ସତ୍ୟପାଲ ମଲ୍ଲିକ ଯାହା କହୁଛନ୍ତି.....

ସତ୍ୟପାଲ ମଲ୍ଲିକ ଯାହା କହୁଛନ୍ତି.....

ଭକ୍ତଙ୍କ ଆଖି ଅନ୍ଧ। ସେମାନେ ଆଖି ଥାଇ ମଧ୍ୟ କିଛି ଦେଖି ପାରନ୍ତି ନାହିଁ। ହେଲେ ଏ ଦେଶର ଆଖି ଅଛି ନା ନାହିଁ? ୨୦୧୯ ଫେବୃଆରୀ ମାସରେ ଯେତେବେଳେ କାଶ୍ମୀରର ପୁଲଓ୍ବାମା ନିକଟରେ ଏକ ଭୟଙ୍କର ବୋମା ବିସ୍ଫୋରଣରେ ୪୦ଜଣ ଯବାନ୍ ସହୀଦ ହେଲେ, ସେତେବେଳେ କାଶ୍ମୀରର ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ। ଏ‌ହି ବିସ୍ଫୋରଣ ପଛରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ଅବହେଳା ଦାୟୀ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି। ସିଆରପିଏଫ ଯବାନଙ୍କୁ ବିମାନ ଯୋଗେ ସ୍ଥାନାନ୍ତରିତ କରିବାର ପ୍ରସ୍ତାବକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ବୀକୃତି ନ ଦେବା ଫଳରେ ଏହି ଭୟଙ୍କର ସନ୍ତ୍ରାସବାଦୀ ଘଟଣା ଘଟିଲା। ପାକିସ୍ତାନରୁ ଏତେ ପରିମାଣରେ ଆସିଥିବା ଆରଡିଏକ୍ସକୁ ଠାବ କରାଯାଇ ନ ପାରିବା ଆମ ଗୁଇନ୍ଦା ବ୍ୟବସ୍ଥାର ବିଫଳତା ବୋଲି କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି। ସରକାରୀ ବିଫଳତା ସମ୍ପର୍କରେ ଚୁପ୍ ରହିବାକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ୍ ରାଜ୍ୟପାଳଙ୍କୁ ତାଗିଦ୍ କରିଥିଲେ ବୋଲି ଏବେ ସ୍ପଷ୍ଟ ଜଣାପଡ଼ୁଛି। ଆମ ଜବାନଙ୍କ ଜୀବନକୁ ଭୋଟ ରାଜନୀତିର ଆଧାର ଭାବରେ ଗତ ନିର୍ବାଚନରେ ବ୍ୟବହାର କରାଯାଇଥିବାର ଆଉ ଏକ ପ୍ରମାଣ ସତ୍ୟପାଲ ମଲ୍ଲିକ ଦେଇଛନ୍ତି ।

ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କୁ ଏକ ସାକ୍ଷାତକାର ଦେଇ ସତ୍ୟପାଲ ମଲ୍ଲିକ ମୋଦୀ ସରକାର ବିଷୟରେ ଅନେକ ବିସ୍ଫୋରକ ତଥ୍ୟ ଦେଉଛନ୍ତି। କାଶ୍ମୀର ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଶେଷ କିଛି ଜାଣନ୍ତି ନାହିଁ ଓ କେବଳ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ନେଇ ସରକାର କାମ କରୁଥିବାର ସାଙ୍ଘାତିକ ଅଭିଯୋଗ ଶ୍ରୀ ମଲ୍ଲିକ କରିଛନ୍ତି। କାଶ୍ମୀରରେ ରିଲାଏନ୍ସ କମ୍ପାନୀର ଦୁଇଟି ପ୍ରକଳ୍ପ ପାଇଁ ତିନି ଶହ କୋଟି ଟଙ୍କାର ଲାଞ୍ଚ ଯଚା ଯାଇଥିଲା ଓ ଏଥିରେ ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ରାମ ମାଧବ ଏବଂ କାଶ୍ମୀରର ପୂର୍ବତନ ଅର୍ଥ ମନ୍ତ୍ରୀ ହସିନ୍ ଡ୍ରାବୁ ସମ୍ପୃକ୍ତ ବୋଲି ଅଭିଯୋଗ ଆସିଛି। ରାମ ମାଧବ ଏ ପ୍ରସଙ୍ଗରେ ମାନହାନି ପାଇଁ ସତ୍ୟପାଲ ମଲ୍ଲିକଙ୍କ ପାଖକୁ ନୋଟିସ ପଠାଇ ଥିବା ସତ୍ତ୍ବେ ସେ ତାଙ୍କ କଥାକୁ ଆଉ ଥରେ ସ୍ପଷ୍ଟ କରି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ନୀତି ଓ ଭ୍ରଷ୍ଟାଚାରର ବିରୋଧୀ ନୁହନ୍ତି, ବରଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଭ୍ରଷ୍ଟାଚାରର ସୁରକ୍ଷା ଲାଗି ଏକ ଢାଲ ଭାବରେ ବ୍ୟବହାର କରାଯାଉଛି ।

ଗୋଆ ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ବୋଲି କହିବାରୁ ତାଙ୍କୁ ରାତାରାତି ବଦଳି କରି ଦିଆଗଲା । ଦେଶର ବାସ୍ତବ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ଆଦୌ ଅବଗତ ନଥିବା କଥା ଶ୍ରୀ ମଲ୍ଲିକ କହିଛନ୍ତି ‌। ଦେଶର ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ସେ କହିଛନ୍ତି କରଣ ଥାପରଙ୍କ ପୂର୍ବରୁ ଏଇ ସମାନ କଥା ସତ୍ୟପାଲ ଆଉ ଏକ ୟୁଟ୍ୟୁବ ଚ୍ୟାନେଲରେ କହିସାରିଛନ୍ତି

ସତ୍ୟପାଲ ମଲ୍ଲିକ ଯାହା କହୁଛନ୍ତି, ତାର ପ୍ରଭାବ ଛୋଟ ନୁହେଁ ସେ କାଶ୍ମୀରରେ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରତିନିଧି ଥିଲେ ଓ ତା ପୂର୍ବରୁ ବିଜେପିର ଜାତୀୟ ଉପ ସଭାପତି ଥିଲେ ରାଜ୍ୟପାଳ ପଦବୀରେ ଥିବା ସତ୍ତ୍ୱେ ସେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର ସାହସ ରଖିଥିଲେ କୃଷି ଆଇନ ପ୍ରତ୍ୟାହାର ଆନ୍ଦୋଳନକୁ ସତ୍ୟପାଲ ମଲ୍ଲିକ ଖୋଲାଖୋଲି ସମର୍ଥନ ଦେଇଥିଲେ ମଧ୍ୟ ତାଙ୍କୁ ରାଜ୍ୟପାଳ ପଦରୁ ବହିସ୍କାର କରିବାର ସତସାହସ ନରେନ୍ଦ୍ର ମୋଦୀ ସରକାରର ନଥିଲା ।

ଜଣେ ପୂର୍ବତନ ରାଜ୍ୟପାଳ ଭାବରେ ସେ ପଦ ଓ ଗୋପନୀୟତାର ସାମ୍ବିଧାନିକ ଶପଥ ନେଇଛନ୍ତି ତେଣୁ ତାଙ୍କ କଥାକୁ ମାଦୀ ବିରୋଧୀ ଭଳି କହି ଉଡେଇ ଦେଇ ହେବ ନାଇଁ । ସତ୍ୟପାଲ ମଲ୍ଲିକ ୨୩, ଅଗଷ୍ଟ ୨୦୧୮ ରୁ ୩୦, ଅକ୍ଟୋବର ୨୦୧୯ ପର୍ଯନ୍ତ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ ଏହି ସମୟ ଖଣ୍ଡ କାଶ୍ମୀର ଇତିହାସ ପାଇଁ ବେଶହ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟପାଳ ଭାବରେ ସେ ଜାମ୍ମୁ କାଶ୍ମୀର ର ଶେଷ ବିଧାନସଭାକୁ ୨୧, ନଭେମ୍ବର, ୨୦୧୮ରେ ଭାଙ୍ଗି ଦେଇଥିଲେ ୧୪, ଫେବୃଆରୀ, ୨୦୧୯ରେ ତାଙ୍କ ଶାସନ ସମୟରେ ପୁଲୱାମା ବୋମା ବିଷ୍ଫୋରଣ ଘଟିଥିଲା , ଅଗଷ୍ଟ ୨୦୧୯ ଦିନ କାଶ୍ମୀରରୁ ଧାରା ୩୭୦ ହଟାଇ ଦିଆ ଯାଇ ଜାମ୍ମୁ କାଶ୍ମୀର ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରା ଯାଇଥିଲା ଏହି ସବୁ ସଂବେଦନଶୀଳ ଘଟନା ଘଟୁଥିବା ସମୟରେ ସତ୍ୟପାଲ ମଲ୍ଲିକ କାଶ୍ମୀରରେ ମୋଦୀ ସରକାରର ଦୂତ ଭାବରେ କାମ କରୁଥିଲେ ତେଣୁ ତାଙ୍କ କଥାକୁ ବିରୋଧୀ ମତ ବୋଲି ଅଣଦେଖା କରିହେବ ନାଇଁ

ସତ୍ୟପାଳ ମଲ୍ଲିକ ପାଞ୍ଚବର୍ଷରେ(୨୦୧୭-୨୦୨୨) ପାଞ୍ଚୋଟି ରାଜ୍ୟର ରାଜ୍ୟପାଳ ଦାୟିତ୍ଵ ତୁଲାଇଛନ୍ତି ତାଙ୍କ କଥାକୁ ଆଡେଇବାକୁ ଯାଇ ବିଜେପି ତାଙ୍କୁ ସହଜରେ ନିନ୍ଦିତ କରିପାରିବ ନାହିଁ ବିଜେପିର ଅନ୍ୟ ନେତାଙ୍କ ପରି ସେ ଡରିବା ଲୋକ ନୁହନ୍ତି । ତାଙ୍କ କଥାର ସତ୍ୟତା ଓ ଓଜନ ବିଜେପି ସରକାର ପାଇଁ ବିପଦ ସୃଷ୍ଟି କରିଛି