ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୬ ହଜାରରୁ ଅଧିକ

ତୁର୍କୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୬ ହଜାରରୁ ଅଧିକ

ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂମିକମ୍ପରେ ମୃତଲୋକଙ୍କ ସଂଖ୍ୟା ୩୬ ହଜାର ଟପିଛି । ଭୂମିକମ୍ପର ସପ୍ତାହେ ପରେ ମଧ୍ୟ ଉଦ୍ଧାର କାର୍ୟ ଜାରି ରହିଛି ଓ ମୃତାହତଙ୍କ ସଂଖ୍ୟା ଆଜି ମଧ୍ୟ ଚୂଡାନ୍ତ ଜଣା ପଡିନାହିଁ । ଏବେ ମଧ୍ୟ ଭଗ୍ନସ୍ତୂପ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରାହେଉଛି । ବେଆଇନ ଭାବରେ କୋଠାବାଡି ନିର୍ମାଣ ହୋଇଥିବାରୁ ଏତେ ସଂଖ୍ୟକ ଲୋକ ମୃତ୍ୟୁବରଣ କଲେ ବୋଲି ଏବେ ତୁର୍କୀରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି । ଲୋକଙ୍କ କ୍ରୋଧ ଯୋଗୁଁ ବାଧ୍ୟ ହୋଇ ତୁର୍କୀ ସରକାର କେତେଜଣ ବିଲ୍ଡରଙ୍କୁ ଗିରଫ କରିଛନ୍ତି।