ଆଜି ଉଦଯାପିତ ହେବ ଆଦିବାସୀ ମେଳା-୨୦୨୩

ଆଜି ଉଦଯାପିତ ହେବ  ଆଦିବାସୀ ମେଳା-୨୦୨୩

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଫେବୃଆରୀ ୨୦ ତାରିଖରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଆଦିବାସୀମେଳା ଆଜି ନବମ ଦିବସରେ ପହଞ୍ଚିଛି ।ଆଦିବାସୀ ମେଳାରେ ଦିନକୁ ଦିନ ଭୀଡ଼ ବଢ଼ିବାରେଲାଗିଛି । ଆଦିବାସୀ ହାଟ, ପ୍ରାଚୀନ ଜନଜାତି ଗାଁରେ ଘରରସୁଦୃଶ ମଡେଲ୍‌, କଳାବସ୍ତୁ ପ୍ରଭାଗ, ଏସ୍‌ସିଏସ୍‌ଟିଆର୍‌ଟିଆଇର ପ୍ରକାଶନ ଷ୍ଟଲ, ଷ୍ଟ୍ରବେରୀ ଷ୍ଟଲ ସହିତ ମିଶନ ଶକ୍ତି, ଓର୍‌ମାସ, ମିଲେଟ୍‌
ମିଶନ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆଦି ଷ୍ଟଲରେ ଗ୍ରାହକ ଆଗ୍ରହର ସହିତ ସାମଗ୍ରୀ କ୍ରୟ କରୁଛନ୍ତି । ମିଲେଟ୍‌ ମିଶନ ଷ୍ଟଲରେ ମାଣ୍ଡିଆର ବିସ୍କୁଟ, ମିକ୍ସଚର, କେକ୍‌, ସୁଆଁ ଚାଉଳ ଆଦି ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମିଳୁଥିବାବେଳେ ଅନ୍ୟାନ୍ୟ ଷ୍ଟଲଗୁଡ଼ିକରେ ଅଭଙ୍ଗା କେ„ଇ, ଜଙ୍ଗଲଜାତ ଦ୍ରବ୍ୟ, ଝାଡ଼ୁ, ଝୁଣା, ହଳଦୀ, ଚାଉଳ, ସବାଇ ଘାସର ସାମଗ୍ରୀ, ବିଭିନ୍ନ ପ୍ରକାରର ମସଲାଗୁଣ୍ଡ, ପାମ୍ପଡ଼, ମହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଷ୍ଟଲରେ ପିପିଲି ଚାନ୍ଦୁଆ, ଘର ସଜେଇବା ସାମଗ୍ରୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍‌ ଆକର୍ଷିତ କରୁଛି ।


ଆଦିବାସୀ ମେଳାରେ ଆଜି ଜନଜାତି ନୃତ୍ୟରେ ଡଙ୍ଗରିଆ କନ୍ଧ ଜନଜାତିଙ୍କ ବେଜୁଣୀ ନୃତ୍ୟ, ଲାଞ୍ଜିଆ ସଉରା ନୃତ୍ୟ, ଢୋଲକ, ଟାମକ, ତିଡ଼ିବିଡ଼ି, ଶିଙ୍ଗା ଭଳି ମୁଖ୍ୟ ବାଦ୍ୟଯନ୍ତ୍ରରେ ବଣ୍ଡାନୃତ୍ୟ, ନାଗରା, ମହୁରୀ ଓ ଢୋଲ ମୁଖ୍ୟ ବାଦ୍ୟଯନ୍ତ୍ରରେ ଭୋତଡ଼ା ନୃତ୍ୟ, ଗଣ୍ଡ ନୃତ୍ୟ, ସଉରାମାନଙ୍କ ମିରିଆ ନୃତ୍ୟ ଏବଂ ବାଲିପରବ ନୃତ୍ୟ ଆଦି ଦର୍ଶକମାନଙ୍କୁ ବିମୋହିତ କରିଥିଲା । ଆଦିବାସୀ ମେଳା ପ୍ରତ୍ୟହ ୨.୩୦ ଘଟିକାଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି । ମେଳା ମାର୍ଚ୍ଚ ୧ ତାରିଖରେ ଉଦଯାପିତ ହେବ i