ଅରୁଣା ମହାନ୍ତି ଓ ପୂର୍ଣ୍ଣମାସୀ ଜାନୀଙ୍କୁ ସମ୍ମାନସୂଚକ ଡି ଲିଟ

ଅରୁଣା ମହାନ୍ତି ଓ ପୂର୍ଣ୍ଣମାସୀ ଜାନୀଙ୍କୁ ସମ୍ମାନସୂଚକ ଡି ଲିଟ

ଆସନ୍ତାକାଲି ରମାଦେବୀ ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ଏବଂ ଶିଳ୍ପୀ ଅରୁଣା ମହାନ୍ତିଙ୍କୁ ସମ୍ମାନସୂଚକ ଡି ଲିଟ ଉପାଧି ପ୍ରଦାନ କରାଯିବ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ। ଅରୁଣା ମହାନ୍ତିଙ୍କ ସମେତ ଆଦିବାସୀ ଲେଖିକା ପୂର୍ଣ୍ଣମାସୀ ଜାନୀ, ସମାଜସେବୀ ସୁନୀତା କୃଷ୍ଣନନଙ୍କୁ ମଧ୍ୟ ଡି ଲିଟ ସମ୍ମାନ ପ୍ରଦାନ କରାଯିବ । ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନଙ୍କୁ ସମ୍ମାନସୂଚକ ଡି ଏସସି ପ୍ରଦାନ କରାଯିବ ବୋଲି ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।