ମଣିପୁରର ନିଆଁ: କିଏ ଦାୟୀ ??

ମଣିପୁରର ନିଆଁ: କିଏ ଦାୟୀ ??

ମଇ ୪ ତାରିଖ, ରାତି ଦୁଇଟା ୪୭ ମିନିଟରେ ଦେଶର ଖ୍ୟାତନାମା ବକ୍ସର ତଥା ରାଜ୍ୟସଭା ସଦସ୍ୟ ମେରି କୋମ ଏକ ଟୁଇଟ କରି ଲେଖିଲେ ଯେ- “ମୋ ରାଜ୍ୟ ମଣିପୁର ଜଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଆମକୁ ସାହାଯ୍ୟ କରନ୍ତୁ”ମେରି କୋମ କେତେକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ ମଇ ୩ ଓ ୪ ତାରିଖ ଦୁଇଦିନ ଧରି ମଣିପୁର ରାଜ୍ୟ ସାରା ନିଆଁ ଲାଗିଥିଲା          

ଆଜି ମଧ୍ୟ ପୁରା ମଣିପୁର ଜଳୁଛି। ଅସଂଖ୍ୟ ଚର୍ଚ୍ଚ ଓ ମନ୍ଦିର ପୋଡିଯାଇଛି। ୧୦ହଜାରରୁ ଅଧିକ ଲୋକଙ୍କ ଘର ଭାଙ୍ଗି ଦିଆଯାଇଛି କିମ୍ବା ପୋଡ଼ି ଦିଆଯାଇଛି। ରାଜ୍ୟ ପୁଲିସ ହିଂସା ରୋକିବାରେ ଅସମର୍ଥ ହେବାରୁ ସେନାବାହିନୀକୁ ସେଠାରେ ମୁତୟନ କରାଯାଇଛି। ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ମୋଟାମୋଟି କହିବାକୁ ଗଲେ ଗୋଟେ ଛୋଟିଆ ରାଜ୍ୟ ଯେଉଁଠି ନରେନ୍ଦ୍ର ମୋଦୀଙ୍କର ଅତିପ୍ରିୟ ଡବଲ୍ ଇଞ୍ଜିନ ସରକାର ଚାଲିଛି, ଆଜି ସାରା ଦେଶରୁ ଏକପ୍ରକାର ବିଚ୍ଛିନ୍ନ ହୋଇରହିଛି। ରାଜ୍ୟ ସାରା ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏହି ହିଂସାକାଣ୍ଡରେ କେତେ ଲୋକ ମରିଛନ୍ତି, ତାର ହିସାବ ଏ ଯାଏଁ ସ୍ପଷ୍ଟ ହୋଇନାହିଁ।

ଉତ୍ତର ପୂର୍ବ ରାଜ୍ୟ ହୋଇଥିବାରୁ ମଣିପୁରରୁ ଖବର ଆସିବା ସହଜ ହେଉନାହିଁ। ମହାନଗର ଏବଂ ଉତ୍ତର ଭାରତ ଭିତରେ ସୀମିତ ଆମର ଗଣମାଧ୍ୟମ ଏ ସମ୍ପର୍କରେ ପ୍ରାୟତଃ ନୀରବ ରହୁଛି। ମଣିପୁରରେ ବିଜେପି ସରକାର ବଦଳରେ ଯଦି ବିରୋଧୀ ଦଳର ସରକାର ଥାଆନ୍ତା, ତା ହେଲେ ଆମର ଗଣମାଧ୍ୟମ ସେଠି ସରକାରକୁ କିଲବିଲ କରି ପକାଉଥାନ୍ତେ। ଅମିତ ଶାହା ଘନ ଘନ କେନ୍ଦ୍ରୀୟ ତଦନ୍ତ ଟିମ୍ ପଠାଇବା କଥା କହୁଥାନ୍ତେ। ବିଜେପି ନିଜର ପ୍ରତିନିଧି ଦଳଙ୍କୁ ପଠାଇ ସାରିଥାନ୍ତା। ମଣିପୁରରେ ବିଜେପି ସରକାର ଥିବାରୁ ସେଠି ଯେତେ ଅଧିକ ହିଂସା ହେଲେ ବି ସମସ୍ତ ଚୁପ‌।



ତେବେ ମଣିପୁରରେ ଘଟୁଥିବା ଏହି ଭୟଙ୍କର ହିଂସାକାଣ୍ଡର କାରଣ କ'? ମଇ ୩ତାରିଖ ଦିନ ମଣିପୁର ହାଇକୋର୍ଟ ରାଜ୍ୟର ସଂଖ୍ୟା ଗରିଷ୍ଠ ମୈତେଇ ଜାତି/ଗୋଷ୍ଠୀ କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାର ଦାବୀ ବିଷୟରେ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ ରାୟ ଦେଇଥିଲେ।‌ ମୈତେଇ ଜାତିର ଜନସଂଖ୍ୟା ମଣିପୁରରେ ପ୍ରାୟ ୬୦ ଭାଗ। ଏମାନେ ରାଜଧାନୀ ଇମ୍ଫାଲ ପାଖାପାଖି ରହନ୍ତି ଓ ନାଗରିକ ଭାବରେ ଏମାନଙ୍କୁ ସବୁଠୁ ଅଧିକ ସୁବିଧା ସୁଯୋଗ ମିଳୁଛି। ନାଗା ଏବଂ କୁକୀ ଜନଜାତିର ଲୋକେ ପାହାଡୀ ଅଞ୍ଚଳରେ ରହନ୍ତି ଓ ଆଦିବାସୀ ଭାବରେ ସେମାନଙ୍କ ପାଖରେ ଜମିର ସୁରକ୍ଷା ଅଧିକାର ରହିଛି
ମୈତେଇ ଜାତି/ଗୋଷ୍ଠୀକୁ ଜନଜାତିର ମାନ୍ୟତା ମିଳିଲେ ମଣିପୁରର ଆଦିବାସୀଙ୍କ ଅଧିକାର କ୍ଷୁଣ୍ଣ ହେବା ସ୍ଵାଭାବିକ

ଦୀର୍ଘଦିନରୁ ମଣିପୁରରେ ମୈତେଇ ଜାତି/ଗୋଷ୍ଠୀ ଏବଂ ଆଦିବାସୀଙ୍କ ଭିତରେ ଅସନ୍ତୋଷ ଲାଗି ରହିଛି ରାଜ୍ୟ ବିଧାନସଭାର ୬୦ ଆସନରୁ ୪୦ ଆସନରେ ମୈତେଇ ଜାତି/ଗୋଷ୍ଠୀର ବିଧାୟକ ରହିଛନ୍ତି ବାକି ୨୦ ଆସନରେ ଆଦିବାସୀ ବିଧାୟକ ରହିଛନ୍ତି ବିଜେପି ଶାସନକୁ ଆସିବା ପରେ ଆଦିବାସୀଙ୍କୁ ଖ୍ରୀଷ୍ଟିୟାନ ଏବଂ ମୈତେଇ ଜାତି/ଗୋଷ୍ଠୀଙ୍କୁ ହିନ୍ଦୁ ଭାବରେ ବିଭାଜିତ କରି ରାଜନୀତି ଆରମ୍ଭ ହୋଇଛି ଯଦିଓ ମୈତେଇ ଜାତି/ଗୋଷ୍ଠୀ ମଧ୍ୟରେ ଖ୍ରୀଷ୍ଟିୟାନ ଓ ମୁସଲମାନ ମଧ୍ୟ ରହିଛନ୍ତି

ବିଭାଜନ ଏବଂ ଧୃବୀକରଣର ରାଜନୀତି ମଣିପୁରକୁ ଆଜି ଛାରଖାର କରୁଛି ଏହି ଛୋଟିଆ ରାଜ୍ୟରେ ରହିଥିବା ସାଂସ୍କୃତିକ ବିବିଧତାକୁ ନଷ୍ଟ କରି ସାମ୍ପ୍ରଦାୟିକ ରାଜନୀତି କରିବାର ପରିଣତି ରେ ଆଜିର ପରିସ୍ଥିତି ସୃଷ୍ଟି ହୋଇଛି

୩୦ ଭାଗ ଆଦିବାସୀଙ୍କ ଉପରେ ୬୦ ଭାଗ ନୂଆ ଆଦିବାସୀଙ୍କୁ ଲଦି ଦେଲେ ତାର ପ୍ରତିକ୍ରିୟା ଯେ କଣ ହେବ, ସେ କଥା ମଣିପୁର ହାଇକୋର୍ଟ କିମ୍ବା ମଣିପୁର ସରକାର ବୋଧହୁଏ ଚିନ୍ତା କରିନଥିଲେ ସାମାଜିକ ବିଭାଜନର ରାଜନୀତି ଗୋଟେ ଦେଶକୁ ଏମିତି ଛାରଖାର କରିଦିଏ । ମଣିପୁର ରାଜନୀତିରୁ ଆମେ କିଛି ଶିଖୁଛୁ ତ ??