ଋକ୍
କେବେ ମହକି ଥିଲି
କେବେ ମୁକ୍ତାମୟ ହେଲେ ସମୁଦ୍ର
କେବେ ଓଠରେ
ଉଚ୍ଚାରିତ ହୋଇଥିଲା
ପ୍ରଥମ ଗୀତ ?
ଆକାଶକୁ ଲହଁପି ଯାଇଥିବା ଡାଳରେ
ବାଂଧିବାର ଥିଲା ବସା,
ଫଡ଼ଫଡ଼ ଡେଣାରୁ
ଶୁଭି ଆସୁଥିଲା ଶେଷଧାଡ଼ି କବିତା
କେବେ ?
ମହକ ,ନାଭିର କସ୍ତୁରୀରୁ ,
ଫେଣ ସମୁଦ୍ରରୁ ଜୀବନ୍ମୟ
ତାମୁଳ ଓଠର ସ୍ଫୁରଣ ,
ପ୍ରଳମ୍ବିତ ଡାଳର ଚୂଳରେ
ଶବ୍ଦର ମହୁମୟ ଫେଣା
ନୀଡ଼ଟିଏ
କବିତାର କୁଟାକାଠିକୁ ଧରି
ପ୍ରବୋଧିତ ,ଉଚ୍ଚାଟିତ
ଋତମୟ ଓ ସଂଯୋଜିତ ,
କବିତା
ମୋର ପ୍ରାଣର ପୁଲକ
କବିତା
ମୋର ପ୍ରେମର ମହକ ।