ତୁର୍କୀ ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ

ତୁର୍କୀ ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ

ଗତ ସୋମବାର ତୁର୍କୀ ଏବଂ ସିରିଆରେ ହୋଇଥିବା ଭୀଷଣ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୬ ହଜାର ଟପିଛି । ବିଭିନ୍ନ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ତୁର୍କୀରେ ମୃତ୍ୟୁ ସଂଖ୍ୟା ୧୨,୮୭୩ ହୋଇଥିବା ବେଳେ ସିରିଆରେ ଏହା ୩୧୬୨ ବୋଲି ଜଣା ପଡିଛି । ଯୁଦ୍ଧ ବିଧ୍ଵସ୍ତ ଏବଂ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ସିରିଆରେ ଏ ଯାଏଁ ରିଲିଫ କାମ ସଠିକ ଭାବରେ ଆରମ୍ଭ ହୋଇପାରିନାହିଁ । ତୁର୍କୀରେ ୬୦ ହଜାର ଏବଂ ସିରିଆରେ ୫ ହଜାର ଅଧିକ ଲୋକ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।