ଜୟ ନାରାୟଣଙ୍କ ବହିସ୍କାର ଦାବୀରେ ମହିଳା ବିଜେଡ଼ିର ବିକ୍ଷୋଭ

ଜୟ ନାରାୟଣଙ୍କ ବହିସ୍କାର ଦାବୀରେ ମହିଳା ବିଜେଡ଼ିର ବିକ୍ଷୋଭ

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ରାସ୍ତାର ଲଢେଇ ଜୋରଦାର ହୋଇଛି । ଗତ କିଛି ଦିନ ହେଲାଣି ବିଜେପି ରାଜ୍ୟ ସାରା ମୁଖ୍ୟମନ୍ତ୍ରୀଙ୍କ ବରଖାସ୍ତ ଦାବୀରେ ଗଣଧାରଣା, ବିକ୍ଷୋଭ ଓ ଆନ୍ଦୋଳନ ଜାରି ରଖିଥିବା ବେଳେ ବିଜେପିକୁ ଟକ୍କର ଦେବାକୁ ବିଜେଡି ମଧ୍ୟ ରାସ୍ତାକୁ ଓହ୍ଲାହିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ବରଖାସ୍ତ ଦାବୀରେ ବିଜେପି ରାଜଭବନ ଆଗରେ ଧାରଣା ଦେଇଥିବା ବେଳେ ଲୋଅର ପିଏମଜିରେ ବିଜେଡି ମହିଳା ଶାଖା ଜୋରଦାର ପ୍ରଦର୍ଶନ କରିଛି । ଗତକାଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜନୈକ ମହିଳା ପୁଲିସ ଅଧିକାରୀଙ୍କୁ ମାଡ ମାରିଥିବାରୁ ତାଙ୍କୁ ତୁରନ୍ତ ତାଙ୍କ ପଦରୁ ବହିସ୍କାର କରିବାକୁ ଗତକାଲି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଥିଲା । ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ଜୟ ନାରାୟଣ ମିଶ୍ର ନିଜ ପଦବୀରେ ରହିବାର ନୈତିକ ଅଧିକାର ହରାଇଛନ୍ତି ବୋଲି କହିଥିଲେ । ଆଜି ଜୟନାରାୟଣଙ୍କ ବହିସ୍କାର ଦାବୀରେ ବିଜେଡି ରାସ୍ତାକୁ ଓହ୍ଲାଇଛି ।