ନିର୍ବାଚନ ପୂର୍ବରୁ ହିଂସାର ରାଜନୀତି ବଢାଇବାକୁ ଚାହୁଁଛି କି ବିଜେପି ??

ନିର୍ବାଚନ ପୂର୍ବରୁ ହିଂସାର ରାଜନୀତି ବଢାଇବାକୁ ଚାହୁଁଛି କି ବିଜେପି ??

ଓଡିଶା ରାଜନୀତିରେ ହିଂସାର ଭାଗ ଅନ୍ୟ ରାଜ୍ୟ ତୁଳନାରେ କମ ବୋଲି କୁହାଯାଇଥାଏ । ଅଶୀ ଦଶକରେ କଂଗ୍ରେସ ଶାସନ ଅମଳରେ ହିଂସାର ପ୍ରାବଲ୍ୟ ଯୋଗୁଁ କଂଗ୍ରେସକୁ ଓଡିଶାର କ୍ଷମତା ରାଜନୀତିରୁ ଦୀର୍ଘକାଳ ଧରି ଦୂରେଇ ରଖିଛନ୍ତି । ନବୀନ ପଟ୍ଟନାୟକଙ୍କର ଶାସନରେ ରାଜନୈତିକ ହିଂସା କମିଛି ବୋଲି ବିଜେଡି ଏହାର ଲାଭ ପାଉଛି । ଓଡିଶା ରାଜନୀତିର ମୁଖ୍ୟଧାରାର ରାଜନୀତିରେ ହିଂସାର ପ୍ରଭାବ ଯଥେଷ୍ଟ କମ । ତେବେ ଗତ କିଛି ଦିନ ଭିତରେ ଓଡିଶା ରାଜନେତିରେ ହିଂସାର ମାତ୍ରା ବଢିବା ଆରମ୍ଭ କରିଛି । ଗତ ଜାନୁଆରୀ ୨୯ରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଓଡିଶାର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି । ଏହି ହତ୍ୟାକାଣ୍ଡ ପରେ ପରେ ମୁଖ୍ୟ ବିରୋଧୀ ଦଳ ବିଜେପିର ପ୍ରତିକ୍ରିୟା ବେଶ ଶିଥିଳ ଜଣା ପଡୁଥିଲା । ତେବେ ଗତ ସପ୍ତାହରୁ ବିଜେପି ଏହି ଘଟଣାକୁ ନେଇ ଅଧିକ ଉଗ୍ର ଆନ୍ଦୋଳନ ଆରମ୍ଭ କରିଛି ।

୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡି ସରକାର ବିରୋଧରେ ବିଜେପିର ଆଭିମୁଖ୍ୟ ସବୁବେଳେ ନରମ ରହିଆସିଛି । ୨୦୧୯ ପୂର୍ବରୁ ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ବାରମ୍ବାର ଓଡିଶା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାରକୁ ଓପାଡି ଫୋପାଡି ଦେବାର ଆହ୍ଵାନ ଦେଉଥିଲେ ୨୦୧୯ ପରେ ବିଜେପିର ଏହି ଆଭିମୁଖ୍ୟ ପୂରାପୂରି ବଦଳିଗଲା ସହଯୋଗୀ ସଙ୍ଘବାଦର ଉଦାହରଣ ଦେଇ ଓଡିଶା ସରକାରକୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ବାରମ୍ବାର ପ୍ରଶଂସା କରିଛନ୍ତି ବିଜେଡି ମଧ୍ୟ ସଂସଦରେ ବିଜେପିକୁ ନିୟମିତ ସହଯୋଗ ଦେଇଆସିଛି ତେଣୁ ବିଜେପିର ବିଜେଡି ବିରୋଧୀ ଅଭିଯାନ ଗତ ଚାରିବର୍ଷରେ କେବଳ ନାମକୁ ମାତ୍ର ବିରୋଧ ପ୍ରଦର୍ଶନରେ ସୀମିତ ରହି ଆସିଛି ବିଭିନ୍ନ ସମୟରେ ବିଜେପି ଯେଉଁ ସବୁ ସରକାର ବିରୋଧୀ ଆନ୍ଦୋଳନ କରିଛି ସେଥିରେ ନବୀନ ପଟ୍ଟନାୟକଙ୍କ ପ୍ରତି ଦଳର ଆଭିମୁଖ୍ୟରେ ସ୍ପଷ୍ଟ ନରମପଣ ରହି ଆସିଛି

ନବ ଦାସ ହତ୍ୟାକାଣ୍ଡ ପରେ ହଠାତ ବିଜେପିର ଆଭିମୁଖ୍ୟ ବଦଳିବା ଆରମ୍ଭ କରିଛି ଗତ ସପ୍ତାହରେ ଯେତେ ସବୁ ଘଟଣାକ୍ରମ ଦେଖିବାକୁ ମିଳିଛି ସେଥିରେ ବିଜେପି ନିର୍ବାଚନ ପୂର୍ବରୁ ଉଗ୍ର ରାଜନୀତି ଆରମ୍ଭ କରିଥିବାର ସୂଚନା ମିଳୁଛି । ବିଭିନ୍ନ ସଭା ସମିତି ଓ ବିକ୍ଷୋଭ ସ୍ଥଳରେ ବିଜେପି କର୍ମୀମାନେ ଉଗ୍ର ହେବା ଆରମ୍ଭ କରିଛନ୍ତି ଗତ ସପ୍ତାହରେ ବାଣୀ ବିହାର ପରିସରରେ ଏକ ନାଗରିକ ସଂଗଠନର ଆଲୋଚନା ଚକ୍ରରେ ବିଜେପି ର କିଛି ଛାମୁଆ ସଂଗଠନ ଅକସ୍ମାତ ହିଂସାକାଣ୍ଡ ଭିଆଇଥିଲେ ପ୍ରାଥମିକ ସ୍ତରରେ ଏହା ଏକ ସ୍ଵାଭାବିକ ପ୍ରତିକ୍ରିୟା ମନେ ହେଉଥିବା ବେଳେ ସମୟକ୍ରମେ ଏହା ଯେ ଏକ ଯୋଜନାବଦ୍ଧ ପ୍ରତିକ୍ରିୟା ତାହା ସ୍ପଷ୍ଟ ହୋଇଯାଉଛି ଆଗାମୀ ଦିନରେ ବିଜେପି ଓ ସଂଘର ଛାମୁଆ ସଂଗଠନ ଗୁଡିକ ଉଗ୍ର ଏବଂ ହିଂସ୍ର ପ୍ରତିକ୍ରିୟା ପ୍ରକାଶ କରିବାର ସମ୍ଭାବନା ବଢି ଯାଇଛି

ରାଜ୍ୟରେ ଆଇନ ଶ୍ରୁଙ୍ଖଳା ର ଅବନତି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ବିଜେପି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ବେଳେ ପୁଲିସକୁ ଉସୁକେଇବାର ଉଦ୍ୟମ ଧରା ପଡିଯାଉଛି ଗତକାଲି ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ମାଡ ମାରିବା ଘଟନା ବିଜେପିର ହିଂସା ଆଚରଣ ଉପରେ ଅଧିକ ଭରସା ଥିବାର ପ୍ରମାଣ ଦେଉଛି ଗତ କିଛି ଦିନ ଭିତରେ ଜୟନାରାୟଣ ମିଶ୍ର ତାଙ୍କ ନିଜ ଜୀବନ ପ୍ରତି ବିପଦ ରହିଥିବା କଥା ଓ ବିଶେଷ କରି ରାଜ୍ୟ ପୁଲିସ ଉପରେ ଭରସା ନାହିଁ ବୋଲି କହି ସୁରକ୍ଷା କର୍ମୀ ଫେରାଇଦେବା ପ୍ରସଙ୍ଗରୁ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡୁଛି

ପୁଲିସ ଉପରକୁ ହାତ ଉଠାଇବା ଜୟନାରାୟଣଙ୍କ ପାଇଁ ନୂଆ କଥା ନୁହେଁ ଏହା ପୂର୍ବରୁ ମଧ୍ୟ ସେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିବାର ନଜିର ରହିଛି ଜୟନାରାୟନକ ହିଂସ୍ର ବ୍ୟବହାର ପ୍ରତି ବିଜେପି ଭିତରେ ଦୁଇ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ଦଳେ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହୁଥିବା ବେଳେ ଆଉ ଦଳେ ନିର୍ବାଚନ ପୂର୍ବରୁ ଏହା ହିଁ ଏକମାତ୍ର ବାଟ ବୋଲି କହୁଛନ୍ତି । ସାଧାରଣ ନିର୍ବାଚନ ଯେତେ ପାଖେଇ ଆସିବ ବିଜେପିର ହିଂସ୍ର ଏବଂ ଉଗ୍ର ରାଜନୀତି ସେତେ ଅଧିକ ଶାଣିତ ହେବ ବୋଲି ଏବେ ଆଶଙ୍କା ପ୍ରକାଶ ପାଇଛି ।