ସଂସଦରେ ବିରୋଧୀଙ୍କ ଧାରଣା

ସଂସଦରେ ବିରୋଧୀଙ୍କ ଧାରଣା

ହିଣ୍ଡନବର୍ଗ ରିପୋର୍ଟ ଆଧାରରେ ଚର୍ଚ୍ଚିତ ଆଦାନୀ ସ୍କାମକୁ ନେଇ ଆଜି ପୁଣିଥରେ ତିନୋଟି ବିରୋଧୀ ଦଳ ତରଫରୁ ସଂସଦ ପରିସରରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦିଆ ଯାଇଛି । ଆମ ଆଦମୀ ପାର୍ଟି, ଭାରତ ରାଷ୍ଟ୍ର ସମିତି ଓ ଉଦ୍ଧବ ଥାକରେ ଶିବସେନା ତରଫରୁ ଆଦାନୀ ମାମଲାରେ ତଦନ୍ତ ପାଇଁ ସଂଯୁକ୍ତ ସଂସଦୀୟ କମିଟି ଗଠନ ପାଇଁ ଜୋରଦାର ଦାବୀ କରାଯାଇଛି । ଏ ପ୍ରସଙ୍ଗରେ ସନସଦ ଭିତରେ ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାର ଉପରେ ସାଂଘାତିକ ଅଭିଯୋଗ ଆଣିଥିଲେ । ସଂସଦ ଆରମ୍ଭ ହେଲା ଦିନଠୁ ମୋଦୀ ସରକାର ଏହି ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ସମାଲୋଚନାର ଶିକାର ହେଉଛନ୍ତି ।