ଡିଏନ ଗୃପ, ଆୟକର ଚଢାଉ ଓ ଗଣମାଧ୍ୟମର ରାଜନୀତି

ଡିଏନ ଗୃପ, ଆୟକର ଚଢାଉ ଓ ଗଣମାଧ୍ୟମର ରାଜନୀତି

ଡିଏନ ଗୃପ, ଏ ନାଁଟି ସହିତ ଓଡିଶାର ଜନ ସାଧାରଣ ଗତ ଦଶ ଦିନ ଭିତରେ ବେଶ ପରିଚିତ ହୋଇଯାଇଛନ୍ତି ଖବର କାଗଜ, ଟେଲିଭିଜନ ଏବଂ ସୋସିଆଲ ମିଡିଆରେ ଡିଏନ ଗୃପକୁ ନେଇ ଅନବରତ ଖବର, ଚର୍ଚ୍ଚା ଓ ବିତର୍କ ଜାରି ରହିଛି ଦଶ ଦିନ ଆଗରୁ ଏହି କମ୍ପାନୀ ଗୃହ ନିର୍ମାଣ, ଶିକ୍ଷା ଓ ହୋଟେଲ ବ୍ୟବସାୟ କ୍ଷେତ୍ରରେ ପରିଚିତ ଥିଲା, ହେଲେ ଆଜି ଏହା ଘରେ ଘରେ ପରିଚିତ ହୋଇଛି ଭିନ୍ନ କାରଣରୁ କେନ୍ଦ୍ର ସରକାରଙ୍କର ଆୟକର ବିଭାଗ ଡିଏନ ଗୃପର ବିଭିନ୍ନ କାର୍ୟାଳୟ ଓ ବିଭିନ୍ନ ପଦାଧିକାରୀଙ୍କ ଗୃହ ଉପରେ ଚଢାଉ କରିବାର ଖବରକୁ ନେଇ ଓଡିଶାର ଗଣମାଧ୍ୟମ ମାତ୍ରାଧିକ ଉତ୍ସାହୀ ହୋଇ ପଡିଛନ୍ତି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢାଉ ଏକ ସାଧାରଣ ବ୍ୟାପାର ହୋଇଥିବା ବେଳେ ଏହାକୁ ନେଇ ଗଣମାଧ୍ୟମରେ ଏମିତି ଚର୍ଚ୍ଚା ଚାଲିଛି ସତେ ଯେମିତି ଡିଏନ ଗୃପ ପାଖରେ ଓଡିଶାର ସବୁ ସମ୍ପତ୍ତି ଠୁଳ ହୋଇଛି ଆୟକର ବିଭାଗର ଚଢାଉ ପରେ ତଥ୍ୟ ଅପେକ୍ଷା ଗଣମାଧ୍ୟମରେ ଆମେ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ପାଉଛୁ । ଏ ସମ୍ପର୍କରେ ଗଣମାଧ୍ୟମ ତଥ୍ୟ ଅପେକ୍ଷା ଗାଲୁଗପ ଶୁଣାଇ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି

ଏହିସବୁ ଗାଲୁଗାପକୁ ନେଇ କିଛି କଥା ଜାଣିବା ଜରୁରୀ –

୧. ପ୍ରଥମେ ଡିଏନ ଗୃପର ଜଣେ ସାଧାରଣ କର୍ମଚାରୀଙ୍କ ଘରୁ ପ୍ରାୟ ତିରିଶ କୋଟି ଟଙ୍କାର ନଗଦ ଜବତ ହୋଇଛି ବୋଲି ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଲା ତେବେ ଏହି କର୍ମଚାରୀମାନେ ପରବର୍ତ୍ତୀ ସମୟରେ କମ୍ପାନୀର ନିର୍ଦ୍ଦେଶକ ବୋଲି ଜଣାପଡିଥିଲା । ଜବତ ହୋଇଥିବା ଟଙ୍କାର ପରିମାଣ ୩୦ କୋଟି ନୁହଁ ବରଂ ୯ କୋଟି ବୋଲି ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଗଲା

୨. ୩୦ କୋଟି ଟଙ୍କା ହଠାତ ୯ କୋଟି  ହୋଇଗଲା କେମିତି ବୋଲି ଗଣମାଧ୍ୟମରେ ଆଉ ଏକ ନୂଆ କାହାଣୀ ଆମେ ଶୁଣିଲୁ । ବାସ୍ତବରେ ଜବତ ହୋଇଥିବା ଟଙ୍କାର ପରିମାଣ ବିଷୟରେ ଗଣମାଧ୍ୟମକୁ କେହି କିଛି କହିନଥିଲେ ଏହା ଏକ କାଳ୍ପନିକ ସଂଖ୍ୟା ଥିଲା ଓ ସେହି କାଳ୍ପନିକ ସଂଖ୍ୟା ଧାରା ପଡିଯିବା ପରେ ଗଣମାଧ୍ୟମ ପୁଣି ନୂଆ କାହାଣୀ ଗଢିବା ଆରମ୍ଭ କରିଥିଲା ।

୩. ଜବତ ହୋଇଥିବା ନଗଦ ଭିତରେ ଏକ କୋଟି ମୂଲ୍ୟର ଜାଲି ନୋଟ ରହିଥିଲା ବୋଲି ଆଉ ଏକ ଚାଞ୍ଚଲ୍ୟକର ଖବର କେତୋଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରକାଶ କରିଥିଲେ । ଜାଲି ନୋଟ କାରବାର ଏକ ସଙ୍ଗୀନ ଅଭିଯୋଗ ସେମିତି କିଛି ଘଟିଥିଲେ ଏହାକୁ ତୁରନ୍ତ ପୁଲିସକୁ ଅନୁସନ୍ଧାନ ପାଇଁ ଦିଆଯାଇଥାନ୍ତା ଓ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରାଯାଇଥାନ୍ତା ।  ତେଣୁ ଏ ସମ୍ପର୍କିତ ଖବର ମଧ୍ୟ ଗଣମାଧ୍ୟମର ଏକ ଗାଲୁଗପ ଥିଲା

୪. ଆୟକର ବିଭାଗର ଚଢାଉ ପଛରେ କରଫାଙ୍କି ଅପେକ୍ଷା ରାଜନୀତିର ପ୍ରଭାବ ଯେ କେତେ ଅଧିକ ତାହା ଜାଣିବା ଜରୁରୀ ଡିଏନ ଗୃପର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ ଶାସକ ବିଜେଡି ଦଳର ଜଣେ ସଭ୍ୟ ଓ ସେ କେନ୍ଦ୍ରାପଡା ଲୋକସଭା ଆସନ ଲାଗି ଆଶାୟୀ ପ୍ରାର୍ଥୀ ବୋଲି ଗତ କିଛି ବର୍ଷ ହେଲା ଚର୍ଚ୍ଚା ଚାଲିଥିଲା କେନ୍ଦ୍ରାପଡାରେ ବିଜେପିର ପ୍ରାର୍ଥୀ ଏହାକୁ ନେଇ ଆତଙ୍କିତ ହେବା ସ୍ଵାଭାବିକ । ଆୟକର ଚଢାଉ ପରେ କେନ୍ଦ୍ରାପଡାର ପୂର୍ବତନ ସାଂସଦଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ଏ ପ୍ରସଙ୍ଗରେ ସବୁଠୁ ଅଧିକ ଗାଲୁଗପ ପ୍ରଚାର କରିବା ଆରମ୍ଭ କରିଥିଲା ।

୫ ଗୋଟେ ପକ୍ଷରେ ବିଜେପି ତରଫରୁ ଜଗଦୀଶ ନାୟକଙ୍କ ଉପରେ ଆକ୍ରମଣ ଅବ୍ୟାହତ ରହିଥିବା ବେଳେ ବିଜେଡ଼ିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟ ଏହି ଆକ୍ରମଣରେ ଅସ୍ଵାଭାବିକ ଭାବରେ ସାମିଲ ହୋଇଛନ୍ତି ଏହା ପୂର୍ବରୁ “ବଣିକ” ଭଳି କିଛି ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗର ଚଢାଉ ବେଳେ ଆମ ଗଣମାଧ୍ୟମ ପ୍ରାୟତଃ ଚୁପ ଥିବା ବେଳେ ଡିଏନ ଗୃପ ବେଳକୁ ମାତ୍ରାଧିକ ସକ୍ରିୟ ହେବା ଆଶ୍ଚର୍ୟକର ମନେ ହେଉଛି ।

୬.. ଆୟକର ଚଢାଉ ଓ ଟିକସ ଫାଙ୍କି ଫୌଜଦାରୀ ଅପରାଧ ନୁହେଁ ଆୟକର ବିଭାଗ ଟିକସ ଫାଙ୍କି ଅଭିଯୋଗ ଆଣିଲା ପରେ ଅଭିଯୁକ୍ତ କରଦାତା ଏହା ବିରୋଧରେ ବିଭିନ୍ନ ଟ୍ରିବ୍ୟୁନାଲ ଏବଂ ଅଦାଲତରେ ଅପିଲ କରିପାରିବେ ସୁପ୍ରିମକୋର୍ଟ ରେ ଏହାର ଚୂଡାନ୍ତ ଫଇସଲା ହେବ । ଅନେକ ସମୟରେ ଆୟକର ବିଭାଗ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ବୈଧାନିକ ଭାବରେ ଆପୋଷ ବୁଝାମଣାର ସମ୍ଭାବନା ମଧ୍ୟ ରହିଛି ଏହା ଏକ ଜଟିଳ ଓ ଦୀର୍ଘ ଆଇନଗତ ପ୍ରକ୍ରିୟା । ତାକୁ ନବୁଝି ଗଣମାଧ୍ୟମରେ ଆମର ସାମ୍ବାଦିକମାନେ ହଠାତ ବିଚାରପତି ସାଜି ଜଗଦୀଶ ନାୟକଙ୍କୁ ପଳାତକ ଓ ଅପରାଧୀ ବୋଲି ଘୋଷଣା କରି ସାରିଛନ୍ତି ।  

୭ ରାଜନୈତିକ ଅଭିଳାଷ ଓ ପ୍ରତିଯୋଗିତା ପାଇଁ ଏଠି ସତ୍ୟ ତଥା ତଥ୍ୟକୁ ବଳି ପକାଇ ଗଣମାଧ୍ୟମକୁ ମୋହରା ଭାବରେ ବ୍ୟବହାର କରାଯାଉଛି

ବ୍ୟବସାୟ କରିବା ପାପ ନୁହେଁ, କିନ୍ତୁ ବ୍ୟବସାୟ ନାମରେ କର ଫାଙ୍କିବା ମଧ୍ୟ ନୈତିକତା ନୁହେଁ ଡିଏନ ଗୃପ ଯଦି କର ଫାଙ୍କିଥାନ୍ତି ତାଙ୍କଠାରୁ ଏଥିପାଇଁ ଯଥା ସମୟରେ ଜରିମାନା ଆଦାୟ ହେବ । ତେବେ ଏହା କୌଣସି ଅପରାଧୀ ମାମଲା ନୁହେଁ