ତୁର୍କୀ ଭୂମିକମ୍ପରେ ୯ ହଜାରରୁ ଅଧିକ ମୃତ

Turkey earthquake kills thousands .

ତୁର୍କୀ ଭୂମିକମ୍ପରେ ୯ ହଜାରରୁ ଅଧିକ ମୃତ

ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାର ସୂଚନା ମିଳିଛି । ଗତ ସୋମବାର ତୁର୍କୀ ଏବଂ ସିରିଆରେ ୭.୮ ମାଗ୍ନିଚ୍ୟୁଡର ନିରନ୍ତର ଝଟକା ପୂରା ତୁର୍କୀକୁ ଦୋହଲାଇ ଦେଇଛି । ହଜାର ହଜାର ଘର ଭାଙ୍ଗି ପଡିଥିବା ବେଳେ ଅନେକ ସହର ମାଟିରେ ମିଶିଯାଇଛି । ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ଏ ଯାବତ ୯ ହଜାର କୁହାଯାଇଥିବା ବେଳେ ଆହୁରି ଅନେକ ଲୋକଙ୍କ ଶବ ଏବେ ମଧ୍ୟ ମାଟି ତଳେ ପୋତି ହୋଇରହିଥିବାର ଖବର ମିଳିଛି । ତୁର୍କୀକୁ ଏବେ ପୃଥିବୀର ବିଭିନ୍ନ ଦେଶ ମାନବୀୟ ସହାୟତା ପଠାଇବା ଆରମ୍ଭ କରିଛନ୍ତି।