ରାହୁଲ ଗାନ୍ଧୀଙ୍କ ପାଇଁ ବିଜେପିର ମାଗଣା ପ୍ରଚାର !!

ରାହୁଲ ଗାନ୍ଧୀଙ୍କ ପାଇଁ ବିଜେପିର ମାଗଣା ପ୍ରଚାର !!

ରାଜନୀତିରେ ବିରୋଧ ମଧ୍ୟ ବିଜ୍ଞାପନର କାମ କରିଥାଏ । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜିର ତାରିଖରେ ସବୁଠୁ ଅଧିକ ଚର୍ଚ୍ଚିତ ଏବଂ ପୂରା ଗଣମାଧ୍ୟମରେ ତାଙ୍କର ଛବି ଛାଇକି ରହିବାର ଏକମାତ୍ର କାରଣ ହେଉଛି, ଶାସକ ଦଳ ବିଜେପି ଏବେ ରାହୁଲଙ୍କ ଦ୍ଵାରା ଏକପ୍ରକାର ଆକ୍ରାନ୍ତ ଇତିହାସରେ ପ୍ରଥମ ଥର ଲାଗି ଶାସକ ଦଳ ସପ୍ତାହେ ରୁ ଅଧିକ କାଳ ସଂସଦ ଚଳାଇ ଦେଉନାହିଁ ରାହୁଲ ଗାନ୍ଧୀ କ୍ଷମା ମାଗିଲେ ଯାଇ ସଂସଦ ଚାଲିବ ବୋଲି ବିଜେପି କହୁଛି ତେବେ ରାହୁଲ ଗାନ୍ଧୀ କାହିଁକି ଓ କାହାକୁ କ୍ଷମା ମାଗିବେ ? ସଂସଦରେ ତାଙ୍କ ବିରୋଧରେ ବିଜେପି ଅଭିଯୋଗ କରିଛି ସେହି ଅଭିଯୋଗ ଆଧାରରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ବୋଲି ଘୋଷଣା କରି ଦିଆଆଯାଇ ପାରିବ କି ? ରାହୁଲଙ୍କ ବିରୋଧରେ ବିଜେପି ଯେଉଁ ଅଭିଯୋଗ ଆଣିଛି, ତାର ଉତ୍ତର ସେ ରଖିବାର ସୁଯୋଗ ପାଇଲେଣି କି ? ଯେହେତୁ ରାହୁଲ ନିଜ ପକ୍ଷ ରଖିବାର ସୁଯୋଗ ପାଇନାହାନ୍ତି, ତେଣୁ ତାଙ୍କୁ ବହିସ୍କାର କରିବାର ସୁଯୋଗ ବାଚସ୍ପତିଙ୍କ ପାଖରେ ମଧ୍ୟ ନାହିଁ ତାଙ୍କ ବିରୋଧରେ କିଛି ବି କାର୍ଯାନୁଷ୍ଠାନ ନେବାକୁ ହେଲେ ତାଙ୍କର ସ୍ପଷ୍ଟୀକରଣ ଶୁଣିବା ନିହାତି ଜରୁରୀ । ବିଜେପି ଲାଗି ସବୁଠୁ ବଡ ସମସ୍ୟା ହେଲା, ରାହୁଲ ଗାନ୍ଧୀ ଅଭିଯୋଗ କରି ଚୁପ ହୋଇ ବସିନାହାନ୍ତି ସେ ବାରମ୍ବାର ନିଜ କଥାକୁ  ଦୋହରାଇ ଚାଲିଛନ୍ତି । ଅର୍ଥାତ ସେ ନିଜ କଥାରେ ଅଟଳ ରହିଛନ୍ତି, ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ

ଏବେ ବିଜେପି ଏଇ ପ୍ରସଙ୍ଗକୁ ଏମିତି ଅବସ୍ଥାକୁ ନେଇ ଆସିଛି ଯେ ସେଥିରୁ ଫିଟିବାର ବାଟ ଆଉ ନାହିଁ ସଂସଦ ଚଳାଇବାକୁ ହେଲେ ରାହୁଲଙ୍କୁ କ୍ଷମା ମାଗିବାକୁ ପଡିବ, ଯାହା ସେ ଆଦୌ କରିବେ ନାଇଁ । ବିଜେପିର ସମ୍ମାନ ବଞ୍ଚାଇବାକୁ ରାହୁଲଙ୍କୁ ହୁଏତ ସସପେଣ୍ଡ କରିବାକୁ ବାଚସ୍ପତିଙ୍କ ଉପରେ ଚାପ ପଡିବ ଏହା ରାହୁଲଙ୍କୁ ଅଧିକ ଲୋକପ୍ରିୟତା ଦେବ ଏବଂ ଗଣତନ୍ତ୍ର ଏ ଦେଶରେ ସଙ୍କଟରେ ଅଛି ବୋଲି ରାହୁଲ ଯାହା କହିଛନ୍ତି, ତାହା ପୁଣିଥରେ ପ୍ରମାଣିତ ହୋଇଯିବ ।

ଇତି ମଧ୍ୟରେ ବିଜେପିର ରାହୁଲ ବିରୋଧୀ ଅଭିଯାନ ଶୀର୍ଷରେ ପହଞ୍ଚିଛି ଏକଦା ତାଙ୍କୁ “ପପ୍ପୁ” ବୋଲି କହି ଟ୍ରୋଲ କରୁଥିବା ବିଜେପି ଏଇ କିଛିଦିନ ହେଲା ତାଙ୍କ ବିରୋଧରେ ନିଜର ସବୁ ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରୁଛି ରାହୁଲଙ୍କ ବିରୋଧରେ ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସାଧାରଣ ସଭାରେ ଭାଷଣ ଦେଉଛନ୍ତିମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ ପାଣି ପିଇ ପିଇ ରାହୁଲଙ୍କୁ ଗାଳି ଦେବାକୁ ନିଜର ସବୁଠୁ ବଡ କର୍ତ୍ତବ୍ୟ ବୋଲି ଧରି ନେଇଛନ୍ତିବିଜେପିର ଏହି ବିରୋଧ ଅଭିଯାନ ରାହୁଲଙ୍କ ଛବିକୁ ଅଧିକ ଉଜ୍ଜଳ କରୁଛି । ବିଜେପି ପଇସାରେ ରାହୁଲଙ୍କ ପ୍ରଚାର ହେଉଛି ଏବଂ ବିଜେପି ନିଜ ଜାଲରେ ନିଜେ ଫସିଯାଇଛି

ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବାରେ କିଛି ଅସୁବିଧା ନଥିଲା। ଏହାକୁ ସଂସଦକୁ ନେଇ ଆସିବା ବିଜେପି ପାଇଁ ମହଙ୍ଗା ପଡିଛି ସଂସଦ ଚଳାଇବାର ଦାୟିତ୍ଵ ସରକାରଙ୍କର । ରାହୁଲ ଗାନ୍ଧୀଙ୍କ ଲାଗି ସଂସଦ ଅଚଳ କଲେ ଏଥିରେ କଂଗ୍ରେସର କ୍ଷତି ତ ହେବାର ନାଇଁ, ଓଲଟି ଏହା ସରକାର ଓ ସରକାରୀ ଦଳକୁ ଏକଛତ୍ରବାଦୀ ବୋଲି ବାରତା ଦେବ