ବିଏମସି ର ନୂତନ କାର୍ଯ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବିଏମସି ର ନୂତନ କାର୍ଯ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମର ନୂତନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି। ସତ୍ୟନଗର ରେ ନିର୍ମାଣ ହୋଇଥିବା ଏହି ନୂତନ ଗୃହରେ ଭୁବନେଶ୍ୱର ସହରର ବିଭିନ୍ନ ସେବାକୁ ଗୋଟିଏ ଛାତ ତଳେ ସମନ୍ଵିତ କରାଯାଇପାରିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ନଗର ସଫେଇକୁ ସହଜ କରିବା ପାଇଁ "ସଫା" ନାମକ ଏକ ଆପ୍ ମଧ୍ୟ ଆଦି ଉନ୍ମୋଚିତ ହୋଇଛି। ଭୁବନେଶ୍ୱରର ଘରୋଇ ଏବଂ ବ୍ୟାବସାୟିକ ଅଞ୍ଚଳରେ ଅଳିଆ ସଫା କରି ପରିମଳ ବ୍ୟବସ୍ଥା କୁ ଏହି ଆପ୍ ଜରିଆରେ ସୁବ୍ୟବସ୍ଥିତ କରାଯାଇପାରିବ ବୋଲି ବିଏମସି ତରଫରୁ କୁହାଯାଇଛି।