ଓଡିଶା ରାଜ୍ୟ ସେଣ୍ଟ୍ରାଲ ବ୍ୟାଙ୍କ ସେବା ନିବୃତ୍ତ କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ

ଓଡିଶା ରାଜ୍ୟ ସେଣ୍ଟ୍ରାଲ ବ୍ୟାଙ୍କ ସେବା ନିବୃତ୍ତ କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ

ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟାଙ୍କର ବେତନ ସଂଶୋଧନ ସହ ପେନସନ ବୃଦ୍ଧି (updation) କରିବା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କର ସେବାନିବୃତ୍ତ କର୍ମଚାରୀଙ୍କ ରାଜ୍ୟ ସମ୍ମିଳନୀରେ ଦାବି କରାଯାଇଛି । ଏହି ସମ୍ମିଳନୀ ଆଜି ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ବିଶ୍ୱରଂଜନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ଏହି ସମ୍ମିଳନୀକୁ ଓଡିଶା ବ୍ୟାଙ୍କ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ମିଶ୍ର ଉଦଘାଟନ କରିଥିଲେ l ପ୍ରଫେସର ଡ଼ ରଜନୀରଞ୍ଜନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ରାଜ୍ୟ ସେଣ୍ଟ୍ରାଲ ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଫିସର୍ସ ସଂଘର ସାଧାରଣ ସମ୍ପାଦକ ଓଙ୍କାର ମହାନ୍ତି ଓ ରବୀନ୍ଦ୍ର ନାଥ ଦାଶ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇଥିଲେ । ସାଧାରଣ ସମ୍ପାଦକ ଶରତଚନ୍ଦ୍ର ରାଉତ ସମ୍ପାଦକୀୟ ବିବରଣୀ ପ୍ରଦାନ ସହ ପେନସନ ଅପଡେସନ ଓ ସ୍ୱାସ୍ଥ୍ୟ ବୀମା ଦେୟକୁ ହ୍ରାସ କରି ସମସ୍ତଙ୍କ ପାଇଁ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ପାଇଁ ବ୍ୟାଙ୍କ ଦେଇଥିବା ଆର୍ଥିକ ସାହାଯ୍ୟ ସମସ୍ତଙ୍କୁ ପ୍ରଦାନ କରିବା, ଦର ବୃଦ୍ଧି ବନ୍ଦ କରିବା ଏବଂ ବରିଷ୍ଠ ନାଗରିକ ମାନଙ୍କୁ ପୂର୍ବପରି ରେଳରେ ଦିଆଯାଉଥିବା ରିହାତି ଲାଗୁ କରିବା ଦାବିକରି ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା l ଆଲୋଚନାରେ କିଶୋର ଜେନା, ରବୀନ୍ଦ୍ରନାଥ ସୁତାର, ବିରଜା ପ୍ରସାଦ ଦାଶ, ଅଭିରାମ ଦାଶ, ପ୍ରମୋଦ କୁମାର ମହାନ୍ତି, ସୁବାସ ପାଲ, ବନମାଳୀ ମାଟି, ଗୋଲୋକ ବିହାରୀ ନାୟକ, ଅଶୋକ କୁମାର ତା, ସୁବାସଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଆସନ୍ତା ଥରପାଇଁ ନିମ୍ନ ଲିଖିତ କର୍ମ କର୍ତ୍ତା ମାନେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ l ଶ୍ରୀ ହେମନ୍ତ କୁମାର କର - ଚେୟାରମ୍ୟାନ, ବିଶ୍ୱରଞ୍ଜନ ଶତପଥୀ -ସଭାପତି, ଶରତ ଚନ୍ଦ୍ର ରାଉତ -ସାଧାରଣ ସମ୍ପାଦକ, କିଶୋର ଜେନା - ମୁଖ୍ୟ ଉପଦେଷ୍ଟା, ତ୍ରୈଲୋକ ନାଥ ପ୍ରଧାନ -ଉପ ସାଧାରଣ ସମ୍ପାଦକ, ଅଭିରାମ ଦାଶ -କୋଷାଧ୍ୟକ୍ଷ, ସୁବାସ ଚନ୍ଦ୍ର ପଟ୍ଟନାୟକ -ସଂଗଠନ ସମ୍ପାଦକ, ଅଶୋକ କୁମାର ତା ଓ ଏବଂ ଅଶୋକ କୁମାର ସାହୁ -ଯୁଗ୍ମ ସମ୍ପାଦକ, ଏହା ଛଡା କାର୍ଯ୍ୟକାରି କମିଟିକୁ ପନ୍ଦର ଜଣ ସଭ୍ୟ ନିର୍ବାଚିତ ହୋଇଥିଲେ l