ମୋଦୀଙ୍କ ଏଣ୍ଟାୟାର ପଲିଟିକାଲ ସାଇନ୍ସ ପ୍ରମାଣପତ୍ର : ସତ୍ୟ ଓ ସନ୍ଦେହ

ମୋଦୀଙ୍କ ଏଣ୍ଟାୟାର ପଲିଟିକାଲ ସାଇନ୍ସ ପ୍ରମାଣପତ୍ର : ସତ୍ୟ ଓ ସନ୍ଦେହ

ଗୋଟେ ଅଦ୍ଭୁତ ଦେଶରେ ଆମେ ରହୁଛୁ ଏଠି ପ୍ରତିଦିନ ମହାତ୍ମା ଗାନ୍ଧୀଙ୍କ ଡିଗ୍ରୀ ବିଷୟରେ ଶାସକ ଦଳର ବଡ ନେତାମାନେ ପ୍ରଶ୍ନ କରୁଛନ୍ତି, ହେଲେ ଆଜିର ପ୍ରଧାନମନ୍ତ୍ରୀଙ୍କ ପାଠ ପଢା କେତେ, ସେ କଥା ଜାଣିବାର ଅଧିକାର କାହାର ନାହିଁ ଇଂଲଣ୍ଡର ଲଣ୍ଡନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ପ୍ରସିଦ୍ଧ ଇନର ଟେମ୍ପଲ କଲେଜରୁ ବାରିଷ୍ଟର ହୋଇଥିବା ଜାତିର ପିତାଙ୍କ ଡିଗ୍ରୀ ଉପରେ ସନ୍ଦେହ କରୁଥିବା ଲୋକେ ତାଙ୍କ ଦଳର ନେତାଙ୍କ ଡିଗ୍ରୀ ଲୁଚାଉଛନ୍ତି କାହିଁକି? ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଗୁଜରାଟ ହାଇକୋର୍ଟ ଏ ସମ୍ପର୍କିତ ତଥ୍ୟ ମାଗିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ଆଦେଶ ଦେଇଛନ୍ତି

ତେବେ ଗୁଜରାଟ ହାଇକୋର୍ଟଙ୍କ ଏ ଆଦେଶ ବି ବଡ ବିଚିତ୍ର । ଗୁଜରାଟ ହାଇକୋର୍ଟରେ ଏ ସଙ୍କ୍ରାନ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୌଣସି ଆବେଦନ କରିନଥିଲେ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେଖିବାକୁ ଦେଶର ମୁଖ୍ୟ ସୂଚନା କମିଶନରଙ୍କ ପାଖରେ ଆବେଦନ କରିଥିଲେ ସୂଚନା କମିଶନର ଏ ସମ୍ପର୍କରେ ତଥ୍ୟ ରଖିବାକୁ ଗୁଜରାଟ ବିଶ୍ଵ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ ତେବେ ସୂଚନା କମିଶନରଙ୍କ ନିଷ୍ପତ୍ତି ବିରୋଧରେ ଗୁଜରାଟ ବିଶ୍ଵ ବିଦ୍ୟାଳୟ ହାଇକୋର୍ଟ ଯାଇଥିଲେ ତାର ବିଚାର କରି ହାଇକୋର୍ଟ ସୂଚନା କମିଶନରଙ୍କ ନିର୍ଦ୍ଦେଶକୁ ଖାରଜ କରିବା ସହିତ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଜରିମାନା ଲଗାଇଛନ୍ତି ଗୁଜରାଟ ବିଶ୍ଵ ବିଦ୍ୟାଳୟ ମୁଖ୍ୟ ସୂଚନା କମିଶନରଙ୍କ ନିର୍ଦ୍ଦେଶ ବିରୋଧରେ ଅପିଲ କରିଥିଲେ, ହେଲେ ହାଇକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଦଣ୍ଡିତ କରିବାର ଆଧାର କଣ ବୁଝାପଡୁନି

ସୌଜନ୍ୟ - ଦ ହିନ୍ଦୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆମ ଆଦମୀ ପାର୍ଟି ବାରମ୍ବାର ପ୍ରଶ୍ନ ପଚାରି ଆସୁଛି ଏ ପ୍ରସଙ୍ଗରେ ୯, ମଇ, ୨୦୧୬ ଦିନ ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏକ ସାମ୍ବାଦିକ ସମ୍ମିଳନୀରେ ନରେନ୍ଦ୍ର ମୋଦୀ “ଏଣ୍ଟାୟାର ପଲିଟିକାଲ ସାଇନ୍ସ”ରେ ଏମଏ କରିଥିବାର ପ୍ରମାଣପତ୍ର ଉପସ୍ଥାପନ କରିଥିଲେ ସେହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ ପ୍ରମାଣପତ୍ରକୁ ନେଇ ସନ୍ଦେହ ଭିନ୍ନ ଭିନ୍ନ ସମୟରେ ଆସିଛି ତେବେ ଏ ପ୍ରସଙ୍ଗରେ ଗୁଜରାଟ ହାଇକୋର୍ଟ ଏତେ କ୍ରୋଧିତ ହେବାର କାରଣ କଣ ?

ଯଦି ପ୍ରଧାନମନ୍ତ୍ରୀ ସତରେ “ଏଣ୍ଟାୟାର ପଲିଟିକାଲ ସାଇନ୍ସ”ରେ ଏମଏ କରିଛନ୍ତି, ତା ହେଲେ ସେମିତି ଏକ ବିଷୟ ରହିଛି କି ନାହିଁ, ତାହା ଜାଣିବାର ଅଧିକାର ଲୋକଙ୍କର ନିଶ୍ଚୟ ରହିଛି ସର୍ବ ସାଧାରଣରେ ରହିଥିବା ତଥ୍ୟକୁ ନେଇ ଯଦି କିଛି ସନ୍ଦେହ ରହିଛି, ତା ହେଲେ ତାର ନିରାକରଣ ଲାଗି ସମ୍ପୃକ୍ତ ବିଶ୍ଵ ବିଦ୍ୟାଳୟ ବା ଅନୁଷ୍ଠାନ ଚେଷ୍ଟା କରିବା କଥା ପ୍ରଧାନମନ୍ତ୍ରୀଙ୍କ ଭଳି ବ୍ୟକ୍ତି ଯଦି ଗୋଟେ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥାନ୍ତି, ତାହା ସେ ଅନୁଷ୍ଠାନର ଗୌରବର କାରଣ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପ୍ରମାଣପତ୍ର ପ୍ରଦର୍ଶନୀର ବିଷୟ ହେବା କଥା ହେଲେ ଏହାକୁ ଅଯଥାରେ ଲୁଚାଇବାକୁ ଚେଷ୍ଟା କରାଯାଉଛି କାହିଁକି ?  

ପ୍ରଧାନମନ୍ତ୍ରୀଙ୍କ ପ୍ରମାଣପତ୍ର ମାମଲାରେ ଯୁକ୍ତି ବାଢିବା ଲାଗି ଦେଶର ସଲିସିଟର ଜେନେରାଲ ଗୁଜରାଟ ହାଇକୋର୍ଟ ଯାଉଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟା ବୋଧହୁଏ ଦେଶର ଏକମାତ୍ର ସରକାରୀ ଓକିଲ ଯିଏ ତଳୁ ଉପର ସବୁ ଅଦାଲତରେ ମୋଦୀ-ଶାହଙ୍କ ସବୁ ମକଦ୍ଦମା ପରିଚାଳନା କରନ୍ତି ଗୁଜରାଟ ହାଇକୋର୍ଟରେ ତୁଷାର ମେହେଟାଙ୍କ ଯୁକ୍ତି ଥିଲା –ଅରବିନ୍ଦ କେଜ୍ରିୱାଲଙ୍କ ପିଲାଳିଆ ଆଗ୍ରହର ଉତ୍ତର ରଖିବା ଅନାବଶ୍ୟକ

ଏଠି ପ୍ରଶ୍ନ ଉଠୁଛି, ଯଦି କେଜ୍ରିୱାଲଙ୍କ ଆଗ୍ରହ ପିଲାଳିଆ ତାହେଲେ, ତାର ଉତ୍ତର ଖୋଦ ବିଜେପି ସଭାପତି ଓ ଅର୍ଥମନ୍ତ୍ରୀ ସେତେବେଳେ ଦେଉଥିଲେ କାହିଁକି ? ସେତେବେଳେ ଯେଉଁ ପ୍ରମାଣପତ୍ର ବିଜେପି ନିଜେ ଉପସ୍ଥାପନ କରିଥିଲା ତାର ଅସଲ କପି ଦେଖାଇବାରେ ଅସୁବିଧା କଣ ଅଛି ? ଦେଶର ସର୍ବୋଚ୍ଚ କ୍ଷମତାରେ ଥିବା ବ୍ୟକ୍ତିଙ୍କର ଶିକ୍ଷାଗତ ଯୋଗ୍ୟତା କଣ ଏକ ଗୋପନୀୟ ଏବଂ ବ୍ୟକ୍ତିଗତ ବ୍ୟାପାର ?

ବର୍ଷ ବର୍ଷ ଧରି “ଏଣ୍ଟାୟାର ପଲିଟିକାଲ ସାଇନ୍ସ”ରେ ଏମଏ ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ରହିଥିବା ସନ୍ଦେହ ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ ଅଧିକ ବଢିଯାଇଛି