ଆଦର୍ଶ ରାଜନୀତିର ନାୟକ ତ୍ରିଲୋଚନ କାନୁନଗୋ ଆଉ ନାହାନ୍ତି

ଆଦର୍ଶ ରାଜନୀତିର ନାୟକ ତ୍ରିଲୋଚନ କାନୁନଗୋ ଆଉ ନାହାନ୍ତି

ଓଡିଶା ରାଜନୀତିର ଅନ୍ୟତମ ଆଦର୍ଶବାଦୀ ଜନନେତା ଏବଂ ମୂଲ୍ୟବୋଧ ଭିତ୍ତିକ ରାଜନୀତିର ଅନନ୍ୟ ମଙ୍ଗୁଆଳ ତ୍ରିଲୋଚନ କାନୁନଗୋ ଆଉ ନାହାନ୍ତି । ଜଗତସିଂପୁରର ପୂର୍ବତନ ଲୋକସଭା ସଦସ୍ୟ, କଟକ ସଦର ଏବଂ ଗୋବିନ୍ଦପୁରର ପୂର୍ବତନ ବିଧାୟକ ତଥା କଟକ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଭାବରେ ତ୍ରିଲୋଚନ କାନୁନଗୋଙ୍କ ରାଜନୈତିକ ଜୀବନ ସବୁବେଳେ ଏକେ ବିକଳ୍ପ ରାଜନୀତିର ପରୀକ୍ଷାଗାର ଥିଲା । ମୁଖ୍ୟଧାରାର ରାଜନୀତି ଯେତେବେଳେ ଭ୍ରଷ୍ଟ ଏବଂ ନୀତିହୀନ ଲୋକଙ୍କ କବଜାରେ ରହିଥିଲା, ସେତେବେଳେ ତ୍ରିଲୋଚନ କାନୁନଗୋ ସେ ଧାରାର ପ୍ରତିକୂଳରେ ରାଜନୀତି କରି ସଫଳ ହୋଇଥିଲେ । ଓଡିଶା ରାଜନୀତିରେ ସମାଜବାଦୀ ଆଦର୍ଶର ସେ ଥିଲେ ଅନ୍ତିମ ପ୍ରତିନିଧି । ବୌଦ୍ଧିକ ପ୍ରଜ୍ଞା, ସାମ୍ବିଧାନିକ ବିଚାର ଏବଂ ଲୋକତନ୍ତ୍ରର ଅଙ୍ଗୀକାରବାଧ୍ହ ରାଜନେତା ଭାବରେ ଓଡିଶା ରାଜନୀତିରେ ତାଙ୍କର ଭୂମିକା ଅନନ୍ୟ ।  ଏକଦା କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭାବରେ ତାଙ୍କର ଅବଦାନ ଆଜି ମଧ୍ୟ କିମ୍ବଦନ୍ତୀ ଭାବରେ ପରିଗଣିତ ।

ସାଂସଦ ଏବଂ ବିଧାୟକ ଭାବରେ ସେ ଗୃହ ଭିତରେ ବୌଦ୍ଧିକ ବିତର୍କ ପାଇଁ ଏକ ନିଜସ୍ଵ ସ୍ତର ନିର୍ମାଣ କରିଥିଲେ । ସେ ଥିଲେ ବିଜୁ ଜନତା ଦଳର ଅନ୍ୟତମ ସଂସ୍ଥାପକ ।  ରାଜନେତା ବ୍ୟତୀତ ଜଣେ ଅର୍ଥନୀତିଜ୍ଞ, ଶିକ୍ଷାବିତ, ସମ୍ବିଧାନ ବିଶାରଦ ଏବଂ ଅନୁଷ୍ଠାନ ନିର୍ମାତା ଭାବରେ ତାଙ୍କର ବିଶେଷ ଅବଦାନ ରହିଥିଲା । ଗୋଟେ ସମୟରେ ତ୍ରିଲୋଚନ କାନୁନଗୋ ଓଡିଶା ବିଧାନସଭାରେ କଣ କହୁଛନ୍ତି ତାହା ଶୁଣିବାକୁ ଓଡିଶାର ଜଣ ସାଧାରଣ ଅପେକ୍ଷା କରି ରହୁଥିଲେ ।

ଅଡଶପୁର ସ୍ଥିତ ମହାବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଆଜି ସକଳ ୭ଟାରେ ତାଙ୍କର ପରଲୋକ ଘଟିଛି । ୨୪, ନଭେମ୍ବର,୧୯୪୦ରେ ସେ ଜନ୍ମଗ୍ରହଣ କରିଥିଲେ