ଆଦାନୀ ମହାଘୋଟାଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସର ଆନ୍ଦୋଳନ

ଆଦାନୀ ମହାଘୋଟାଲାର ଜେପିସି ତଦନ୍ତ ଦାବିରେ କଂଗ୍ରେସର  ଆନ୍ଦୋଳନ

ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଦାନୀ ମହା ଘୋଟଲାର ଜେପିସି ତଦନ୍ତ ଦାବିରେ ହଜାର ହଜାର କଂଗ୍ରେସ କର୍ମୀଙ୍କ ଦ୍ୱାରା ରାଜଭବନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶୁଭେନ୍ଦୁ ମହାନ୍ତି ମଂଚପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ମୋଦି-ଆଦାନୀ ମେଂଟର ମହା ଦୁର୍ନୀତିର ସମସ୍ତ କଥାକୁ ଗାଁକୁ ନେବାକୁ ପଡ଼ିବ । ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ ମୋଦାନୀ ମେଂଟ ଭାରତବର୍ଷର ଏଲଆଇସି ଓ ବ୍ୟାଙ୍କର ପ୍ରଭୂତ କ୍ଷତି କରସାରିଲାଣି । ଭାରତ ବର୍ଷର ଗରିବ ଖଟିଖିଆ ଲୋକଙ୍କ
ପଇସାକୁ ମୋଦାନୀ ଭିତରେ ବାଂଟି ଦିଆଯାଉଛି । ଶ୍ରୀ ଜୟଦେବ ଜେନା ୨୦୧୪ ମସିହାରେ ଦେଇଥିବା ପ୍ରତିଶୃତିକୁ ମନେପକାଇ କହିଥିଲେ ମୋଦି ଏଭଳି ଏକ ବ୍ୟକ୍ତି ଯିଏକି କେବଳ କଥା କୁହନ୍ତି ନିଜର ଗୋଟିଏ କଥାକୁ ରକ୍ଷା କରିପାରନ୍ତି ନାହିଁ । ୨୦୧୪ ମସିହାରେ ଗ୍ୟାସର ଦାମ ୪୧୦ ଟଙ୍କା ଥିଲା ଆଜି ୧୧୩୦ ଟଙ୍କା । ସାଧାରଣ ଲୋକଙ୍କ ପାଖରୁ ଅଧିକ ପଇସା ଆଦାୟ କରି ନରେନ୍ଦ୍ର ମୋଦି ଆଦାନୀକୁ ପୋଷିବାରେ ଲାଗିଛନ୍ତି ।

କଂଗ୍ରେସର ରାଜଭବନ ଘେରାଉ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସର୍ବଶ୍ରୀ ଶରତ ରାଉତ, ସୁଶିଳା ତିରିଆ, ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଜୟ କୁମାର ପଟ୍ଟନାୟକ, ଶିବାନନ୍ଦ ରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ଡ. ସିଏସ ରାଜନ ଏକ୍କା, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ଅଂଶୁମାନ ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ସୁରେଶ ମହାପାତ୍ର, ସସ୍ମିତା
ବେହେରା, କୁମାର ଶ୍ରୀ ଚିରଞ୍ଜିବୀ, ବନ୍ଦିତା ପରିଡ଼ା, ମାନସ ଚୌଧୁରୀ, ବିଭୁତି ମିଶ୍ର, ନବଜ୍ୟୋତି ପଟ୍ଟନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଯୁଧିଷ୍ଠୀର ଜେନା, ଭୁଜବଳ ମାଝୀ, ଲୋକନାଥ ମହାରଥି, ରଜତ ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ ।