ଦ ଜେଙ୍ଗାବୁରୁ କର୍ସ : ପାହାଡର ଲୁହ ଓ ପୃଥିବୀର ବିଷାଦ

ଦ ଜେଙ୍ଗାବୁରୁ କର୍ସ : ପାହାଡର ଲୁହ ଓ ପୃଥିବୀର ବିଷାଦ

ଦୁଃଖ ର ଯଦି ରୂପ ଥାଏ ତେବେ ସେ ହେବ ଏଇ ଖଣି ରେ ନିଜକୁ ମନ୍ଥି ଦେଉଥିବା ମଣିଷ ର ରୂପ ।


ପ୍ରକୃତି ଢେର ଦେଲାଣି, ଦେଉଥିବ ମଧ୍ୟ। ହେଲେ ପ୍ରକୃତି ର କୋଳ କୁ ଆଉ କେତେ ଶୂନ୍ୟ କରିବ । ସେ ଶୂନ୍ୟତା ହିଁ ଜୀବଜଗତ ର ବିନାଶ ର କାରଣ । ଆଦିବାସୀ ଓ ଜନଜାତି ଏମାନେ ପ୍ରକୃତି ର ଉପାସକ । ପ୍ରକୃତି ପରି ଶୁଦ୍ଧ ଏମାନଙ୍କ ଜୀବନ ରହଣି । ଜେଙ୍ଗବୁରୁ ଏକ ଦୁଃଖରେ ଓଦା ହୋଇଥିବା ମାଟି ପିଣ୍ଡୁଳା ,ଯେଉଁଠି ଚୁପୁଡିଲେ ବହାରିବ ଲୁଚିପଡିଥିବା ଆହାଃ ଶବ୍ଦ। ଜୀବନ ଯିବା ବେଳେ ଯେଉଁଠି ପାଣି ମୁନ୍ଦେ ବି ପିଇବା କଷ୍ଟ ହୋଇପଡେ । ଯେଉଁଠୁ ଶୂନ୍ୟ ହୁଏ ପଶୁ ପକ୍ଷୀ ଙ୍କର ବାସ ।। ଏଇ ମଣିଷ ର ଲୋଭ ହିଁ ସବୁ ବିନାଶ ର ମୂଳ ।


ଅନ୍ୟ ପ୍ରତି ଆଧିପତ୍ୟ ଓ ଧନ ର ଲୋଭ ,ମଣିଷ କୁ ମଣିଷ କରି ରଖେନା । ମରିଯାଏ ବିବେକ, ଲିଭିଯାଏ ମଣିଷପଣିଆ ।


ଆଜି ବି କେଉଁଠି ନା କେଉଁଠି ଖଣିଖାଦାନ ପାଇଁ ବଳି ପଡୁଥିବ ଜୀବନ। ଆଜି ବି କିଏ ଲଢ଼ୁଥିବା ବଞ୍ଚେଇବାକୁ ତା ଇଷ୍ଟ ଦେବତାଙ୍କୁ ।
ଆଜିବି ବିଷ ଭାସୁଥିବ ପାଣି ରେ । ଅଜଣା ରୋଗ ରେ ମରୁଥିବ ମଣିଷ । 


ପ୍ରସିଦ୍ଧ ଓଡିଆ ନିର୍ମାତା -ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସୋନି ଲିଭରେ ପ୍ରସାରିତ "ଦ ଜେଙ୍ଗାବୁରୁ କର୍ସ" ଦେଖିବା ପରେ ଏମିତି କିଛି ଭାବନା ଆମ ମନକୁ ଆସିବାକୁ ବାଧ୍ୟ । 

ଏହି ୱେବ ସିରିଜରେ ଆମୀ ଅଭିନେତାଙ୍କ ଅଭିନୟ ନ ଦେଖି ଦେଖିଛୁ ଏକ ଜୀବନ୍ତ ଯାତ୍ରା । ଏହା ଏମିତି ଏକ ଜୀବନ କାହାଣୀ  ଯାହା ଘଟୁଥିଲା ଆଖି ସାମ୍ନା ରେ। ଓଡ଼ିଆ ଘର ର ପୁଅ ନୀଳ ମାଧବ ପଣ୍ଡା ସବୁବେଳେ ପ୍ରକୃତି ଓ ଜୀବନ ର ଗହିର କୁ ଯାଇ ବାଛି ଆଣନ୍ତି ଜୀବନ୍ତ ତଥ୍ୟ।। ତାଙ୍କ ଆଖି ଯାହା ଦେଖେ ହୁଏତ ଖାଲି ଆଖି କେବେ ଦେଖି ନ ପାରେ। କେବଳ ଓଡିଶା ନୁହେଁ ସେ ଏ ଦେଶ ର ଗର୍ବ । ସେ ମଣିଷ ପାଇଁ ଗର୍ବ।


ଅଭିନୟ ରେ ମାର୍କ,ନସାର ଓ ଫାରିଆ ଯେମିତି ଜୀବନ ଭରି ଦେଇଛନ୍ତି।। ସମସ୍ତଂକ ର ଅଭିନୟ ଜୀବନ୍ତ। ଓଡ଼ିଆ ଭାଷା ର ବ୍ୟବହାର। ଓଡ଼ିଆ ଓଡ଼ିଆ ମହକ ଦେଲା ।

ଜେଙ୍ଗାବୁରୁ ଶିଖେଇ ଦେଲା-- ମଣିଷ ଏବେ ଯଦି ନ ଚେତିବ ,ନା ଥିବ ପ୍ରକୃତି ନା ତୁମ ଜୀବନ ଧାରଣ ର ସାଧନ।