ବର୍ଷେ ଭିତରେ ଗଠନ ହେବ ପଦ୍ମପୁର ଜିଲ୍ଲା: ମୁଖ୍ୟମନ୍ତ୍ରୀ

ବର୍ଷେ ଭିତରେ ଗଠନ ହେବ ପଦ୍ମପୁର ଜିଲ୍ଲା: ମୁଖ୍ୟମନ୍ତ୍ରୀ

ଆଗାମୀ ବର୍ଷେ ଭିତରେ ପଦ୍ମପୁର ଜିଲ୍ଲା ଗଠନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି। ପଦ୍ମପୁର ଉପ ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ଏହି ଅଞ୍ଚଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ଭାଷଣ ଦେଇ ବିଭିନ୍ନ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ପାଇଁ ଏକ କୋଟି ୨୩ ଲକ୍ଷ ଟଙ୍କାର ପ୍ୟାକେଜ, ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରଣ ଇତ୍ୟାଦି ବିଷୟରେ ଘୋଷଣା କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଏକ ଜିଲ୍ଲା ଭାବରେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ଗତ ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର ମନ୍ତ୍ରୀମାନେ ପଦ୍ମପୁର ବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ନିଶ୍ଚୟ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।