କଳା କମ୍ପାନୀ ଜରିଆରେ ଆଦାନୀରେ ଲାଗିଥିବା କୋଡିଏ ହଜାର କୋଟି ଟଙ୍କା କାହାର ??

କଳା କମ୍ପାନୀ ଜରିଆରେ ଆଦାନୀରେ ଲାଗିଥିବା କୋଡିଏ ହଜାର କୋଟି ଟଙ୍କା କାହାର ??

ଲୋକସଭାରୁ ବରଖାସ୍ତ ହେବା ପରେ ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରକୁ ଅତି ସ୍ପଷ୍ଟ ଭାଷାରେ ଘେରିଛନ୍ତି । ଲୋକସଭାରୁ ତାଙ୍କୁ ବରଖାସ୍ତ କରାଯିବା ପରେ ଆଜି ଦୃଢତାର ସହିତ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଏକମାତ୍ର ପ୍ରଶ୍ନ ପଚାରିଛନ୍ତି- ବିଭିନ୍ନ କଳା କମ୍ପାନୀ ଜରିଆରେ ଆଦାନୀରେ ଲାଗିଥିବା କୋଡିଏ ହଜାର କୋଟି ଟଙ୍କା କାହର । ଆଜି ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଥିଲେ –

  • ଆଦାନୀ-ମୋଦୀ ସମ୍ପର୍କରେ ତଥ୍ୟପୂର୍ଣ୍ଣ ପ୍ରଶ୍ନ ପଚାରିଥିବାରୁ ତାଙ୍କୁ ମୋଦୀ ସରକାର ସଂସଦରେ କୁହାଇ ନ ଦେବାର ଷଡଯନ୍ତ୍ର କରିଛି ।
  • ଲୋକସଭାରେ ତାଙ୍କ ନାଁରେ ମିଛ କହିଥିବା ମନ୍ତ୍ରୀମାନଙ୍କୁ ଉତ୍ତର ରଖିବାର ଅଧିକାର ରାହୁଲଙ୍କର ରହିଥିବା ବେଳେ ଲୋକସଭା ବାଚସ୍ପତି ତାଙ୍କୁ ସେହି ଅଧିକାରରୁ ବଞ୍ଚିତ କରିଥିଲେ ।
  • ମାନହାନୀ ମକଦ୍ଦମାର ରାୟ ସମ୍ପର୍କରେ ସେ ଆଇନଗତ ପଦକ୍ଷେପ ନେବେ ଓ ଏ ସମ୍ପର୍କରେ ତାଙ୍କର କିଛି କହିବାର ନାହିଁ ।
  • ଜେଲ ଦଣ୍ଡ, ସଂସଦ ସଭ୍ୟ ପଦରୁ ବହିସ୍କାର ଭଳି ଆଉ ଯାହା କଲେ ବି ସେ ଦେଶର ଗଣତନ୍ତ୍ର ବଞ୍ଚାଇବାକୁ ବାରମ୍ବାର ସତ କହିବେ ବୋଲି ରାହୁଲ କହିଥିଲେ
  • କିଛି ସାମ୍ବାଦିକ ବାରମ୍ବାର ଏହା ପଛୁଆ ବର୍ଗଙ୍କ ଅପମାନ କି ବୋଲି ପ୍ରଶ୍ନ ପଚାରିବାରୁ ରାହୁଲ ଏହା ବିଜେପିର ଅବାନ୍ତର ଅଭିଯୋଗ ବୋଲି କହି ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ଏ ପ୍ରଶ୍ନ ବିଜେପି ପଚାରିବାକୁ କହିଛି କି ବୋଲି ସିଧା ସିଧା ପଚାରିଥିଲେ ।

ତେବେ ବାରମ୍ବାର ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗୋଟେ କଥା ପଚାରିଥିଲେ ଯେ- ବିଭିନ୍ନ କଳା କମ୍ପାନୀ ଜରିଆରେ ଆଦାନୀ ସମୂହରେ ଲାଗିଥିବା କୋଡିଏ ହଜାର କୋଟି ଟଙ୍କା କେଉଁଠୁ ଆସିଛି । ଆଦାନୀ ସମୂହ ପାଖରେ ଏତେ ଟଙ୍କା କିଏ ଲଗାଇଛି ଓ କାହିଁକି ଲଗାଇଛି ତାର ତଦନ୍ତ ହେଉ ବୋଲି ରାହୁଲ କହିଥିଲେ ।