ରାଜ୍ୟକୁ ଏକ ଆଇଟି ହବ ରେ ରୂପାନ୍ତରିତ କରିବାର ଯୋଜନା ରହିଛି : ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ

ରାଜ୍ୟକୁ ଏକ ଆଇଟି ହବ ରେ ରୂପାନ୍ତରିତ କରିବାର ଯୋଜନା ରହିଛି : ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ

୨୦୨୩-୨୪ ବଜେଟ୍‌ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ  ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର
ଏହି ସାମ୍ବାଦିକ ସମ୍ମଳନୀରେ ଯୋଗଦେଇ ଚଳିତ ବର୍ଷ ଉପସ୍ଥାପିତ ବିଭାଗୀୟ ବଜେଟ୍‌ର ବିଭିନ୍ନ ପ୍ରସ୍ତାବ, ବ୍ୟୟବରାଦ ଓ ସେସବୁର ଉତ୍କୃଷ୍ଟତା ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । 

ମନ୍ତ୍ରୀ ଶ୍ରୀ ବେହେରା ସୂଚନା ପ୍ରଦାନ କରି କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚଳିତ ବର୍ଷ ଯେଉଁ ବଜେଟ୍‌ ପ୍ରସ୍ତୁତ ହୋଇଛି, ସେଥିରେ ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦିଆଯାଇଛି ।  ଓଡ଼ିଶା ଭବିଷ୍ୟତରେ ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ବିଶ୍ୱାସ ରହିଛି ।  ରାଜ୍ୟ ସରକାର ଇଲେକ୍‌ଟ୍ରୋନିକ୍‌ସ ନୀତି, ପ୍ରୁଯକ୍ତିବିଦ୍ୟା ନୀତି, ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ଆଦି ଚାରିଗୋଟି ନୂତନ ନୀତିକୁ ଅନୁମୋଦନ କରିଛନ୍ତି ।  ଏହି ନୀତିଗୁଡ଼ିକ ଦେଶର ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିପାରିବ । ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ ସମୟରେ ସ୍ୱାକ୍ଷରିତ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ହାସଲ କରିବାରେ ସରକାର ସକ୍ଷମ ହୋଇଛନ୍ତି ଜ୍ଜଟ୍ଟ; ଇଲେକ୍‌ଟ୍ରୋନିକ୍‌ସ ସୂଚନା ପ୍ରଯୁକ୍ତିବିଦ୍ୟା
କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି ଜ୍ଜଟ୍ଟ; ଆଇବିଏମ୍‌, ଡେଲୋଏଟ୍‌, ହାପିଷ୍ଟ ମାଇଣ୍ଡସ୍‌, ପିଡବ୍ଲì୍ୟଡି, ଇନ୍‌କୁ୍ୟଟର, ଇନୋଭେୟାରଟେକ୍‌, ଓପେକ୍ସ ଆମେରିକା, ୟୋଭାଣ୍ଟ ଏବଂ ଅନ୍ୟାନ୍ୟ ଆଇଟି କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ଖୋଲି ସାରିଛନ୍ତି ଏବଂ ଆହୁରି ଅନେକ କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ପ୍ରତିଷ୍ଠା ପାଇଁ ଇଚ୍ଛୁକତା ପ୍ରକାଶ କରିଛନ୍ତି । ;


ରାଜ୍ୟ ମାଲିକାନାରେ ଥିବା ଆଇଟି ଟାୱାରରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀଗୁଡ଼ିକ ପାଇଁ ଲିଜ୍‌ ଭଡ଼ା ବର୍ଗଫୁଟ ପିଛା ୨୦ ଟଙ୍କାକୁ ହ୍ରାସ କରିବାକୁ ସରକାର
ନିଷ୍ପତ୍ତି ନେଇଛନ୍ତି ଯାହା ଓଡ଼ିଶାକୁ ଏକ ଆଇଟି ଗନ୍ତବ୍ୟ ସ୍ଥଳରେ ପରିଣତ କରିଛି ଜ୍ଜଟ୍ଟ; ଆନ୍ତର୍ଜାତିକ ଆଇଟି କମ୍ପାନୀର ସହଭାଗିତାରେ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ଏବଂ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷିତ କରିବା ସହିତ କୃତି୍ରମ ବୁଦ୍ଧିମତ୍ତାର ଏକ ସହରୀ କ୍ଷେତ୍ର ପ୍ରସ୍ତୁତ କରାଯିବ ଜ୍ଜଟ୍ଟ; ପ୍ରଥମ ପର୍ଯ୍ୟାୟରେ ଏହା ପୁରୀ, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ପ୍ରବର୍ତ୍ତନ କରାଯିବ ଜ୍ଜଟ୍ଟ; ଆମ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ମଧ୍ୟ ତାଲିମ୍‌ ପ୍ରଦାନ କରାଯିବ ଜ୍ଜଟ୍ଟ; ରାଜ୍ୟର ୧୩୩ଟି ବ୍ଲକ୍‌ରେ ମୌଳିକ ଭିତ୍ତିଭୂମି ମାଧ୍ୟମରେ ଇଣ୍ଟରନେଟ୍‌ ଲିଜ୍‌ ଲାଇନ୍‌ର ଉପଲବ୍ଧତା ପାଇଁ ରାଜ୍ୟ ସରକାର ୨୬.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ଜ୍ଜଟ୍ଟ; ଯାହାଦ୍ୱାରା ଗ୍ରାମାଞ୍ଚଳ ନାଗରିକମାନଙ୍କର ଡିଜିଟାଲ ଦୁନିଆରେ ପ୍ରବେଶ ସହଜଲଭ୍ୟ ହୋଇପାରିବ । ଗ୍ରାମପଞ୍ଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକରେ ଭିଡିଓ କନ୍‌ଫରେନସିଂ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୧ ଜିବିପିଏସ୍‌ ଉଚ୍ଚ-ବ୍ୟାଣ୍ଡୱିଡଥ୍‌ ଯୋଗାଇ ଦିଆଯିବ ଯାହାଦ୍ୱାରା ଗ୍ରାମ ପଞ୍ଚାୟତ ନିକଟସ୍ଥ ସରକାରୀ ସଂସ୍ଥା ଯଥା- ସ୍କୁଲ, ଡାକ୍ତରଖାନାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ସହଜରେ ବିତରଣ କରାଯାଇପାରିବ ।

;
ବ୍ରଡବ୍ୟାଣ୍ଡ ସଂଯୋଗ ଫଳରେ ଗ୍ରାମଞ୍ଚଳ ଏବଂ ସହର ମଧ୍ୟରେ ପାର୍ଥକ୍ୟକୁ ଯଥେଷ୍ଟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍‌ ଜରିଆରେ ବଜେଟ୍‌ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଯାଇ କହିଲେ ଚଳିତ ବର୍ଷ ବଜେଟ୍‌ରେ ଇଲେକ୍‌ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ୩୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି ।  ମେକ୍‌-ଇନ୍‌-ଓଡ଼ିଶାର ସଫଳତା ପରେ ବହୁ
ବଡ଼ ବଡ଼ ଆଇଟି କମ୍ପାନୀ ଓଡ଼ିଶାକୁ ଆସିବାକୁ ଇଚ୍ଛା କରୁଛନ୍ତି ଜ୍ଜଟ୍ଟ; ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜାଗା ଓ ଗୃହ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଜ୍ଜଟ୍ଟ; ସରକାରୀ ସେବାଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ବିତରଣକୁ ସୁନିଶ୍ଚିତ କରିବା ପାଇଁ ;ମୋ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଏବଂ ପଞ୍ଚାୟତ ସ୍ତରରେ ମୋ ସେବାକେନ୍ଦ୍ର କାର୍ଯ୍ୟ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିସହିତ ସାଇବର ଆଟାକ୍‌ରୁ ସରକାରୀ ତଥ୍ୟଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । 

ବର୍ତ୍ତମାନ ନାଗରିକମାନଙ୍କୁ ଓଡ଼ିଶା ୱାନ ପୋର୍ଟାଲ ଜରିଆରେ ଯୋଗାଇ ଦିଆଯାଉଥିବା ୫୫୦ଟି ସେବାକୁ ୬୫୦କୁ ଉନ୍ନୀତ କରିବାକୁ ଚେଷ୍ଟା ଜାରି ରହିଛି । ;
ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଓସ୍ଵାସ ପରି ଏକ ଏଣ୍ଟରପ୍ରାଇଜ୍‌ ପ୍ଲାଟଫର୍ମ ଅଛି । ସରକାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗକୁ ୱସ୍ୱାସରେ
ସଂଯୋଗ କରାଯିବା ସହିତ ଇ-ଡେସ୍‌ପାଚ୍‌ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।  ୱସ୍ୱାସ୍‌ ଜରିଆରେ ଟେକ୍ନୋଲୋଜିର ଦକ୍ଷ ଉପଯୋଗ ପାଇଁ ବଜେଟ୍‌ରେ ୧୯.୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।  ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍‌ ପ୍ରତିଷ୍ଠାର ଯୋଜନା ହୋଇଛି । 


ଏହି ଷ୍ଟେସନ୍‌ ପ୍ରତିଷ୍ଠା ଦ୍ୱାରା ଡାଟା ସେଣ୍ଟର, ଚିତ୍ତବିନୋଦନ, ଦୂରସଂଚାର ଏବଂ ଫିନ୍‌ଟେକ୍‌ର ବଜାରକୁ ସଶକ୍ତ କରିବ ଜ୍ଜଟ୍ଟ; ଯାହାଦ୍ୱାରା ଓଡ଼ିଶା ପୂର୍ବଭାରତ, କେନ୍ଦ୍ରୀୟ ତଥା ଉତ୍ତର-ପୂର୍ବ ଭାରତ ପାଇଁ ଏକ ଡିଜିଟାଲ ହବ୍‌ ଭାବେ ଛଡ଼ା ହୋଇପାରିବ ।