ନାଚ

ନାଚ

ମୁଁ ନାଚି ଚାଲିଛି କଣ୍ଢେଇ ନାଚ

ଶବ୍ଦର ଡୋର, କାଠର ହାତ

 କାଗଜର ମଂଚ

 

ତୁମେ କହିଲ, ଲଢେଇ କର

ମାଡ଼ି ଆସୁଛି ଅଂଧାର

 ମୁଁ ବାଡ଼ି ବୁଲେଇଲି

 

କହିଲ, ଭାଂଗ ହାଟ ଗହଳି , ଭାରି ଗାଉଁଲୀ

ବଜାର କର ଉଦାର ହୁଅ

ଆଖିରେ ପିଂଧିଲି ତୁମ ଜ୍ଞାନର କଜଳ

 

ଭୂଇଁ ପାଣି ପବନ

ପ୍ରେମ ବନ୍ଧୁତା ବାତ୍ସଲ୍ୟ

ଓଡ଼ିଶୀ ସାଂତାଳି ମଣିପୁରୀ

ସବୁ ମୁଦ୍ରାମୟ

 

ସ୍ୱର ତୁମର ମାଇକ ତୁମର

ତୁମର କିଣା ଉତ୍ତରୀୟ

ଏକାଟିଆ ଘର ଫେରିବା ବାଟରେ

ମୁଁ ଖୋଜିଚାଲିଛି ନିଜର ହାତ ,ନିଜର କଣ୍ଠସ୍ୱର

ସେଇ ଅଭିନୟ ରଜନୀରେ ବିସ୍ଥାପିତ

ହୋଇଯାଇଛି ବି

ମୋର ହୃଦୟ