କଂଗ୍ରେସରେ ଯୋଗଦେଲେ ମୟୁରଭଞ୍ଜ ଜିଲ୍ଲାର ଆପ କର୍ମକର୍ତ୍ତା
ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା କଂଗ୍ରେସ ସଂପାଦକ ଶ୍ରୀ ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବହୁ ଆପ କର୍ମକର୍ତା ଆଜି କଂଗ୍ରେସ ଦଳରେ ସାମିଲ
ହୋଇଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସମସ୍ତ ଆପ ନେତୃବୃନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ଏବଂ ସେମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ସୁଦୃଢ଼ କରିବବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ କିସ୍କୁ, ବାଦଲ ହେମ୍ବ୍ରମ, ଲାଦୁରାମ ସୋରେନ, ଚାନ୍ଦରାୟ ହାଂସଦା, ରବିନ୍ଦ୍ର ନାଥ ଗିରି, ବିରାମ ମୁର୍ମୁ, ଶ୍ରୀମତୀ ଅନିତା ମୁର୍ମୁ, ଦିପୁ କୁମାର ଟୁଡୁ, ସୁଶିଲ କିସ୍କୁ, ଏସ୍କେ ବାବୁ ପ୍ରମୁଖ ଏହି ଅବସରରେ କଂଗ୍ରେସ ଦଳରେ ଯୋଗଦେଇଥିଲେ ।