ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ୧୩୦ଟି ପଦବୀ ପୂରଣ

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ୧୩୦ଟି ପଦବୀ ପୂରଣ

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଭୁବନେଶ୍ୱର ଦ୍ୱାରା ଓଡ଼ିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ଅଧିନରେ ଖାଲିଥିବା ୩୬ଟି ପଦ ପାଇଁ ହୋଇଥିବା 
ବିଜ୍ଞାପନ ଅନୁଯାୟୀ ୩୬ ଜଣ ପ୍ରାର୍ଥୀ ମନୋନୀତ ହୋଇଛନ୍ତି । ସେହିପରିି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଆଜି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ବିଏସ୍‌ଏସ୍‌ଓ-୨୦୨୨ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କରିଛନ୍ତି । ୯୪ଟି ଖାଲି ପଦବୀ ପାଇଁ ହୋଇଥିବା ବିଜ୍ଞାପନ ଅନୁଯାୟୀ ୯୪ ଜଣ ପ୍ରାର୍ଥୀ ମନୋନୀତ ହୋଇଛନ୍ତି । ସବିଶେଷ ତଥ୍ୟ www.ossc.gov.in ରେ ଉପଲବ୍ଧ ହେଉଛି । ଆୟୋଗ ପକ୍ଷରୁ ହୋଇଥିବା ପରୀକ୍ଷା ଅନୁଯାୟୀ ୨୦୨୩ ଫେବୃଆରୀ ମାସରେ ମୋଟ ୧୩୦ଟି ପଦବୀ ପାଇଁ ୧୩୦ ଜଣ ନିଯୁକ୍ତି ପାଇଛନ୍ତି ।