ପହିଲି ପୁଲକ

ପହିଲି ପୁଲକ

କଲ୍ୟାଣୀ ଆଜି ହାତ ବଢ଼େଇ ଦେଲା
ଦୁଇଟି ହାତର ମିଳନରେ ସେ ଯେଉଁ କମ୍ପନ
ଲାଗିଲା ସେ ଆଜି ଗୋଟେ ଗଣ୍ଠି ଖୋଲି ଦେଲା..

ଆଜି ଦେଖିଲା ମାତ୍ରକେ ଲାଗୁଥିଲା
ସେ ବସିଛି ଯାହା ଅପେକ୍ଷାରେ
ସେ ପହଂଚି ଗଲେଣି .. ଆଖି ସବୁ କଥା କୁହା
ସତେ ଫିଟି ପଡ଼ିବ ମନର
 ଅକୁହା ବିରହ ଯାତନା..

ସେ ତ ଅବେଳରେ ହରେଇ ଭରସାର କାତ
ବରି ନେଇଥିଲା ଚିର କୁଆଁରୀ ବ୍ରତ
ସତେ ଆଜି ବ୍ରତ ଉଜେଇ ଦେଲା
ସେ କି ଛୁଆଁ, ଥୁଣ୍ଟା ଗଛ ବି ପଲ୍ଲବିତ ହେଲା..

କିଛି କ'ଣ ଘଟି ନ ଥିବ ତା ହୃଦୟରେ
ଥରି ଉଠିଥିବେ ଦୁଇ ପଦ୍ମ କଢି
ଯାହା ଅଛୁଆଁ ସତ,ଯତ୍ନରେ କିନ୍ତୁ ସାଇତି
ରଖିଛି କାହାକୁ ଟିପେ ନ ଦେଇ....

ସେ କଢି ଦୁଇଟିର ଆକର୍ଷଣ କେବେ ମଉଳିବ ନାହିଁ
ବିପୁଳ ସୌନ୍ଦର୍ଯ୍ୟର ଅଧିକାରିଣୀ 
ସେମାନଙ୍କ ତୁଳନା  ନାହିଁ..

ଆଜି କଲ୍ୟାଣୀ ହାତ ବଢ଼େଇ ଦେଲା..