ଦ ଜେଙ୍ଗାବୁରୁ କର୍ସ : ଗୋଟିଏ ଦିନରେ କୋଟିଏ ଦର୍ଶକ

ଦ ଜେଙ୍ଗାବୁରୁ କର୍ସ : ଗୋଟିଏ ଦିନରେ କୋଟିଏ ଦର୍ଶକ

ଗତକାଲି ସୋନି ଲିଭ ଆପ ରେ ନୀଳମାଧବ ପଣ୍ଡାଙ୍କର ଆଗାମୀ ୱେବ ସିରିଜ “ଦ ଜେଙ୍ଗାବୁରୁ କର୍ସ”ର ଟିଜର ମୁକ୍ତିଲାଭ କରିବା ପରେ ଏହାକୁ ଅଭୂତପୂର୍ବ ଦର୍ଶାକୀୟ ସଫଳତା ପାଇଛି । ଏହା ରିଲିଜ ହେବାର ମାତ୍ର 24 ଘଣ୍ଟା ମଧ୍ୟରେ  ୟୁଟ୍ୟୁବରେ ଏହାକୁ ପ୍ରାୟ ୯୦ ଲକ୍ଷ ଦର୍ଶକ ଦେଖିସାରିଛନ୍ତି । ଫେସବୁକ, ଇଂଷ୍ଟାଗ୍ରାମ ଏବଂ ଟ୍ଵିଟରକୁ ମିଶାଇ ଏହାର ଦର୍ଶକ ସଂଖ୍ୟା ଗତ ୨୪ ଘଣ୍ଟାରେ ୧.୨୫ କୋଟିରେ ପହଞ୍ଚି ସାରିଛି । ଏହି ସିରିଜ ଆସନ୍ତା ଅଗଷ୍ଟ ୯ ତାରିଖରେ ମୁକ୍ତିଲାଭ କରିବା ପୂର୍ବରୁ ଏହାକୁ ନେଇ ଯେଉଁ ଉତ୍କଣ୍ଠା ସୃଷ୍ଟି ହୋଇଛି, ତାହା ଓଟିଟି ଇତିହାସରେ ଏକ ବିରଳ ସଫଳତା ବୋଲି କୁହାଯାଇପାରେ ।  ଓଡ଼ିଶାରେ ବେଆଇନ ଖଣି ଖନନକୁ ଆଧାର କରି ଏହି ଓ୍ବେବ୍ ସିରିଜ୍ ର ପରିକଳ୍ପନା କରାଯାଇଛି। ଚୋରା ଖଣି କାରବାର, ଖଣି ମାଫିଆଙ୍କ ବିରୋଧରେ ଆଦିବାସୀ ଜୀବନର ସଙ୍ଘର୍ଷ ଏବଂ ସାମାଜିକ ନ୍ୟାୟର ଲଢେ଼ଇ ଏହାର ମୁଖ୍ୟ କଥାବସ୍ତୁ। ଓଡ଼ିଶାର କେନ୍ଦୁଝର, କୋଣାର୍କ, ଭୁବନେଶ୍ୱର ସମେତ ଇଂଲଣ୍ଡ ଓ ମିଆମାର୍ ରେ ଏହି ସିରିଜ୍ ର ସୁଟିଂ କରାଯାଇଛି।