିଳା। ଏହା ଛଡା Chairperson of SEBI, Principal Chief Commissioner of Income Tax, Chairperson of National Commission for women, President of Indian Olympic Association, ଦେଶର ୧୦୦ଟି କମ୍ପାନୀର CEO, ୧୦୯ଟି କମ୍ପାନୀର MD & CEO ପଦବୀରେ ମହିଳା ମାନେ ଅଛନ୍ତି। ତଥାପି କିଛି ମୁଷ୍ଟିମେୟ ଲୋକ ଏ ଦେଶରେ ଏବେ ବି ମନୁବାଦୀ ଚିନ୍ତାଧାରା ଦ୍ବାରା ପ୍ରେରିତ ଓ ତା'ରି ପ୍ରସାରରେ ଲାଗିଛନ୍ତି! ଏ ପ୍ରକାର ଚିନ୍ତାଧାରା ସମାଜ ପାଇଁ ଘୁଣପୋକ ସଦୃଶ। ତେଣୁ ଏପ୍ରକାର ଚିନ୍ତାଧାରା ଦ୍ବାରା ପ୍ରଭାବିତ ହେବା ଆଗରୁ ଆଜିକାର ଯୁବ ସମାଜକୁ ଭାବିବାକୁ ପଡିବ, ସେମାନେ ଜଣେ ଜଣେ ଶିକ୍ଷିତ ଏବଂ ଯୁଗୋପଯୋଗୀ ଚିନ୍ତାଧାରା ରଖିଥିବା ମହିଳା ସହ ଏ ସମାଜକୁ ସେୟାର କରିବାକୁ ଭଲ ପାଇବେ ନା' ଜଣେ ଶିକ୍ଷାହୀନ ଏବଂ ତାଙ୍କ ପ୍ରଫେସନକୁ ନବୁଝି ପାରିଲା ପରି ମହିଳା ସହ? ଆଉ ଯେଉଁ ମହିଳାମାନେ ଏ ମନୁବାଦୀ ଚିନ୍ତାଧାରାକୁ ଆଜି କେଉଁଠି ଟିକେ ଲେଖା, ଚିତ୍ର ଛପା ହେବ, ପଦୋନ୍ନତି ମିଳିବ, ଦୁଇଟା ପୁରସ୍କାର ମିଳିବ, ଟିଭିରେ ଇଣ୍ଟରଭିୟୁ ଯିବ ବୋଲି ସାଲିସ କରି ସ୍ବୀକାର କରି ନେଉଛନ୍ତି, ସେମାନେ ଥରେ ଭାବନ୍ତୁ…..ଆଜି ସେଇ ମନୁବାଦୀଙ୍କ ନଜରରେ ସେମାନଙ୍କ ଔକାତ୍ କ'ଣ ଆଉ କାଲି ସେମାନଙ୍କ କନ୍ୟା ସନ୍ତାନର ସ୍ଥାନ ଓ ସ୍ଥିତି କ'ଣ ହୋଇଥିବ? ଆଉ ଶେଷରେ ବାକି ରହିଲା ଦେଖିବାକୁ, ଯେ ନାରୀ ସଶକ୍ତିକରଣ, ନାରୀ ସମାନତା, ନାରୀ ଶିକ୍ଷା, ନାରୀ ଅଧିକାର ପାଇଁ ସ୍ବର ଉଠେଇ, ପୁରସ୍କାର ଗ୍ରହଣ କରିଥିବା ସଶକ୍ତ ନାରୀବାଦୀ ଲେଖିକା ମାନେ ଓଡ଼ିଶାର ଏ ବହୁଳ ପ୍ରସାରିତ ଖବରକାଗଜରେ ଲେଖାଲେଖିକୁ ବର୍ଜନ କରି ନିଜର ଅସହଯୋଗ ଜାହିର କରୁଛନ୍ତି ନା' ପ୍ରଚାରର କ୍ଷଣିକ ଚମକରେ ସେମାନେ ମୋହଗ୍ରସ୍ତ!!