ଓଡ଼ିଆର ୯ ଜଣ ନେତାଙ୍କ ହାଇଦ୍ରାବାଦ ଯାତ୍ରା,କେସିଆର୍ ପଠାଇଥିଲେ ସ୍ୱତନ୍ତ୍ର ବିମାନ

ଓଡ଼ିଆର ୯ ଜଣ ନେତାଙ୍କ ହାଇଦ୍ରାବାଦ ଯାତ୍ରା,କେସିଆର୍ ପଠାଇଥିଲେ ସ୍ୱତନ୍ତ୍ର ବିମାନ

ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ଯୋଗ ଦେବେ ଓଡିଶାର ୯ ପୂର୍ବତ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ । କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ଓଡ଼ିଆର ୯ ଜଣ ନେତା ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସପରିବାର ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯାଇଛନ୍ତି ।
ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହେବେ । ସେମାନଙ୍କ ସହ ଚାଷୀ ନେତା ଶେଷଦେବ ନନ୍ଦ ଓ ଅକ୍ଷୟ କୁମାର, ବୃନ୍ଦାବନ ମାଝୀ, ପୂର୍ବତନ ସାଂସଦ ରାମ ହାଂସଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ବାଲିପାଟଣାର ପୂର୍ବତନ ବିଧାୟକ ରାଘବ ସେଠୀ, ସୋନପୁରର ପୂର୍ବତନ ବିଧାୟକ ଦେବରାଜ ସେଠୀ, ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ସ୍ୱତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦ ଯାଇଛନ୍ତି । ହାଇଦ୍ରାବାଦରେ ଏକ କାର୍ୟ୍ୟକ୍ରମରେ ବିଆରଏସ ମୁଖ୍ୟ ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଏମାନେ ବିଆରଏସରେ ସାମିଲ ହେବେ । କେସିଆରଙ୍କ ସହ ଓଡ଼ିଶା ଚାଷୀ, ଆଦିବାସୀ ଓ ମହିଳାଙ୍କ ବିକାଶ ସମ୍ବନ୍ଧିତ ଆଲୋଚନା ହେବ ବୋଲି ଗିରିଧାରୀ ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ କହିଛନ୍ତି ।

ସେପଟେ ଗିରିଧର ଗମାଙ୍ଗ କହିଛନ୍ତି ଯେ ଓଡ଼ିଶାରେ ବିକଳ୍ପ ନଥିବାରୁ ବିଆରଏସ ଏକ ଭଲ ବିକଳ୍ପ । ଗତ ସପ୍ତାହରେ ଏହି ନେତାମାନେ ଚନ୍ଦ୍ରଶେଖର ରାଓଙ୍କୁ ଭେଟି ନୂଆ ସମୀକରଣର ଇସାରା ଦେଇଥିଲେ ।