ସମଦୂରତା, ବିଜେଡ଼ିର ଲାଭଜନକ ଖେଳ

ସମଦୂରତା, ବିଜେଡ଼ିର ଲାଭଜନକ ଖେଳ

ଓଡିଶା ରାଜନୀତିରେ ସମଦୂରତା ଶବ୍ଦର ଯଥେଷ୍ଟ ଗୁରୁତ୍ଵ ରହିଛିଗତ ଦଶବର୍ଷ ହେଲା, ଏଇ ଶବ୍ଦକୁ ଓଡିଶାର ଶାସନ ଦାୟିତ୍ବରେ ଥିବା ବିଜୁ ଜନତା ଦଳ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବ୍ୟବହାର କରୁଛି। ପ୍ରସଙ୍ଗଟି ହେଲା କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ରାଜନୀତିରେ ବିଜେଡ଼ିର ସ୍ଥିତି। ୧୯୯୮ ରୁ ୨୦୦୯, ଏଗାର ବର୍ଷ ବିଜେଡି ଭାରତୀୟ ଜନତା ପାର୍ଟି ବା ବିଜେପିର ସହଯୋଗୀ ଭାବରେ ରହିଆସିଥିଲା। ଆପାତତଃ କେନ୍ଦ୍ରରେ ଏହା ବିଜେପିର ସାନଭାଇ ଓ ରାଜ୍ୟରେ ବଡଭାଇର ଦ୍ଵୈତ ଭୂମିକା ତୁଲାଇବାରେ ବେଶ ସଫଳ ହୋଇଥିଲା। ତେବେ ୨୦୦୮ କନ୍ଧମାଳ ଦଙ୍ଗା ପରେ ବିଜେଡି ବିଜେପିର ହାତ ଛାଡି ଆପଣା ଶିଙ୍ଗରେ ମାଟି ତାଡିବାର ନିଷ୍ପତ୍ତି ନେଇଥିଲା ଓ ତାହାର ସୁଫଳ ମଧ୍ୟ ପାଇଥିଲା। ଆଜି ଓଡିଶାରେ ବିଜେଡି ସଫଳତା ଓ ଲୋକପ୍ରିୟତା ଦୃଷ୍ଟିରୁ ଅପ୍ରତିଦ୍ବନ୍ଦ୍ବୀ ବୋଧେ ଏହା ଏକପ୍ରକାର ନିର୍ବିକଳ୍ପ ଅବସ୍ଥା କୁ ଚାଲିଆସିଛିନବୀନ ପଟ୍ଟନାୟକଙ୍କ ନେତୃତ୍ବର ବିକଳ୍ପ କଥା ୧୯ ବର୍ଷର ଶାସନ ପରେ ମଧ୍ୟ ଲୋକ ଚିନ୍ତା କରୁନାହାନ୍ତିଏହା ବୋଧହୁଏ ଭାରତୀୟ ରାଜନୀତିର ଏକ ବିଶାଳ ବିସ୍ମୟ!!

ତେବେ ବିଜେପିଠୁ ଅଲଗା ହେବାପରେ ବିଜେଡି, କେନ୍ଦ୍ର ଶାସନର ଦୁଇ ପ୍ରମୁଖ ଦାବୀଦାର ଦଳ, କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଅବଲମ୍ବନ କରୁଥିବାର ଖବର ଆମେ ଜାଣିଛୁତେବେ ଏ ସମଦୂରତା ଟି କଣ, ତାର ରୂପଭେକ କେମିତି ଓ ଏହାର ପରିଣତି କଣ, ସେ ବିଷୟରେ ଖୁବ କମ ଆଲୋଚନା ଆମର ହୁଏଆପାତତଃ ଗୋଟେ କଥା କୁହାଯାଇପାରେ ଯେ, କଂଗ୍ରେସ ସହିତ ବିଜେଡ଼ିର ଦୂରତ୍ଵ ଅତ୍ୟନ୍ତ ସ୍ପଷ୍ଟକଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାରର କୌଣସି ନୀତିଗତ ବା ରାଜନୈତିକ ନିଷ୍ପତ୍ତିକୁ ବିଜେଡ଼ି ସମର୍ଥନ କରିନାହିଁରାଷ୍ଟ୍ରପତି ନିର୍ବାଚନରେ ବିଜେଡି କଂଗ୍ରେସ ପ୍ରାର୍ଥୀ ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀଙ୍କ ସପକ୍ଷରେ ଭୋଟ ଦେଇନଥିଲା। ସଂସଦରେ କଂଗ୍ରେସ ବିରୋଧରେ ବିଜେଡି ସବୁବେଳେ ମୁଖର ଭୂମିକା ନେଇଆସିଥିଲା। କଂଗ୍ରେସ ସହିତ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେଡ଼ିର ବିରୋଧ ରହିଥିବାବେଳେ, ବିଜେପି ସହିତ ବିଜେଡ଼ିର ସମ୍ପର୍କ ସବୁବେଳେ ନରମ ଗରମ ରହିଆସିଛି। ତେଣୁ ସମଦୂରତା ଏ କ୍ଷେତ୍ରରେ କେବଳ ଏକ କୂଟନୈତିକ ଶବ୍ଦ ମାତ୍ର।

ବିଜେଡି ର ବିଜେପି ପ୍ରତି ରହିଥିବା ନରମ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ଓଡିଆ ଟେଲିଭିଜନ ଚ୍ୟାନେଲ ଗୁଡିକରେ ପାଟିଗୋଳ କରୁଥିବା ବିଜେଡି-ବିଜେପି ନେତାମାନେ କେବଳ ମୁଖା। ଅସଲ ମୁହଁ ଟି ଏମାନଙ୍କ ବନ୍ଧୁତ୍ଵରସମଦୂରତାର ଏକ କୂଟନୈତିକ ପରିଧି ରହିଛିଏହି ପରିଧିରେ ରାଜ୍ୟର ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଚିତପଟାଙ୍ଗ କରାଇବାର ଚମତ୍କାର କୌଶଳ ପ୍ରୟୋଗ କରାଯାଏବିଜେପି ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡିଶା ଆସିଲେ ନବୀନ ସରକାରକୁ ସାଧାରଣ ସଭାମାନଙ୍କରେ କଡା ଭାଷାରେ ଆଲୋଚନା କରନ୍ତି, ହେଲେ ଘରକୁ ଫେରି ନବୀନଙ୍କୁ ଫୋନ ଯୋଗେ ବଡ ମଧୁର ବଚନ କୁହନ୍ତି। ରାଜ୍ୟସଭାରେ ବିଜେଡ଼ିର ସମର୍ଥନ ବିଜେପି ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ହୋଇଥିବାରୁ ମୋଦୀ ସରକାର ଓ ନବୀନ ସରକାର ଭିତରେ ଭଲ ଭିତିରି ସମ୍ପର୍କ ରହିଆସିଛି- ରହିବାକୁ ବାଧ୍ୟ 

ଏଇ ଉଭୟ ଦଳର ସମର୍ଥକ ଯେତେବେଳେ ବାଡିଆପିଟା ହୁଅନ୍ତି, ସେତେବେଳେ ଦୃଶ୍ୟଟି ଅତ୍ୟନ୍ତ ଦୟନୀୟ ଲାଗେ। ନବୀନଙ୍କ ପ୍ରତି ମୋଦୀ-ଶାହାଙ୍କ ପ୍ରେମ  ବିଷୟରେ ସମସ୍ତେ ଜାଣନ୍ତି, ହେଲେ ରାଜନୀତିରେ ଗୋଟେ ଛଳ ନାଟକ ଅବ୍ୟାହତ ଥାଏନବୀନ ଗତ ଚାରିବର୍ଷ ଭିତରେ କେବେ ହେଲେ ମୋଦୀ ସରକାରର କୌଣସି ନୀତିଗତ ନିଷ୍ପତ୍ତିର ବିରୋଧ କରିନାହାନ୍ତିଜମି ଅଧିଗ୍ରହଣ ବିଲ, ବିମୂଦ୍ରାକରଣ, ସର୍ଜିକାଲ ଷ୍ଟ୍ରାଇକ, ଲୋକସଭା ଓ ବିଧାନସଭା ଲାଗି ସମାନ ସମୟରେ ନିର୍ବାଚନ ଭଳି ପ୍ରସଙ୍ଗରେ ବିଜେଡି ବିଜେପି ସରକାରକୁ ପୂର୍ଣ୍ଣ ସମର୍ଥନ ଦେଇଛିସେହିପରି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ, ଦ୍ରୌପଦୀ ମୁର୍ମୁ ଓ ଉପ ରାଷ୍ଟ୍ରପତି ପଦ ଲାଗି ଲାଗି ମଧ୍ୟ ବିଜେଡି ବିଜେପି କୁ ଅକୁଣ୍ଠ ସମର୍ଥନ ଦେଉଛି

ଏପଟେ ରାଜ୍ୟରେ ବିଜେପି ବିଜେଡି କଳି ଚରମ ଅବସ୍ଥାରେ ରହିଥିବାବେଳେ କେନ୍ଦ୍ରରେ ଉଭୟ ଦଳର କୋଳାକୋଳି, ବେଶ ମନୋରଞ୍ଜକ ଲାଗୁଛି। ବେଳେ ବେଳେ ରାଜ୍ୟ ବିଜେପି ନେତାମାନଙ୍କ ଅସହାୟତା ଦେଖି ଦୟା ମଧ୍ୟ ଲାଗୁଛି। ସବୁକଥାରେ ନବୀନଙ୍କୁ ଗାଳି କରୁଥିବା ବିଜେପି ନେତାଏ ଯେତେବେଳେ ତାଙ୍କର କେନ୍ଦ୍ରୀୟ ନେତାମାନଙ୍କୁ ନବୀନଙ୍କ ସହ ମଧୁର ଆଳାପରେ ମଗ୍ନ  ଥିବାର ଦେଖୁଛନ୍ତି, ସେତେବେଳେ ସେମାନଙ୍କ ମାନସିକ ଅବସ୍ଥା ଯେ କଣ ହେଉଥିବା, ତାହା ବେଶ ଚିନ୍ତାର ବିଷୟ।

୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ନିର୍ଣ୍ଣାୟକ ହୋଇଛି। ତେଣୁ ଉଭୟ କଂଗ୍ରେସ ଓ ବିଜେପି ନବୀନଙ୍କ ଦଳକୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତିନାହିଁ। ତେଣୁ ସମଦୂରତାର କୂଟନୈତିକ ଖେଳରେ ବିଜେଡି ଏବେ ବେଶ ସୁବିଧାଜନକ ସ୍ଥିତିରେ ରହିଛି। କେନ୍ଦ୍ରରେ ଯିଏ ବି ଜିତୁ, ସରକାର ଗଠନବେଳେ ବା ସଂସଦ ଚଳାଇବାରେ ବିଜେଡିର ସହାୟତା ନିହାତି ଜରୁରୀ। ତେଣୁ ଓଡିଶା ରାଜନୀତିରେ ସମଦୂରତାର ଅର୍ଥ ହେଉଛି, ହେଡ ପଡିଲେ ମୋର, ଟେଲ ପଡିଲେ ମଧ୍ୟ ମୋର ଲାଭ!!