ମହିଳା କଂଗ୍ରେସ ପକ୍ଷରୁ ଏଲପିଜି ଦର ବୃଦ୍ଧିର ପ୍ରତିବାଦ

ମହିଳା କଂଗ୍ରେସ ପକ୍ଷରୁ ଏଲପିଜି ଦର ବୃଦ୍ଧିର ପ୍ରତିବାଦ

କେନ୍ଦ୍ର ସରକାର ନିକଟରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ଏବଂ ବ୍ୟବସାୟିକ ସିଲିଣ୍ଡର ପିଛା ୩୫୦ ଟଙ୍କା ଦରବୃଦ୍ଧି କରିବା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ କମିଟି ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏବଂ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଯୋଗଦେଇ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ କଟୁ
ସମାଲୋଚନା କରିଥିଲେ । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାପତି ଶ୍ରୀମତୀ ଗିତାଞ୍ଜଳି ମହାନ୍ତିଙ୍କ ନେତୃତ୍ୱରେ ମହିଳା
ନେତୃବୃନ୍ଦ ମାନଙ୍କର ଏକ ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରତିମା ମଲ୍ଲିକ, ପ୍ରଣତି ମିଶ୍ର, କନକଲତା ମଲ୍ଲିକ, ପ୍ରଭାବତି ପଟ୍ଟନାୟକ, ଦିପ୍ତୀ ପ୍ରଧାନ, ଚୈତାଳୀ ପଟ୍ଟନାୟକ, ସିକ୍ତା ପଟ୍ଟନାୟକ, ଉର୍ବଶୀ ମିଶ୍ର, ଶ୍ରିୟା ମହାନ୍ତି, ଜୟଶ୍ରୀ ପାତ୍ର, ବୈଜୟନ୍ତୀ ତ୍ରିପାଠୀ, ପ୍ରତିମା ମହାନ୍ତି, ରିତା ବାରିକ, ନିର୍ମଳା ମଲ୍ଲିକ,ଜ୍ୟୋତିସ୍ମିତା ରାଉତ, ଅର୍ଣ୍ଣପୂର୍ଣ୍ଣା ତରାଇ, କବିତା ଦାସ ପ୍ରମୁଖ ଯୋଗଦେଇଥିଲେ ।