ଗ୍ୟାସ ଦରବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଳାଇବ ବିଜେଡି
ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସର ଦର ବୃଦ୍ଧି କରିଥିବାରୁ ଏହାକୁ ବିରୋଧ କରି ଆସନ୍ତା କାଌ ବିଜୁ ଜନତା ଦଳର ମହିଳା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି । ପୂର୍ବରୁ ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡି ଆପାତତଃ ନୀରବ ରହୁଥିଲା । ନିର୍ବାଚନୀ ବର୍ଷରେ ବିଜେପି ଆଇନ ଶ୍ରୁଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରି ବିଜେଡି ସରକାର ବିରୋଧରେ ତୀବ୍ର ଆନ୍ଦୋଳନ କରିବା ପରେ ଏବେ ବିଜେଡି ମଧ୍ୟ କେନ୍ଦ୍ର ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବା ଆରମ୍ଭ କରିଛି । ଏହି ପ୍ରସଙ୍ଗକୁ ନେଇ ବିଜୁ ମହିଳା ଜନତା ଦଳ ତରଫରୁ ସ୍ଵତନ୍ତ୍ର ପୋଷ୍ଟର ଅଭିଯାନ ମଧ୍ୟ ଆରମ୍ଭ ହୋଇଛି ।