ଆଦାନୀ ମାମଲା : କେନ୍ଦ୍ର ସରକାରଙ୍କ ବନ୍ଦ ଲଫାପାକୁ ସୁପ୍ରିମ କୋର୍ଟଙ୍କ ନା

ଆଦାନୀ ମାମଲା : କେନ୍ଦ୍ର ସରକାରଙ୍କ ବନ୍ଦ ଲଫାପାକୁ ସୁପ୍ରିମ କୋର୍ଟଙ୍କ ନା

ସୁପ୍ରିମ କୋର୍ଟରେ କେନ୍ଦ୍ର ସରକାର ଆଦାନୀ ମାମଲାରେ ବିନଯୋଗକାରୀଙ୍କର ସ୍ଵାର୍ଥ ପାଇଁ କମିଟି ଗଠନ ପାଇଁ ବନ୍ଦ ଲଫାପାରେ ଦେଇଥିବା ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ କମିଟି ଗଠନରେ ସର୍ବୋଚ୍ଚ ଅଦାଲତ ସ୍ବଚ୍ଛତା ଅବଲମ୍ବନ କରିବେ । ଏଥିପାଇଁ ସରକାର ଦେଇଥିବା ବନ୍ଦ ଲଫାପାର ପ୍ରସ୍ତାବକୁ ଗ୍ରହଣ କରାଯାଇ ନାହିଁ । ତେବେ ଏହି ମାମଲାରେ "ସେବି" ଏବଂ ଅନ୍ୟାନ୍ୟ ନିୟାମକ ସଂସ୍ଥା ଭୁଲ କରିଛନ୍ତି ବୋଲି ଏବଠୁ କୁହା ଯାଇପାରିବ ନାହିଁ ବୋଲି ମୁଖ୍ୟବିଚାରପତି କହିଛନ୍ତି । କେନ୍ଦ୍ର ସରକାର ସଂସଦରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ମନା କରିଦେଇଥିଲେ ଓ ବିରୋଧୀ ଦଳ ଗୁଡିକ ଏହାର ତଦନ୍ତ ପାଇଁ ଯେଉଁ ସଂଯୁକ୍ତ ସଂସଦୀୟ କମିଟି କଥା ଉଠେଇଥିଲେ ତାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ସୁପ୍ରିମକୋର୍ଟ ରେ ଏହି ମାମଲାର ଶୁଣାଣୀ ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମ କୋର୍ଟର ଏକ କମିଟି ଏହାର ତଦନ୍ତ କରିବାକୁ ଚାହିଁଲେ ଏଥିପାଇଁ ଗୋପନୀୟ ଭାବରେ ସୁପ୍ରିମକୋର୍ଟଙ୍କୁ ଏକ ପ୍ରସ୍ତାବ ଦେବାକୁ କହିଥିଲେ । ସରକାରଙ୍କ ଦ୍ଵାରା ଗଠିତ କମିଟିରେ ସ୍ବଚ୍ଛତା ରହିବା ନାଇଁ ଓ ଏଥିରେ କିଛି ଲୁଚାଇବାର ନାହିଁ ବୋଲି ଆଜି କୋର୍ଟ ସ୍ପଷ୍ଟ କହିଛନ୍ତି ।