ମଣିପୁର ଭାରତରେ ଅଛି ବୋଲି ଆମେ ଭାବୁଛୁ ତ !!

ମଣିପୁର ଭାରତରେ ଅଛି ବୋଲି ଆମେ ଭାବୁଛୁ ତ !!

ଗତ ସାତ ସପ୍ତାହ ହେଲା ମଣିପୁର ଜଳୁଛି ପୂରା ରାଜ୍ୟରେ ଅରାଜକତା । ହାଣକାଟ ଓ ମାରପିଟ ରୋକିବାରେ ଆମର ସେନାବାହିନୀ ମଧ୍ୟ ସମର୍ଥ ହେଉନାହାନ୍ତି ସାତ ସପ୍ତାହ ହେଲା ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ପେଟ୍ରୋଲ –ଡିଜେଲ ମିଳୁନାହିଁ ଅତ୍ୟାବଶ୍ୟକ ଖାଦ୍ଯ ପଦାର୍ଥ ଓ ଔଷଧ ମଧ୍ୟ ମିଳୁନାଇଁ । ଲୋକେ ପୁଲିସ ଏବଂ ସେନାବାହିନୀର ବିଭିନ୍ନ ଶିବିରରୁ ଅସ୍ତ୍ରଶସ୍ତ୍ର ଛଡେଇ ନେଉଛନ୍ତି ପୁଲିସ, ସେନାବାହିନୀ, ଆସାମ ରାଇଫଲ୍ସ ଏବଂ ସାଧାରଣ ଲୋକଙ୍କୁ ମିଶାଇ ପ୍ରାୟ ଶହେ ଲୋକ ଏହି ହିଂସାରେ ପ୍ରାଣ ହରାଇଲେଣି । ବାସ୍ତବରେ ମୃତ୍ୟୁ ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି ଗତ ରବିବାର ଦିନ ପୁଲିସ ଉପସ୍ଥିତିରେ ପ୍ରାୟ ୨୦୦୦ ଲୋକ ଗୋଟେ ଆମ୍ବୁଲାନ୍ସକୁ ପୋଡି ଦେଇଛନ୍ତି ଏଥିରେ ଗୋଟେ ୭ ବର୍ଷର   ବାଳକ, ତା ମା ଏବଂ ଆଉ ଜଣେ ସମ୍ପର୍କୀୟ ଜୀଅନ୍ତା ପୋଡି ମରିଛନ୍ତି ହିଂସାର ଏ ଜଘନ୍ୟ ତାଣ୍ଡବ ରୋକିବାରେ ଭାରତ ସରକାର ଏବଂ ମଣିପୁର ସରକାରଙ୍କର କୌଣସି ଆଗ୍ରହ ଥିବା ପରି ଦେଖାଯାଉ ନାହିଁ ଜାତୀୟ ଗଣମାଧ୍ୟମରେ ମଣିପୁରକୁ ନେଇ ସେମିତି କିଛି ଚର୍ଚ୍ଚା ମଧ୍ୟ ନାହିଁ

ମଣିପୁରରେ ତଥାକଥିତ ଡବଲ ଇଞ୍ଜିନ ସରକାର ଚାଲିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରରେ ବିଜେପି ରହିଛି ହେଲେ ସାତ ସପ୍ତାହ ଧରି ଗୋଟେ ରାଜ୍ୟରେ ଅରାଜକତାର ଚରମ ଅବସ୍ଥା ଆମେ ଦେଖୁଛୁ । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ସଂଖ୍ୟାଗରିଷ୍ଠ “ମଇତେଇ” ଗୋଷ୍ଠୀର “ମଇତେଇ” ବନାମ “ନାଗା” ଏବଂ “କୁକି” ଜନଜାତି ଭିତରେ ଚାଲିଥିବା ଏହି ଭୟଙ୍କର ହିଂସାକାଣ୍ଡକୁ ରୋକିବାରେ ଭାରତ ସରକାରଙ୍କ ବିଫଳତାକୁ ନେଇ କେହି ପ୍ରଶ୍ନ ବି କରୁନାହାନ୍ତି

ପୂରା ରାଜ୍ୟ ଜଳିବାର ମାସେ ପରେ ଜଳିବା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ମଣିପୁର ଗସ୍ତରେ ଗଲେ ଜୁନ ପ୍ରଥମ ସପ୍ତାହରେ ମଣିପୁରରେ ହିଂସାକାଣ୍ଡ ଓ ଅମିତ ଶାହାଙ୍କୁ ଭବ୍ୟ ସ୍ଵାଗତ ସମାନ୍ତରାଳରେ ଚାଲିଥିଲା ଗୃହମନ୍ତ୍ରୀଙ୍କ ଗସ୍ତ ପରେ ହିଂସାକାଣ୍ଡ କମିବା ପରିବର୍ତୀ ଏବେ ଏହା ଉଗ୍ର ହେବା ଆରମ୍ଭ କରିଛି । ଭାରତ ସରକାର ଏକପ୍ରକାର ହାତ ବାନ୍ଧି ବସିଛନ୍ତି

ମଣିପୁର ମୁଖ୍ୟମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ଅପେକ୍ଷା ଏହାକୁ ଅଧିକ ଉଗ୍ର କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି ବୋଲି ମଣିପୁରର ନାଗରିକ ସମାଜ ଅଭିଯୋଗ କରୁଛନ୍ତି ସାତ ସପ୍ତାହ ଧରି ଆଇନ ଶ୍ରୁଙ୍ଖଳା ପରିସ୍ଥିତି ସମ୍ଭାଳିବାରେ ବିଫଳ ଜଣେ ବ୍ୟକ୍ତିଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରି ରଖିବା ଇ ସବୁଠୁ ବିସ୍ମୟକର ଘଟଣା

ପୂରା ଗୋଟେ ଭାରତୀୟ ରାଜ୍ୟ ଜଳୁଥିବା ବେଳେ, ଏହାକୁ ନେଇ ପ୍ରଧାନମନ୍ତ୍ରୀ ଗୋଟେ ଶବ୍ଦ ମଧ୍ୟ ଉଚ୍ଚାରଣ କରିନାହାନ୍ତି । ମଣିପୁର ଆମ ଦେଶର ଏକ ଐତିହ୍ୟ ସମ୍ପନ୍ନ ରାଜ୍ୟତାକୁ ସଂପୂର୍ଣ୍ଣ ଅଣଦେଖା କରି ମୋଦୀ ସରକାର ଦେଶକୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?