ନବ ଦାସଙ୍କ ଦ୍ଵାଦଶାହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ନବ ଦାସଙ୍କ ଦ୍ଵାଦଶାହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ବିଶିଷ୍ଟ ବିଜେଡି ନେତା ତଥା ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଦ୍ବାଦଶାହ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯୋଗଦାନ କରିଥିଲେ । ଝାରସୁଗୁଡା ସରବାହାଲ ହାଇସ୍କୁଲ ପଡିଆଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ପ୍ରାୟ ସବୁ ତୁଙ୍ଗ ନେତା ସ୍ଵର୍ଗତ ନବ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।